ETV Bharat / sports

ଶେଷ 2 ଓଭରରେ ପଲଟିଲା ବାଜି, ରାଜସ୍ଥାନଠୁ ବିଜୟ ଛଡାଇ ନେଲା ଗୁଜୁରାଟ - IPL 2024

IPL 2024: ଆଇପିଏଲର 24 ତମ ମୁକାବିଲାରେ ଗୁଜୁରାଟର ରୋମାଞ୍ଚକର ବିଜୟ । ଶେଷ ଦୁଇ ଓଭରରେ ରାଜସ୍ଥାନ ଠାରୁ ବିଜୟ ଛଡାଇ ନେଲା ଗୁଜୁରାଟ । 3 ଓ୍ବିକେଟରେ ଆରଆର ପରାସ୍ତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 11, 2024, 7:00 AM IST

IPL 2024
IPL 2024

ଜୟପୁର: ରାଜସ୍ଥାନ ରୟାଲ୍ସର ବିଜୟ ଧାରାରେ ଲାଗିଲା ବ୍ରେକ । ବୃଥା ଗଲା ରିଆନ ପରାଗ ଓ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ । ଶେଷ 2 ଓଭରରେ ପଲଟିଲା ବାଜି । ଚଳିତ ଆଇପିଏଲର 24 ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସର ରୋମାଞ୍ଚକର ବିଜୟ ହୋଇଛି । 3 ଓ୍ବିକେଟରେ ସାମସନଙ୍କ ବାହିନୀଙ୍କୁ ଚଳିତ ସିଜିନରେ ପରାଜୟର ପ୍ରଥମ ସ୍ବାଦ ଚଖାଇଲା ଗିଲଙ୍କ ବାହିନୀ । ପ୍ରଥମ ପରାଜୟ ପରେ ମଧ୍ୟ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଆରଆର । ଶୁଭମନ ଗିଲଙ୍କ ଲଢୁଆ ଅର୍ଦ୍ଧଶତକ ଦଳକୁ କରାଇଲା ବିଜୟ । ଅଲ ରାଉଣ୍ଡର ପ୍ରଦର୍ଶନ ପାଇଁ ରଶିଦ ଖାନଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଫଟାଫଟ୍ କ୍ରିକେଟରେ ବିରଳ ରେକର୍ଡ, ୧୫୦ ମ୍ୟାଚ ଜିତି କୀର୍ତ୍ତିମାନ ସ୍ଥାପନ କଲା ଏହି ଦଳ - Mumbai Indians Records

ବୁଧବାର ସନ୍ଧ୍ୟା 7ଟା 30ରେ ସାୱାଇ ମାନସିଂହ ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ । 20 ଓଭରରେ ଦଳ 3 ଓ୍ବିକେଟ ହରାଇ 196 ରନ କରିଥିଲା । ଦଳ ପକ୍ଷରୁ ରିୟାନ ପରାଗ 48 ବଲରେ 74 ରନ, ସଞ୍ଜୁ ସାମସନ ଅପରାଜିତ 68 ରନ ଓ ଜୟସ୍ବାଲ 24 ରନ କରିଥିଲେ । ଗୁଜୁରାଟ ପକ୍ଷରୁ ରଶିଦ ଖାନ, ଉମେଶ ଯାଦବ ଓ ମୋହିତ ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଘରୋଇ ଗ୍ରାଉଣ୍ଡରେ ଚମକିଲା ଚେନ୍ନାଇ, 7 ଓ୍ବିକେଟରେ ହାରିଲା କୋଲକାତା - IPL 2024

ଏହାପରେ 197 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଗୁଜୁରାଟ । 20 ଓଭର ଶେଷ କରି ଦଳ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା । 7 ଓ୍ବିକେଟ ହରାଇ 199 ରନରେ ରାଜସ୍ଥାନକୁ ମାତ ଦେଇ ଚଳିତ ସିଜିନରେ ତୃତୀୟ ବିଜୟ ହାସଲ କରିଥିଲା ଗୁଜୁରାଟ । ଅଧିନାୟକ ଶୁବମନ ଗିଲ ଲଢୁଆ ପ୍ରଦର୍ଶନ କରିଥିଲେ । ସେ 44 ବଲରେ 72 ରନ କରିଥିଲେ । ଏହା ଚଳିତ ସିଜିନରେ ତାଙ୍କ ପ୍ରଥମ ଅର୍ଦ୍ଧଶତକ । ଅନ୍ୟମାନଙ୍କ ମଧ୍ୟରେ ସାଇ ସୁଦର୍ଶନ 35 ଓ ରସିଦ ଖାନ ଅପରାଜିତ 24 ରନ କରିଥିଲେ । ରାଜସ୍ଥାନ ପକ୍ଷରୁ କୁଳଦୀପ 3, ଚହଲ 2 ଓ ଅଭେଶ ଖାନ ଗୋଟିଏ ଓ୍ବିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.