ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଭିନେଶ ଫୋଗତ୍‌ଙ୍କୁ ମିଳିବ ସିଲଭର୍‌ ମେଡାଲ ! ଜାଣନ୍ତୁ କେବେ ଆସିବ ନିଷ୍ପତ୍ତି - Paris Olympics 2024

author img

By ETV Bharat Sports Team

Published : Aug 9, 2024, 7:55 PM IST

Paris Olympics 2024: ଏବେ ବି ଭିନେଶ ଫୋଗତ ଦେଶକୁ ରୌପ୍ୟ ପଦକ ଆଣିବେ ବୋଲି ରହିଛି ଆଶା । ଆବେଦନର ଶୁଣାଣି ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ଆସିବ ବୋଲି ସ୍ପଷ୍ଟ କରିଛି କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS) । ଅଧିକ ପଢ଼ନ୍ତୁ

Paris Olympics 2024
Paris Olympics 2024 (IANS Photo)

ପ୍ୟାରିସ (ଫ୍ରାନ୍ସ) : ଭିନେଶ ଫୋଗତ ଏବଂ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS)ରେ ଅଯୋଗ୍ୟତା ନିଷ୍ପତ୍ତି ବିରୋଧରେ ଆବେଦନ କରିଛନ୍ତି । ଭିନେଶଙ୍କୁ ମଧ୍ୟ ମିଳିତ ଭାବେ ସମ୍ମାନିତ କରାଯାଉ ବୋଲି ସେ କ୍ରୀଡ଼ା କୋର୍ଟରେ ଆବେଦନ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ଭିନେଶ ଫୋଗତଙ୍କ ଆବେଦନ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଆର୍ବିଟ୍ରେସନ୍ କୋର୍ଟ କହିଛନ୍ତି ।

Court of Arbitration for Sports Notice
Court of Arbitration for Sports Notice (ANI)

ଭିନେଶଙ୍କ ଆବେଦନର କେବେ ହେବ ଶୁଣାଣି :-

CAS ଏକ ବିବୃତ୍ତିରେ କହିଛି, 'ଭାରତୀୟ ରେସଲର ଭିନେଶ ଫୋଗl (ଆବେଦନକାରୀ) ଅଗଷ୍ଟ 7, 2024ରେ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (UWW) ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ବିରୋଧରେ ଆଡ୍-ହକ୍ ଡିଭିଜନରେ ଆବେଦନ କରିଥିଲେ । ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ଫ୍ରିଷ୍ଟାଇଲ୍ 50 କିଲୋଗ୍ରାମ ଫାଇନାଲ୍ (ସ୍ବର୍ଣ୍ଣ ପଦକ) ମ୍ୟାଚ୍ ପୂର୍ବରୁ ସେ ଦ୍ୱିତୀୟ ଓଜନ ପରୀକ୍ଷଣରେ ବିଫଳ ହେବା ପରେ ତାଙ୍କୁ ଅଯୋଗ୍ୟ କରାଯାଇଥିଲା । ବିନେଶ ଫୋଗତ (ଆବେଦନକାରୀ) ପ୍ରଥମେ ଆଡ-ହକ୍ ଡିଭିଜନକୁ ଅନୁରୋଧ କରିଥିଲେ ଯେ ଏହି ନିଷ୍ପତ୍ତିକୁ ରଦ୍ଦ କରି ଫାଇନାଲ ମ୍ୟାଚ୍ ପୂର୍ବରୁ ଅନ୍ୟ ଏକ ଓଜନ ପ୍ରକ୍ରିୟା କରାଯାଇ ତାଙ୍କୁ ଫାଇନାଲରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ଘୋଷଣା କରାଯାଉ । ତୁରନ୍ତ ମଧ୍ୟବର୍ତ୍ତୀ ପଦକ୍ଷେପ ପାଇଁ ଅନୁରୋଧ ସତ୍ତ୍ବେ CAS ଆଡ୍‌-ହକ୍‌ ଏକ ଘଣ୍ଟା ମଧ୍ୟରେ ଯୋଗ୍ୟତା ଉପରେ ନିଷ୍ପତ୍ତି ନେଇ ପାରିନାହାଁନ୍ତି । ଏହାପରେ ଆବେଦନକାରୀ ଏହି ନିଷ୍ପତ୍ତିକୁ ରଦ୍ଦ କରିବା ଏବଂ ମିଳିତ ଭାବେ ପୁରସ୍କୃତ କରାଯିବା ପାଇଁ କରିଥିବା ଆବେଦନ ଡଃ ଏନାବେଲ ବେନେଟଙ୍କୁ ପଠାଯାଇଛି । ଶୁକ୍ରବାର ଦିନ ସମସ୍ତ ସମ୍ପୃକ୍ତ ପକ୍ଷର ବୟାନ ଶୁଣାଯିବ ଏବଂ ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ନିଷ୍ପତ୍ତି ଘୋଷଣା କରାଯିବ ।

ଦେଶକୁ ଏବେ ବି ଅଛି ରୋପ୍ୟ ପଦକ ଆଶା :-

ଏସୀୟ କ୍ରୀଡ଼ା ଏବଂ କମନୱେଲଥ ଗେମ୍ସର ସ୍ବର୍ଣ୍ଣ ପଦକ ବିଜେତା ଭିନେଶ ଫୋଗତ ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ । ଏହାପରେ ଅଲିମ୍ପିକ୍ସରେ କୁସ୍ତିରୁ ସ୍ବର୍ଣ୍ଣ ପଦକ ପାଇଁ 140 କୋଟି ଦେଶବାସୀଙ୍କର ଯେଉଁ ଆଶା ରହିଥିଲା, ତାହା ହୋଇପାରିଲା ନାହିଁ । ଏଥର ଅନ୍ତତଃ ଦେଶ ରୌପ୍ୟ ପଦକ ପାଇବ ବୋଲି ଦେଶବାସୀ ଆଶା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ 2024: ଭିନେଶ ଫୋଗତଙ୍କ ପାଇଁ ରୌପ୍ୟ ପଦକ ଦାବି କଲେ ସଚିନ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.