ETV Bharat / sports

ଭାରତ-ବାଂଲାଦେଶ ଟେଷ୍ଟ: କାହିଁକି ବୁମରାଙ୍କୁ ମିଳିଲାନି ଉପ ଅଧିନାୟକ ଦାୟିତ୍ବ ? - IND VS BAN FIRST TEST

author img

By ETV Bharat Odisha Team

Published : Sep 10, 2024, 2:34 PM IST

Jasprit Bumrah Not Selected As Vice Captain: ଭାରତ-ବାଂଲାଦେଶ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇଛି ଟିମ୍ ଇଣ୍ଡିଆ ଦଳ । ବିନା ଉପ ଅଧିନାୟକରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବ କି ଭାରତ ?

Jasprit Bumrah
Jasprit Bumrah (ETV Bharat)

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର 19 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ । ସେପ୍ଟେମ୍ବର 19ରୁ ଅକ୍ଟୋବର 1 ମଧ୍ୟରେ 2ଟି ଟେଷ୍ଟ ସିରିଜ ଖେଳାଯିବ । ଏଥି ପାଇଁ ଟିମ୍‌ ଇଣ୍ଡିଆ 16 ଜଣିଆ ଦଳ ଘୋଷଣା କରିଛି । ଦଳର ଅଧିନାୟକ ଭାର ରୋହିତ ଶର୍ମାଙ୍କ କାନ୍ଧରେ ରହିଥିବା ବେଳେ ଉପ ଅଧିନାୟକ ଦାୟିତ୍ବ କାହାକୁ ଦିଆଯାଇ ନାହିଁ । ବିନା ଭାଇସ କ୍ୟାପଟେନରେ ବାଂଲାଦେଶ ବିପକ୍ଷରେ ଖେଳିବ ମେନ ଇନ ବ୍ଲୁ । ତେବେ ପୂର୍ବ ଟେଷ୍ଟ ସିରିଜରେ ଯଶପ୍ରୀତ ବୁମରା ଉପ ଅଧିନାୟକ ରହିଥିବା ବେଳେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ସିରିଜ ପାଇଁ କାହିଁକି ତାଙ୍କୁ ଉପ ଅଧିନାୟକ କରାଗଲା ନାହିଁ ତାକୁ ନେଇ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କାହିଁକି ବୁମରାଙ୍କୁ ଉପ ଅଧିନାୟକ କରାଗଲା ନାହିଁ ?

ଚଳିତ ବର୍ଷ ପ୍ରାରମ୍ଭରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଫାଷ୍ଟ ବୋଲର ଯଶପ୍ରୀତ ବୁମରା ଭାରତୀୟ ଦଳର ଉପ-ଅଧିନାୟକ ରହିଥିଲେ । କିନ୍ତୁ ସେହି ପଦବୀ ବଜାୟ ରଖି ପାରିନାହାନ୍ତି ବୁମରା । ଆଗାମୀ ଟେଷ୍ଟରେ ସେ ଦଳ ନିୟମିତ ସଦସ୍ୟ ଭାବରେ ଖେଳିବେ। ବୁମରାଙ୍କୁ ଉପ ଅଧିନାୟକ ଦାୟିତ୍ବ ନଦେବାର କାରଣ ଏହା ଦର୍ଶାଉଛି ଯେ, ତାଙ୍କୁ ଭବିଷ୍ୟତରେ ଦଳରେ ଅଧିନାୟକ ଭାବେ ବିସିସିଆଇ ଓ ମ୍ୟାନେଜମେଣ୍ଟ ଦେଖୁନାହିଁ । ନଚେତ ତାଙ୍କର କାର୍ଯ୍ୟ ଭାର ହ୍ରାସ କରିବାକୁ ଏପରି ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ-5 ଷ୍ଟାର ବ୍ୟାଟର; ଦିନିକିଆ କ୍ରିକେଟରେ ହାସଲ କରିପାରିନାହାନ୍ତି ଗୋଟିଏ ବି ଶତକ - Batters who could not score ODI Ton

ଅଧିନାୟକ ହେବାରେ ବୁମରାଙ୍କୁ କଣ୍ଟା ସାଜିବ ଆଘାତ ଜନିତ ସମସ୍ୟା:

ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହୋଇ ନପାରନ୍ତି ବୁମରା । ଏଥି ପାଇଁ ମୁଖ୍ୟ କାରଣ ସାଜିପାରେ ବାରମ୍ବାର ଆଘାତ ଜନିତ ସମସ୍ୟା । ଦଳର ଅଧିନାୟକ ଦଳରେ ପ୍ରତି ମ୍ୟାଚରେ ଉପସ୍ଥିତି ରହିବା ଜରୁରୀ । କିନ୍ତୁ ବୁମରା ଯେଉଁ ପରି ଭାବେ ବାରମ୍ଭାର ଆଘାତ ହେଉଛନ୍ତି ତାହା ଅଧିନାୟକ ହେବା ରାସ୍ତାରେ କଣ୍ଟା ସାଜିପାରେ ।

ଏହା ମଧ୍ୟ ପଢନ୍ତୁ-ଫିଲ୍ମ ଦୁନିଆରେ ଧୋନିଙ୍କ ଏଣ୍ଟ୍ରି ! ଏହି ଫିଲ୍ମରେ ଆସିବେ ନଜର - MS Dhoni GOAT

ଟିମ୍‌ ଇଣ୍ଡିଆର କମାଣ ସମ୍ଭାଳିଛନ୍ତି ବୁମରା:

ଯଶପ୍ରୀତ ବୁମରା ପୂର୍ବରୁ ଭାରତୀୟ ଟିମ୍‌ର ଅଧିନାୟକ ରହିଛନ୍ତି । 2022 ରେ ଇଂଲଣ୍ଡ ବିପକ୍ଷ ଓ 2023ରେ ଆୟରଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅଧିନାୟକ ରହିଥିଲେ ବୁମରା । ତାଙ୍କର ଅଧିନାୟକତ୍ବକୁ ବହୁ ଭେଟେରାନ କ୍ରିକେଟର ମଧ୍ୟ ପ୍ରଶଂସା କରିଥିଲେ ।

କେବେ ହେବ ବାଂଲାଦେଶ ବିପକ୍ଷ ଟେଷ୍ଟ:

ସେପ୍ଟେମ୍ବର 19 ରୁ 23 ମଧ୍ୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ଏହା ପରେ 27 ସେପ୍ଟେମ୍ବରରୁ ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

ବାଂଲାଦେଶ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବୀନ, ରବୀନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଳଦୀପ ଯାଦବ, ଆକାଶଦୀପ, ଯଶପ୍ରୀତ ବୁମରା, ୟଶ ଦୟାଲ ଓ ମହମ୍ମଦ ସିରାଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.