ETV Bharat / sports

Paris Olympics 2024; ପୁଣି ଶୁଟିଂରେ ନିରାଶ କଲେ ଭାରତୀୟ ଆଥଲେଟ୍, 25M ରାପିଡ୍ ଫାୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ବଡ ଝଟକା - Indian shooters miss out on finals

author img

By ETV Bharat Sports Team

Published : Aug 5, 2024, 9:00 AM IST

Updated : Aug 5, 2024, 11:39 AM IST

Paris Olympics 2024: 25 ମିଟର ରାପିଡ୍ ଫାୟାର ପିସ୍ତଲ ଫାଇନାଲରେ ପହଞ୍ଚିପାରିଲେନି ବିଜୟବୀର୍‌ ସିଦ୍ଧୁ ଏବଂ ଅନିଶ ବନୱାଲା । ଅଧିକ ପଢନ୍ତୁ

Paris Olympics
Paris Olympics (ANI PHOTOS)

ପ୍ୟାରିସ (ଫ୍ରାନ୍ସ); ପୁରୁଷ 25 ମିଟର ରାପିଡ୍ ଫାୟାର ପିସ୍ତଲ କ୍ବାଲିଫିକେସନ୍ ରାଉଣ୍ଡ ଶୁଟିଂରେ ପୁଣି ନିରାଶ କଲେ ଭାରତୀୟ ଶୁଟର । ଚଳିତ ପ୍ୟାରିସ ଅଲିମ୍ପିକ୍ସର ନବମ ଦିନରେ ମଧ୍ୟ ଭାରତକୁ ଶୁଟିଂରେ ଝଟକା ଲାଗିଛି । କାରଣ 25 ମିଟର ରାପିଡ୍ ଫାୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ଫେଲ ମାରିଛନ୍ତି ଭାରତର ଷ୍ଟାର ଶୁଟର ବିଜୟବୀର୍‌ ସିଦ୍ଧୁ ଏବଂ ଅନିଶ ବନୱାଲା । ଏହି ଫଳରେ ଅଲିମ୍ପିକ୍ସରେ ଦୁଇ ଶୁଟର ବିଜୟବୀର୍‌ ସିଦ୍ଧୁ ଏବଂ ଅନିଶ ବନୱାଲାଙ୍କ ଅଭିଯାନ ଶେଷ ହୋଇଛି ।

ଏହି ବି ପଢନ୍ତୁ- Paris Olympics 2024; ପୁରୁଷ ଏକକ ଟେନିସ ଫାଇନାଲରେ ଗୋଲ୍ଡ ଜିତିଲେ ଜୋକୋଭିଚ, ବନିଲେ ସବୁଠୁ ବୟସ୍କ ଖେଳାଳି - Novak Djokovic Wins His Gold

ବିଜୟବୀର୍‌ ସିଦ୍ଧୁ ଏବଂ ଅନିଶ ବନୱାଲା ପୁରୁଷ 25 ମିଟର ରାପିଡ୍ ଫାୟାର ପିସ୍ତଲ କ୍ବାଲିଫିକେସନର ପ୍ରଥମ ଦୁଇ ରାଉଣ୍ଡରେ ଶାନଦାର ପ୍ରଦର୍ଶନ କରିଥିଲେ । ଏହି ସହିତ ଦୁହେଁ ଦ୍ବିତୀୟ ରାପିଡ ଫାୟାରର ଶେଷ 10ଟି ଶୁଟିଂ ପର୍ଯ୍ୟନ୍ତ ଜବରଦସ୍ତ ପ୍ରଦର୍ଶନ କରିଥିଲେ । କିନ୍ତୁ 92 ଏବଂ 93 ସ୍କୋର କରି ବିଜୟବୀର୍‌ ସିଦ୍ଧୁ ନମ୍ବର ସ୍ଥାନରେ ଏବଂ ଅନିଶ ବନୱାଲା 13ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ । ତେବେ ଏହି ରାଉଣ୍ଡରେ ଟପ୍ -6 ଜଣ ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲେ ।

ଭାରତର ଏହି ଦୁଇ ଷ୍ଟାର ଶୁଟର ପ୍ରଥମ ପୋଜିସନ ଷ୍ଟେଜରେ 293 ପଏଣ୍ଟ ସ୍କୋର କରି ରାପିଡ ଫାୟାର ରାଉଣ୍ଡରେ ପହଞ୍ଚିଥିଲେ । ଏଥିରେ ଦୁହେଁ 7 ନମ୍ବର ସ୍ଥାନରେ ଥିଲେ । ବିଜୟବୀର୍‌ ପ୍ରଥମ ଦୁଇ ରାପିଡ ଫାୟାର ରାଉଣ୍ଡରେ 100 ଏବଂ 98 ପଏଣ୍ଟ ସ୍କୋର କରିଥିଲେ । ଏହି ସମୟରେ ବିଜୟବୀର ଦୁଇ ନମ୍ବର ସ୍ଥାନରେ ଥିଲେ । ଏପଟେ ଅନିଶ ମଧ୍ୟ 99 ଏବଂ 97 ପଏଣ୍ଟ ଶୁଟ କରି ଟପ୍-6ରେ ଥିଲେ । ତେବେ ଶେଷ ରାଉଣ୍ଡରେ ସବୁ କିଛି ଗଡବଡ ହୋଇଯାଇଥିଲା ।

ତେବେ ଭାରତର ଶୁଟିଂରେ ହିଁ ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ 3ଟି କାଂସ୍ୟ ପଦକ ଆସିଛି । ଶୁଟର ମନୁ ଭାକର ଦୁଇଟି କାଂସ୍ୟ ଏକାକୀ ଜିତିଥିବା ବେଳେ ସରବଜୋତ ସିଂ ଗୋଟିଏ ପଦକ ଜିତିଛନ୍ତି । ମନୁ ଭାକର 10 ମିଟର ଏୟାର ପିସ୍ତଲ ଇଭେଣ୍ଟ ଏବଂ 10 ମିଟର ମିକ୍ସଡ ଏୟାର ପିସ୍ତଲ ଇଭେଣ୍ଟରେ ଦୁହେଁ 3ଟି କାଂସ୍ୟ ପଦକ ଜିତିଛନ୍ତି ।

Last Updated : Aug 5, 2024, 11:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.