ETV Bharat / sports

ନୀରଜଙ୍କୁ ନେଇ ବଡ଼ କଥା କହିଲେ ମନୁଙ୍କ ମାଆ; 'ତାଙ୍କ ସହ ମିଶି ଖୁସି ଲାଗିଲା, ମୋ ଝିଅ...' - Neeraj Chopra Manu Bhaker

author img

By ETV Bharat Sports Team

Published : Aug 13, 2024, 6:50 PM IST

Manu Bhaker Mother Sumedha Bhaker : ଭାଇରାଲ ଭିଡିଓରେ ଭାରତର ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କ ସହ କ’ଣ କଥାବାର୍ତ୍ତା ହୋଇଥିଲେ ମନୁ ଭାକରଙ୍କ ମାଆ ? ସୁମେଧା ଭାକର କଲେ ବଡ଼ ଖୁଲାସା । ଅଧିକ ପଢ଼ନ୍ତୁ

Manu Bhaker Mother Sumedha Bhaker
Manu Bhaker Mother Sumedha Bhaker (IANS Photo)

ହାଇଦ୍ରାବାଦ : ପ୍ୟାରିସ୍ ଅଲିମ୍ପିକ୍ସର ପଦକ ବିଜେତା ନୀରଜ ଚୋପ୍ରା ଓ ମନୁ ଭାକରଙ୍କ ମଧ୍ୟରେ ଆଫେୟାର, ଏପରିକି ଦୁହେଁ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ସୋସିଆଲ ମିଡିଆରେ ଜୋର ଧରିଛି । ଏହି ଚର୍ଚ୍ଚା ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ପ୍ୟାରିସରେ ନୀରଜ ନିଜେ ଯାଇ ମନୁ ଓ ତାଙ୍କ ମାତା ସୁମେଧା ଭାକରଙ୍କ ସହ କଥାବାର୍ତ୍ତା କରୁଥିବା ଦୁଇଟି ଭିନ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭାଇରାଲ୍ ଭିଡିଓ ଗୁଡିକ ନୀରଜ ଚୋପ୍ରା ଏବଂ ମନୁ ଭାକରଙ୍କ ମଧ୍ୟରେ ଆଫେୟାର ଚାଲିଥିବା ଗୁଜବ ସୃଷ୍ଟି କରିଥିଲା ​​ଏବଂ ସେମାନଙ୍କ ବିବାହକୁ ନେଇ ମଧ୍ୟ ଆଲୋଚନା ତୀବ୍ର ହୋଇଥିଲା ।

ନୀରଜଙ୍କ ସହ ମନୁ ଓ ତାଙ୍କ ମାଆଙ୍କ ଭିଡିଓ ହୋଇଥିଲା ଭାଇରାଲ :-

ପ୍ୟାରିସ୍ ଅଲିମ୍ପିକ୍ସ 2024ରୁ ନୀରଜ ଚୋପ୍ରା ଏବଂ ମନୁ ଭାକରଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦୁହେଁ ପରସ୍ପର ସହ କେଉଁ ବିଷୟରେ କଥାବାର୍ତ୍ତା ହେଉଥିଲେ ତାହା ଯଦିଓ ଜଣା ପଡିନଥିଲା, କିନ୍ତୁ ଅନେକ ସୋସିଆଲ ମିଡିଆ ୟୁଜର୍ସ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ଆଫେୟାର ଆଡ଼କୁ ଯୋଡିଥିଲେ । ଏହା ବ୍ୟତୀତ ଅନ୍ୟ ଏକ ଭିଡିଓରେ ନୀରଜ ଚୋପ୍ରା, ମନୁ ଭାକରଙ୍କ ମାଆ ସୁମେଧା ଭାକରଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ଯେଉଁଠାରେ ମନୁଙ୍କ ମା’ ନୀରଜଙ୍କ ହାତ ଆଣି ନିଜ ମୁଣ୍ଡରେ ରଖି ତାଙ୍କୁ କିଛି ପ୍ରତିଶ୍ରୁତି ମାଗୁଥିବା ଭଳି ଦେଖାଯାଉଛି । ଏହି ଦୁଇ ଭିଡିଓରେ ସୋସିଆଲ ମିଡିଆ ୟୁଜର୍ସଙ୍କ କେତେ ପ୍ରକାର ଅଜବ କମେଣ୍ଟ ଦେଖିବାକୁ ମିଳିଥିଲା ।

