ETV Bharat / sports

ଜୁନ 19ରୁ T20 ବିଶ୍ବକପ୍ ସୁପର 8, ଦେଖନ୍ତୁ କେବେ ରହିଛି ଟିମ୍ ଇଣ୍ଡିଆର ମୁକାବିଲା ? - ICC T20 WORLD CUP SUPER 8 - ICC T20 WORLD CUP SUPER 8

T20 World Cup Super 8 from June 19: ଟି 20 ବିଶ୍ବକପର ସୁପର 8ରେ ଖେଳାଯିବ 12ଟି ମ୍ୟାଚ । ଗ୍ରୁପ୍ ଏରେ ଅଛନ୍ତି ଭାରତ, ଆଫଗାନିସ୍ତାନ, ବାଂଲାଦେଶ ଏବଂ ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

ICC T20 World Cup 2024
ICC T20 World Cup 2024 (IANS PHOTO)
author img

By ETV Bharat Odisha Team

Published : Jun 17, 2024, 12:33 PM IST

ନୂଆଦିଲ୍ଲୀ: ଟି-20 ବିଶ୍ବକପରେ ଆସନ୍ତାକାଲି ଶେଷ ହେବ ଗ୍ରୁପ ପର୍ଯ୍ୟାୟ ମ୍ୟାଚ । ଜୁନ 19 ତାରିଖରୁ ଆରମ୍ଭ ହେବ ସୁପର 8 ମୁକାବିଲା । 4ଟି ଗ୍ରୁପ ମଧ୍ୟରୁ 8ଟି ଦଳ ସୁପର 8କୁ ଉନ୍ନିତ ହୋଇଛନ୍ତି । ଆସନ୍ତା 19 ତାରିଖରୁ ସୁପର 8 ମଧ୍ୟରେ ମୁକାବିଲା ଆରମ୍ଭ ହେବ । ଗ୍ରୁପ-ଏରେ ରହିଛନ୍ତି ଭାରତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ବାଂଲାଦେଶ । ଗ୍ରୁପ-ବିରେ ରହିଛନ୍ତି ଇଂଲଣ୍ଡ, ଆମେରିକା, ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜ । ପ୍ରତି ଗ୍ରୁପର ଟିମ 3ଟି ଲେଖାଏଁ ମ୍ୟାଚ ଖେଳିବେ, ମୋଟ 12ଟି ମ୍ୟାଚ ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ-ନେପାଳକୁ ହରାଇ ସୁପର 8ରେ ପ୍ରବେଶ କଲା ବାଂଲାଦେଶ - T20 World Cup

ସୁପର 8ରେ ଆଫଗାନିସ୍ତାନ, ବାଂଲାଦେଶ ଓ ଅଷ୍ଟ୍ରେଲିଆକୁ ଭେଟିବ ଭାରତ:

ଆସନ୍ତା 20 ତାରିଖରେ ଆଫଗାନିସ୍ତାନକୁ ଭେଟିବ ଭାରତ । ଓଭାଲରେ ଭାରତୀୟ ସମୟର 8ଟାରେ ଏହି ମ୍ୟାଚ ଖେଳାଯିବ । ଏହାପରେ 22 ତାରିଖରେ ବାଂଲାଦେଶ ସହ ରୋହିତ ବାହିନୀର ମୁକାବିଲା ରହିଛି । ଆଣ୍ଟିଗୁନାର ଶ୍ରୀଭିଭିଆନ ରିଚାର୍ଡ୍ସ ଷ୍ଟାଜିୟମରେ ରାତି 8ରେ ମ୍ୟାଚ ଖେଳାଯିବ । 24 ତାରିଖରେ ଅଷ୍ଟ୍ରେଲିଆ ସହ ଟିମ ଇଣ୍ଡିଆର ମୁକାବିଲା ରହିଛି । ଗ୍ରୁପ ପର୍ଯ୍ୟାୟରେ ଟିମ ଇଣ୍ଡିଆ 3ଟି ମ୍ୟାଚ ଜିତଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା । ଟି 20ରେ ବର୍ତ୍ତମାନ ସୁଦ୍ଧା ଅପରାଜୟ ରହିଥିବା ଭାରତ ବିଜୟ ଧାରକୁ ବଜାୟ ରଖି ସେମିଫାଇନାଲ ଯିବାକୁ ଆଶାବାଦୀ ।

ଏହା ମଧ୍ୟ ପଢନ୍ତୁ-T20 ବିଶ୍ବକପରେ ଆଜି କାନାଡାକୁ ଭେଟିବ ଭାରତ, ବିଜୟ ଧାରା ବଜାୟ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ - T20 WORLD CUP 2024

କେବେ ହେବ ଫାଇନାଲ ମ୍ୟାଚ? :

ଜୁନ 19ରୁ 24 ତାରିଖ ମଧ୍ୟରେ ସୁପର-8 ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ । ଏହି ପର୍ଯ୍ୟାୟରୁ ଯେଉଁ 4ଟି ଦଳ ସେମିରେ ପ୍ରବେଶ କରିବେ । ସେମାନଙ୍କ ମଧ୍ୟରେ ସେମିଫାଇନାଲ୍‌ ମ୍ୟାଚ 26 ଓ 27 ଜୁନରେ ଖେଳାଯିବ । 4 ଦଳ ମଧ୍ୟରୁ 2ଟି ଦଳ ଫାଇନାଲକୁ ପ୍ରବେଶ କରିବେ । ଫାଇନାଲ୍‌ ମ୍ୟାଚ୍‌ ଜୁନ 29 ତାରିଖରେ ବାରବାଡୋସ୍‌ରେ ଖେଳାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.