ETV Bharat / sports

କୁଳଦୀପଙ୍କ ଘାତକ ବୋଲିଂ, 6 ଓ୍ବିକେଟରେ ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ - IPL 2024

author img

By ETV Bharat Odisha Team

Published : Apr 13, 2024, 7:01 AM IST

IPL 2024: ଚଳିତ ଆଇପିଏଲରେ ଦ୍ବିତୀୟ ବିଜୟ ହାସଲ କଲା ଦିଲ୍ଲୀ । 26 ତମ ମୁକାବିଲାରେ 6 ଓ୍ବିକେଟରେ ହାରିଲା ଲକ୍ଷ୍ନୌ । ଅଧିକ ପଢନ୍ତୁ

IPL 2024
IPL 2024

ଲକ୍ଷ୍ନୌ: କୁଳଦୀପ ଯାଦବଙ୍କ ଘାତକ ବୋଲିଂ ଓ ମ୍ୟାକଗର୍କଙ୍କ ଲଢୁଆ ବ୍ୟାଟିଂରେ ଚଳିତ ଆଇପିଏଲରେ ଦ୍ବିତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆଇପିଏଲର 26 ତମ ମୁକାବିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ଘରୋଇ ମାଟିରେ 6 ଓ୍ବିକେଟରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଲକ୍ଷ୍ନୌର ଦ୍ବିତୀୟ ପରାଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଖସିଲା ଏଲଏସଜି, ଦ୍ବିତୀୟ ବିଜୟ ସହ ନବମ ସ୍ଥାନକୁ ଉନ୍ନିତ ହେଲା ଦିଲ୍ଲୀ କ୍ୟାପିଟାଲ୍ସ । କୁଳଦୀପ ଯାଦବ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ।

ଶୁକ୍ରବାର ସନ୍ଧ୍ୟା 7ଟା 30ରେ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ଫଳରେ ଫିଲ୍ଡିଂ କରିଥିଲା ଦିଲ୍ଲୀ । ଦଳ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 167 ରନ କରିଥିଲା । କୁଳଦୀପ ଯାଦବଙ୍କ ଘାତକ ବୋଲିଂକୁ ସାମ୍ନା କରିବାରେ ଏତେଟା ସକ୍ଷମ ହୋଇୁପାରିନଥିଲେ ଲକ୍ଷ୍ନୌ ବ୍ୟାଟର । କେଏଲ ରାହୁଲ 39, ଆୟୁସ ଅପରାଜିତ 55, ଅର୍ଶଦ ଅପରାଜିତ 20 ରନ କରିଛନ୍ତି । ଦିଲ୍ଲୀ ପକ୍ଷରୁ କୁଳଦୀପ 3ଟି ଓ୍ବିକେଟ ନେଇଥିବା ବେଳେ ଖାଲେଲ 2 ଓ ଇଶାନ୍ତ ଶର୍ମା ଗୋଟିଏ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ୱାଙ୍ଖଡେରେ ବୁମରାଙ୍କ ଘାତକ ବୋଲିଂ, ଆରସିବି ବିପକ୍ଷରେ ମୁମ୍ବାଇର ସହଜ ବିଜୟ - IPL 2024

ଏହାପରେ 167 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ପୃଥ୍ବୀ ଓ ଓ୍ବାର୍ଣ୍ଣର । ଦଳୀୟ ସ୍କୋର 24 ହୋଇଥିବା ବେଳେ ପ୍ରଥମ ଓ୍ବିକେଟ ପଡିଥିଲା । ମାତ୍ର 8 ରନ କରି ପାଭିଲିୟନ ଫେରିଥିଲେ ଓ୍ବାର୍ଣ୍ଣର । ଏହା ପରେ 3 ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ମ୍ୟାକଗର୍କ । ଏହାପରେ ଦଳୀୟ ସ୍କୋର ଆଗକୁ ଯାଉଥିବା ବେଳେ ଦଳୀୟ ସ୍କୋର 63 ହୋଇଥିବା ବେଳେ ଦ୍ବିତୀୟ ଓ୍ବିକେଟ ପଡିଥିଲା । 4 ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ପନ୍ତ । ମ୍ୟାକଗର୍କ ଓ ପନ୍ତ ଷ୍ଟାଡିୟମରେ ଛକା ଚୌକାର ବର୍ଷା କରିଥିଲେ । ଦଳୀୟ ସ୍କୋର 140 ହୋଇଥିବା ବେଳେ ତୃତୀୟ ଓ 146 ବେଳେ ଚତୁର୍ଥ ଓ୍ବିକେଟ ପଡିଥିଲା । ପନ୍ତ 41 ଓ ମ୍ୟାକଗର୍କ 55 ରନ କରି ଆଉଟ ହୋଇଥିଲେ । ପରେ ଷ୍ଟବ୍ସ ଓ ହୋପ ବ୍ୟାଟିଂ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ଆହୁରି ଏକ ଓଭର 5ଟି ବଲ ବାକି ଥାଇ ଦଳ 4 ଓ୍ବିକେଟ ହରାଇ 170 ରନ କରି ବିଜୟୀ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.