ମନୁଙ୍କ ମାଆ ଖୋଲିଲେ ବଡ଼ ରାଜ୍‌ :-

ରବିବାର ଦିନ ପ୍ୟାରିସ ଅଲିମ୍ପିକ୍ସର ଉଦ୍‌ଯାପନୀ ସମାରୋହ ପରେ ଭାରତୀୟ ଦଳ ଘରକୁ ଫେରିବା ପରେ ପିଟିଆଇକୁ ପ୍ରତିକ୍ରିୟା ଦେଇ ମନୁଙ୍କ ମାଆ ସୁମେଧା କହିଛନ୍ତି ଯେ ନୀରଜ ତାଙ୍କର ପୁଅ ଭଳି ଓ ତାଙ୍କୁ ଭେଟି ସେ ବହୁତ ଖୁସି ହୋଇଛନ୍ତି । ସେହିପରି ତାଙ୍କ ଝିଅଙ୍କ ସହିତ ସମସ୍ତ ପଦକ ବିଜେତା ଦେଶ ପାଇଁ ଅଧିକ ସମ୍ମାନ ଆଣିବେ ବୋଲି ସେ ଆଶା କରିଥିବା କହିଛନ୍ତି । ସୁମେଧା କହିଛନ୍ତି, "ମୁଁ ମନୁ ପାଇଁ ଖୁସି । ମୁଁ ଅନ୍ୟ ଖେଳାଳିମାନଙ୍କ ପାଇଁ ମଧ୍ୟ ଖୁସି । ଯେତେବେଳେ ମୁଁ ପ୍ୟାରିସ ଯାଇଥିଲି, ସେତେବେଳେ ମୁଁ ହକି ଦଳ, ଅମନ ସେରାୱତ, ନୀରଜ ଚୋପ୍ରାଙ୍କୁ ଭେଟିଥିଲି । ମୁଁ ସମସ୍ତଙ୍କ ପାଇଁ ବହୁତ ଖୁସି ଥିଲି । ମୁଁ କେବଳ ଏହା ଆଶା କରୁଛି ଯେ ଏହି ସମସ୍ତ ଆଥଲେଟ୍ ଆହୁରି ପଦକ ଜିତନ୍ତୁ ଏବଂ ଏହି ଦେଶର ସବୁ ମାଆ ଖୁସି ହୁଅନ୍ତୁ ।"

ବିବାହ ନେଇ ମୁହଁ ଖୋଲିଥିଲେ ମନୁଙ୍କ ବାପା :-

ସେସିଆଲ ମିଡିଆରେ ଭାଇରାଲ ମିମ୍ସ ଏବଂ ପୋଷ୍ଟ୍‌ର ବନ୍ୟା ମଧ୍ୟରେ ବର୍ତ୍ତମାନ ମନୁ ଭାକରଙ୍କ ପିତା ରାମ କିଷାନ ଭାକର ମନୁଙ୍କ ବିବାହ ବିଷୟରେ ମୁହଁ ଖୋଲିଥିଲେ ଏବଂ ସେ କହିଥିଲେ, "ମନୁ ବହୁତ ଛୋଟ ଏବଂ ଆମେ ଏବେ ତାଙ୍କ ବିବାହ ବିଷୟରେ ଚିନ୍ତା କରୁନାହୁଁ ।' ଦୈନିକ ଭାସ୍କର ସହ ଆଲୋଚନା ବେଳେ ମନୁ ଭାକରଙ୍କ ପିତା ରାମ କିଷାନ ଭାକର କହିଛନ୍ତି, "ମନୁ ଏବେ ବହୁତ ଛୋଟ । ତାର ଏବେ ବିବାହ କରିବାକୁ ବୟସ ହୋଇନାହିଁ, ଆମେ ଏ ବିଷ୍ୟରେ ଏବେ ଚିନ୍ତା ମଧ୍ୟ କରୁନାହୁଁ ।" ସେ ନିଜ ପତ୍ନୀ ଏବଂ ନୀରଜ ଚୋପ୍ରାଙ୍କ ଭାଇରାଲ ଭିଡିଓ ଉପରେ ମନ୍ତବ୍ୟ ରଖି ରାମ କିଷାନ କହିଛନ୍ତି, "ମନୁଙ୍କ ମାଆ ନୀରଜଙ୍କୁ ତାଙ୍କ ପୁଅ ଭଳି ଦେଖନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ମନୁ ଭାକର ଓ ନୀରଜ ଚୋପ୍ରାଙ୍କ ଆଫେୟାର ନେଇ ଜୋରଦାର ଚର୍ଚ୍ଚା; ବିବାହ ନେଇ ମୁହଁ ଖୋଲିଲେ ମନୁଙ୍କ ବାପା - Manu Bhaker Neeraj Chopra Marriage

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.