ETV Bharat / sports

ଏହିଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଇମର୍ଜିଂ ଏସିଆ କପ୍‌ ସେଡ୍ୟୁଲ ଚୂଡ଼ାନ୍ତ

ACC Emerging Teams Asia Cup : ଇମର୍ଜିଂ ଏସିଆ କପ୍‌ 2024ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ ଭାରତ । ଅଧିକ ପଢ଼ନ୍ତୁ

author img

By ETV Bharat Sports Team

Published : 4 hours ago

ACC Emerging Teams Asia Cup 2024
IND vs PAK (ETV Bharat)

ହାଇଦ୍ରାବାଦ : ଆସନ୍ତା 18 ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଏସିସି ଇମର୍ଜିଂ ଏସିଆ କପ୍‌ 2024 । ବାଂଲାଦେଶ 'ଏ' ଓ ହଙ୍ଗକଙ୍ଗ ମଧ୍ୟରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ୍‌ । ତେବେ ଏହି ଟୁର୍ଣ୍ଣମେଣ୍ଟରେ ଭାରତ ଏହାର ଅଭିଯାନ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ କରିବ । ଏଥର ଓମାନରେ ଆୟୋଜିତ ହେଉଥିବା ଇମର୍ଜିଂ ଏସିଆ କପ୍‌ 2024ରେ ଭାରତ ଏହାର ପ୍ରଥମ ମୁକାବିଲା ପାକିସ୍ତାନ ବିପକ୍ଷରେ ଅକ୍ଟୋବର 19ରେ ଖେଳିବ । ଏହା ପୂର୍ବରୁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଦଳରେ ଅନେକ ଯୁବ ତାରକାଙ୍କୁ ସୁଯୋଗ ଦିଆଯାଇଥିବାବେଳେ ତିଲକ ବର୍ମାଙ୍କୁ ଅଧିନାୟକ କରିଛନ୍ତି ଚୟନକର୍ତ୍ତା । ଦଳରେ ଅଭିଷେକ ଶର୍ମାଙ୍କୁ ଉପ-ଅଧିନାୟକ କରାଯାଇଥିବାବେଳେ ୱିକେଟ-କିପର ଭାବରେ ପ୍ରଭସିମ୍ରନ ସିଂହ ଓ ଅନୁଜ ରାୱତଙ୍କୁ ମିଳିଛି ସ୍ଥାନ ।

ଭାରତର ମ୍ୟାଚ୍‌ ସେଡ୍ୟୁଲ :-

ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଓମାନର ମସ୍କାଟସ୍ଥିତ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ । ଅକ୍ଟୋବର 21ରେ ଭାରତୀୟ ଦଳ ୟୁଏଇ ବିପକ୍ଷରେ ଖେଳିବ । ଲିଗ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଆୟୋଜକ ଓମାନ ସହିତ ଖେଳିବ ଭାରତ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ ଓମାନ କ୍ରିକେଟ ଏକାଡେମୀରେ ଖେଳାଯିବାକୁ ଥିବାବେଳେ ଦୁଇଟିଯାକ ସେମିଫାଇନାଲ ଅକ୍ଟୋବର 25ରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଭଳି ଆଇସିସିର ପ୍ରମୁଖ ସଦସ୍ୟ ଦଳ ବ୍ୟତୀତ ହଙ୍ଗକଙ୍ଗ, ୟୁଏଇ ଏବଂ ଓମାନ କ୍ରିକେଟ ଦଳ ମଧ୍ୟ ଅଂଶଗ୍ରହଣ କରୁଛନ୍ତି ।

ଏସିସି ଇମର୍ଜିଂ ଏସିଆ କପ୍‌ ପାଇଁ ଭାରତୀୟ ଦଳ :-

ତିଲକ ବର୍ମା (ଅଧିନାୟକ), ଅଭିଷେକ ଶର୍ମା (ଉପ-ଅଧିନାୟକ), ପ୍ରଭସିମ୍ରନ ସିଂହ (ୱିକେଟ-କିପର), ଆୟୁଷ ବାଦୋନି, ନିଶାନ୍ତ ସିନ୍ଧୁ, ରମଣଦୀପ ସିଂହ, ଅନୁଜ ରାୱତ (ୱିକେଟ-କିପର), ନେହାଲ ୱାଧେରା, ଅଂଶୁଲ କାମ୍ବୋଜ, ହ୍ରିତିକ ଶୌକିନ, ବୈଭବ ଆରୋରା, ରଶିଖ ସଲାମ, ସାଇ କିଶୋର, ରାହୁଲ ଚହର ଏବଂ ଆକିବ ଖାନ

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.