ହାଇଦ୍ରାବାଦ: ହକିରେ ମଉଳିଲା ବଡ ପଦକ ଆଶା । ୪୪ ବର୍ଷ ମଧ୍ୟରେ ପ୍ରଥମ ଥର ଅଲିମ୍ପିକ୍ସରେ ହକି ଫାଇନାଲ ମ୍ୟାଚରେ ପ୍ରବେଶ କରିବାର ମଉକା ଥିଲେ ମଧ୍ୟ ଭାରତକୁ ଏହା ହାତଛଡା କରିବାକୁ ପଡିଛି । ମଙ୍ଗଳବାର ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ହକିରୁ ଯେଉଁ ବଡ ପଦକ ଆଶା କରାଯାଉଥିଲା ତାହା ମଉଳିଯାଇଛି । ସେମି ଫାଇନାଲରେ ଭାରତ ୨-୩ ଗୋଲରେ ଜର୍ମାନୀଠାରୁ ପରାଜିତ ହୋଇ ରୌପ୍ୟ ଓ ସ୍ବର୍ଣ୍ଣ ଦୌଡରୁ ବାଦ୍ ପଡିଛି । ଆସନ୍ତା ୮ ତାରିଖରେ ବ୍ରୋଞ୍ଜ ପାଇଁ ସ୍ପେନ ସହ ଲଢିବେ ପୁରୁଷ ହକି ଟିମ୍ ।
୪୪ ବର୍ଷର ସ୍ୱପ୍ନ ମଉଳିଲା:

ମଙ୍ଗଳବାର ରେଡ କାର୍ଡ ପାଇଁ ବାଦ୍ ପଡିଥିବା ପ୍ରମୁଖ ଡିଫେଣ୍ଡର ଅମିତ ରୋହିଦାସ ଅନୁପସ୍ଥିତିରେ ମ୍ୟାଚ ଖେଳିଥିଲା ଭାରତ । ତେବେ ୧୯୮୦ ମସିହା ପରେ ଅଲିମ୍ପିକ୍ସରେ ହକି ଫାଇନାଲରେ ପ୍ରବେଶ କରିବାର ଅବସର ଭାରତ ପାଖରେ ଥିଲେ ମଧ୍ୟ ଜର୍ମାନୀ ଶେଷ ସମୟରେ ଗୋଲ ଦେଇ ଭାରତର ଏହି ଆଶାକୁ ନିରାଶାରେ ପରିଣତ କରିଦେଇଛି । ମଙ୍ଗଳବାର ଅଲିମ୍ପିକ୍ସ ହକି ସେମିଫାଇନାଲ ମ୍ୟାଚରେ ଆରମ୍ଭରୁ ଆକ୍ରମଣାତ୍କକ ଢଙ୍ଗରେ ଖେଳିଥିଲା ଭାରତ । ୭ ମିନିଟରେ ମିଳିଥିଲା ପ୍ରଥମ ପେନାଲ୍ଟି କର୍ଣ୍ଣର । ଅଧିନାୟକ ହରମନପ୍ରୀତ ସିଂ ଏହାକୁ ଗୋଲରେ ରୂପାନ୍ତରିତ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ପ୍ରଥମ ପର୍ଯ୍ୟାୟରେ ଦଳ ଆଉ ୬ଟି ପିସି ପାଇଥିଲା । ମାତ୍ର ସବୁଯାକ ବିଫଳ ହୋଇଥିଲା ।

ଶେଷ ସମୟରେ ବଦଳିଗଲା ମ୍ୟାଚ ମୋଡ:
ଜର୍ମାନୀ ଦ୍ୱିତୀୟ କ୍ବାର୍ଟରରେ ୨ଟି ଗୋଲ ଦେଇ ୧-୨ରେ ଆଗୁଆ ରହିଥିଲା । ସେହିପରି ତୃତୀୟ କ୍ୱାର୍ଟରରେ ଭାରତ ଗୋଟିଏ ଗୋଲ ଦେଇ ୨-୨ ସ୍ଥିତିକୁ ଆଣିଥିଲା । ହେଲେ ଅନ୍ତିମ କ୍ୱାର୍ଟରରେ ଭାରତ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଶେଷ କ୍ୱାର୍ଟରରେ ଜର୍ମାନୀ ଆଉ ଏକ ଗୋଲ ଦେଇଥିବା ବେଳେ ଭାରତ କିନ୍ତୁ କୌଣସି ଗୋଲ କରିପାରିନଥିଲା । ଫଳରେ ୨-୩ ଗୋଲରେ ବିଜୟ ଲାଭ କରିଥିଲା ଜର୍ମାନୀ ଓ ଭାରତର ପଦ ପଦକ ଆଶା ମଉଳି ଯାଇଥିଲା ।


ବ୍ରୋଞ୍ଜ ପାଇଁ ଖେଳିବ ଭାରତ:
ସଂପୂର୍ଣ୍ଣ ମ୍ୟାଚରେ ଭାରତ ୧୧ଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ମାତ୍ର ଗୋଟିଏରେ ଗୋଲ କରିବାକୁ ସକ୍ଷମ ହୋଇଥିଲା । ହକି ଇଣ୍ଡିଆ କ୍ୟାପଟେନ ସ୍କିପର ହରମନପ୍ରୀତ ସିଂହ ଓ ସୁଖଜିତ ସିଂ ମ୍ୟାଚରେ ଗୋଟିଏ ଲେଖାଏଁ ସ୍କୋର କରିଥିଲେ । ସେପଟେ ଜର୍ମାନୀକୁ ମାତ୍ର ୪ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଅନ୍ୟପଟେ ଆସନ୍ତା ୮ ତାରିଖରେ ବ୍ରୋଞ୍ଜ ପାଇଁ ସ୍ପେନ ସହ ଭାରତୀୟ ଟିମ୍ ଖେଳିବାକୁ ଥିବାବେଳେ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଜର୍ମାନୀ ଓ ନେଦରଲାଣ୍ଡ୍ସ ।
Sar uncha rakhiye sarpanch. India ne (phirse) dil diya hai hockey ko! 🇮🇳❤️ pic.twitter.com/GhXVdXkx6e
— Rajasthan Royals (@rajasthanroyals) August 6, 2024
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