ETV Bharat / sports

ଆଜି ଲକ୍ଷ୍ନୌ-ଦିଲ୍ଲୀ ମୁକାବିଲା, ଦ୍ବିତୀୟ ବିଜୟ ପାଇଁ ସଂଘର୍ଷ କରିବ DC - IPL 2024

author img

By ETV Bharat Odisha Team

Published : Apr 12, 2024, 2:17 PM IST

IPL 2024: ଆଜି ଆଇପିଏଲରେ ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ହେବ ମୁକାବିଲା । ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ଦିଲ୍ଲୀ । ବିଜୟ ଧାରା ବଜାୟ ରଖିବାକୁ ପ୍ରସ୍ତୁତ ଏଲଏସଜି । ଅଧିକ ପଢନ୍ତୁ

IPL 2024
IPL 2024

ଲକ୍ଷ୍ନୌ: ଆଇପିଏଲ ସିଜିନ 17ରରେ ଆଜି ରହିଛି 26 ତମ ମୁକାବିଲା । ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଆଜି ସନ୍ଧ୍ୟା 7ଟା 30ରେ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ପୁରା ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ଦୁଇ ଦଳ ପ୍ରସ୍ତୁତ । ଏଲଏସଜି ପଞ୍ଚମ ମ୍ୟାଚ ଖେଳି ଚତୁର୍ଥ ବିଜୟ ହାସଲ ଲକ୍ଷ୍ୟରେ ରହିଛି । ସେପଟେ ଦିଲ୍ଲୀ ଷଷ୍ଠ ତମ ମ୍ୟାଚ ଖେଳିବାକୁ ଯାଉଛି । ଚଳିତ ସିଜିନରେ ଦ୍ବିତୀୟ ବିଜୟ ପାଇଁ ସଂଘର୍ଷ କରିବ ଋଷଭ ବାହିନୀ ।

ଏହା ମଧ୍ୟ ପଢନ୍ତୁ-ୱାଙ୍ଖଡେରେ ବୁମରାଙ୍କ ଘାତକ ବୋଲିଂ, ଆରସିବି ବିପକ୍ଷରେ ମୁମ୍ବାଇର ସହଜ ବିଜୟ - IPL 2024

ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ 4ଟି ମ୍ୟାଚ ଖେଳିସାରିଥିବା ବେଳେ 3ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ବିଜୟ ଧାରା ଜାରି ରଖିବାକୁ ପ୍ରସ୍ତୁତ ହେଉଛି କେଏଲ ରାହୁଲଙ୍କ ବାହିନୀ । ଏହା ପୂର୍ବରୁ ଏପ୍ରିଲ 7 ତାରିଖରେ ଗୁଜୁରାଟକୁ ଭେଟିଥିଲା ଦଳ । 33 ରନରେ ଜିଟିକୁ ହରାଇ ତୃତୀୟ ବିଜୟ ହାସଲ କରିଥିଲା ଲକ୍ଷ୍ନୌ । ପୂର୍ବ ମ୍ୟାଚ ଜିତଥିବାରୁ ଆଜିର ମ୍ୟାଚ ପାଇଁ ମଧ୍ୟ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ବ୍ୟାଟିଂ ବୋଲିରେ ଦଳର ପ୍ରଦର୍ଶନ ଭଲ ରହିଛି ।

ଏହା ମଧ୍ୟ ପଢନ୍ତୁ-ଠକିଥିଲେ 4 କୋଟି, ବନ୍ଧା ହେଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ - Pandya Step Brother Arrested

ଅନ୍ୟପଟେ ଚଳିତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସର କ୍ରମଶଃ ନୈରାଶ୍ୟ ଜନକ ପ୍ରଦର୍ଶନ ଜାରି ରହିଛି । ଦଳ ବର୍ତ୍ତମାନ ସୁଦ୍ଧା 5ଟି ମ୍ୟାଚ ଖେଳି କେବଳ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି । ଫଳରେ ପଏଣ୍ଟ ଟେବୁଲର ଶେଷରେ ରହିଛି ଦଳ । ତେଣୁ ଆଜିର ମ୍ୟାଚରେ ବିଜୟୀ ହେବାକୁ ହେଲେ ଜୋରଦାର କସରତ କରିବାକୁ ପଡିବ । ପୂର୍ବ ଭୁଲକୁ ସୁଧାରି ବିଜୟ ଧାରାକୁ ଫେରିବାକୁ ଋଷଭଙ୍କ ବାହିନୀ ପ୍ରସ୍ତୁତ ହେଉଛନ୍ତି । ଆଇପିଏଲରେ ଏହି ଦୁଇ ଦଳ ମଧ୍ୟରେ 3ଟି ମ୍ୟାଚ ଖେଳାଯାଇଛି । କିନ୍ତୁ ଦିଲ୍ଲୀ ଗୋଟିଏ ବି ମ୍ୟାଚ ଜିତି ନାହିଁ । ରେକର୍ଡ ଅନୁଯାୟୀ ଆଜି ଲକ୍ଷ୍ନୌର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.