ETV Bharat / sports

ଆଇପିଏଲ ସିଜିନ 17: ପାଣ୍ଡ୍ୟା ବାହିନୀକୁ ଧୂଳି ଚଟାଇଲା ଗିଲ୍‌ଙ୍କ ଟିମ - IPL 2024

IPL 2024: ଆଇପିଏଲରେ 5ମ ମୁକାବିଲାରେ ଗୁଜୁରାଟର ବିଜୟ । 6 ରନରେ ହାରିଲା ମୁମ୍ବାଇ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 25, 2024, 7:15 AM IST

IPL 2024
IPL 2024

ଅହମ୍ମଦାବାଦ: ଚଳିତ ଆଇପିଏଲର 5ମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସର ରୋମାଞ୍ଚକର ବିଜୟ । ପାଣ୍ଡ୍ୟା ବାହିନୀକୁ 6 ରନରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି ଗୁଜୁରାଟ ଟିମ । ଗିଲଙ୍କ ନେତୃତ୍ବରେ ଟାଇଟନ୍ସର ଏହା ପ୍ରଥମ ବିଜୟ । ଫେଲ ମାରିଲା ବୁମରାଙ୍କ ଘାତକ ବୋଲିଂ । ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହେଲେ ସାଇ ସୁଦର୍ଶନ ।

ରବିବାର ସନ୍ଧ୍ୟା 7ଟା 30ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ହୋଇଥିଲା । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଗିଲଙ୍କ ବାହିନୀ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଶୁବମନ ଗିଲ ଓ ରିଦ୍ଧିମାନ ଶାହ । ପ୍ରଥମେ ବୋଲିଂ କରିଥିଲେ ପାଣ୍ଡ୍ୟା । ତାଙ୍କ ବଲକୁ ଆରମ୍ଭରୁ ଉଭୟ ବଡ ବଡ ସଟ ଖେଳିଥିଲେ ଓପନିଂ ଯୋଡି । ଚତୁର୍ଥ ଓଭରରେ ବୁମରା ଆସିବା ପରେ ରିଦ୍ଧିମାନଙ୍କ ଓ୍ବିକେଟ ନେଇଥିଲେ ।

ପରେ ପୀୟୂଷ ଚାୱଲାଙ୍କ ବଲରେ ଗିଲ 31 ରନ କରି ପାଭିଲିୟନକୁ ଫେରିଥିଲେ । ଫଳରେ ଦଳର ରନ ମନ୍ଥର ହୋଇଥିଲା । ଡେଭିଡ ମିଲ 12 ରନ କରିଥିବା ବେଳେ ବୁମରା ତାଙ୍କୁ ଆଉଟ କରିଥିଲେ । ସାଇ ସୁଦର୍ଶନ ଓ ଆଜମତୁଲ୍ଲା ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ସୁଦର୍ଶନ ଜଗି ରଖି ବ୍ୟାଟିଂ କରୁଥିବା ବେଳେ ବୁଲରାଙ୍କ ଘାତକ ବୋଲିଂର ଶିକାର ହୋଇ 45 ରନରେ ଆଉଟ ହୋଇଥିଲେ । 20 ଓଭରରେ ଦଳ 6 ଓ୍ବିକେଟ ହରାଇ 168 ରନ କରିଥିଲା । ବୁମରା ସର୍ବାଧିକ 3ଟି ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଜୟରୁ ଅଭିଯାନ ଆରମ୍ଭ କଲା KKR, ଶେଷ ଓଭରରେ ବାଜି ପଲଟାଇ ଦେଲେ ହର୍ଷିତ ରାଣା - IPL 2024

ଏହାପରେ 169 ରନର ବଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ । ବିଜୟ ପାଇଁ ଏହା ଏକ ବଡ ରନ ନଥିଲେ ମଧ୍ୟ ଦଳ ପାଇଁ କାଠିକର ପାଠ ହୋଇଥିଲା । ଗୁଜୁରାଟ ଶୃଙ୍ଖଳିତ ବୋଲିଂ ଆଗରେ ମୁମ୍ବାଇ ବ୍ୟାଟରଙ୍କ ବ୍ୟାଟ ଚାଲି ପାରିନଥିଲା । ବିଜୟୀ ହେବା ପାଇଁ ଶେଷ ଓଭରରେ 19 ରନର ଆବଶ୍ୟକତା ରହିଥିଲା । ଏହି ସମୟରେ ପାଣ୍ଡ୍ୟା ଓ ସାମସ ମୁଲାନି ବ୍ୟାଟିଂ କରୁଥିବା ବେଳେ ବୋଲିଂ କରୁଥିଲେ ଉମେଶ ଯାଦବ । ଲାଗୁଥିବା ମ୍ୟାଚ ମୁମ୍ବାଇ ସପକ୍ଷରେ ଯିବ ।

ପ୍ରଥମ ବଲରେ ପାଣ୍ଡ୍ୟା ଛକା ଓ ଦ୍ବିତୀୟ ବଲରେ ଚୌକା ମାରିଥିଲେ । କିନ୍ତୁ ତୃତୀୟ ବଲରେ ବାଜି ପଲଟି ଯାଇଥିଲା । ଏହି ବଲରେ ପାଣ୍ଡ୍ୟା ଆଉଟ ହୋଇଥିଲେ ଓ ପର ବଲରେ ପିୟୂଷ । ଶେଷ 2 ବଲରେ 10 ରନ ଆବଶ୍ୟକ ଥିବା ବେଳେ ବୁମରା ଓ ମୁଲାନି ତାହା ହାସଲ କରିବାରେ ସକ୍ଷମ ହୋଇନଥିଲେ । 20 ଓଭରରେ ଦଳ 9 ଓ୍ବିକେଟ ହରାଇ 162 ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ରୋହିତ ଶର୍ମା 43, ବ୍ରେଭିସ 46 ଓ ତିଳକ ବର୍ମା 25 ରନ କରିଥିଲେ । ଆଇପିଏଲର 4ର୍ଥ ମୁକାବିଲାରେ ରାଜସ୍ଥାନ ରୟାଲ୍ସର ବିଜୟ ହୋଇଛି । 20 ରନରେ ଲକ୍ଷ୍ନୌ ଦଳକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି ଆରଆର । ସଞ୍ଜୁ ସାମସନଙ୍କ ଅପରାଜିତ 82 ରନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.