ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଏଫଆଇଏଚ ହକି ପ୍ରୋ ଲିଗ । ଦ୍ବିତୀୟ ମ୍ୟାଚରେ ବି ଦର୍ଶକଙ୍କୁ ନିରାଶ କଲା ଭାରତୀୟ ମହିଳା ହକି ଦଳ । ଦ୍ବିତୀୟ ମ୍ୟାଚରେ ଭାରତୀୟ ଟିମକୁ 3-1 ଗୋଲରେ ପରାସ୍ତ କରିଛି ନେଦରଲାଣ୍ଡ୍ସ । ଏହା ଭାରତୀୟ ଦଳ ଦ୍ବିତୀୟ କ୍ରମାଗତ ପରାଜୟ । ପ୍ରଥମ ମ୍ୟାଚରେ ଟୀନ ଠାରୁ ହାରିଥିଲା ଇଣ୍ଡିଆ ଓ୍ବିମେନ ହକି ଟିମ । ଆସନ୍ତା ଫେବୃଆରୀ 7 ତାରିଖରେ ଭାରତ ତୃତୀୟ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ।
ମ୍ୟାଚ ଆରମ୍ଭରୁ ନେଦରଲାଣ୍ଡ୍ସ ଦଳ ଆକ୍ରମଣାତ୍ମକ ଆରମ୍ଭ କରିଥିଲା । ପ୍ରଥମାର୍ଦ୍ଧରେ 1-0 ଗୋଲରେ ଆଗୁଆ ଥିଲା ନେଦରଲାଣ୍ଡ୍ସ । ଏହାପରେ ଦ୍ବିତୀୟ କ୍ବାଟରରେ ଗୋଟିଏ ଗୋଲ ଦେଇ ଭାରତ କମବ୍ୟାକ କରିଥିଲା । ମ୍ୟାଚ 1-1ରେ ବରାବର ରହିଥିଲା । ପରବର୍ତ୍ତୀ ସମୟରେ ନେଦରଲାଣ୍ଡ୍ସ ଦୁଇଟି ଗୋଲ ସ୍କୋର କରି 3-1ରେ ଆଗୁଆ ରହିବା ସହ ଭାରତକୁ ଆଉ ଗୋଲ କରିବାର ସୁଯୋଗ ଦେଇନଥିଲା । ଯାହା ଫଳରେ ଦ୍ବିତୀୟ ମ୍ୟାଚରେ ପରାଜିତ ହୋଇଛି ଭାରତୀୟ ମହିଳା ହକି ଦଳ । ବର୍ତ୍ତମାନ ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଭାରତ ବିଫଳ ହୋଇଥିବା ବେଳେ ନେଦଲାଣ୍ଡ୍ସ 18 ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି ।
ଏହା ମଧ୍ୟ ପଢନ୍ତୁ-FIH ହକି ପ୍ରୋ-ଲିଗ: 2-1 ଗୋଲରେ ଭାରତକୁ ହରାଇଲା ଚୀନ
ସେହିପରି କଳିଙ୍ଗ ଷ୍ଟାଡିୟମରେ ରବିବାର ଦ୍ବିତୀୟ ମ୍ୟାଚ ଆଷ୍ଟ୍ରେଲିଆ ଓ ଚାଇନା ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ 3-0 ଗୋଲରେ ଟୀନ ଠାରୁ ପରାଜିତ ହୋଇଥିଲା କଙ୍ଗାରୁ ଦଳ । ଚଳିତ ସିଜିନରେ ଏହା ଚାଇନାର ଦ୍ବିତୀୟ କ୍ରମାଗତ ବିଜୟ । ପ୍ରଥମ ମ୍ୟାଚରେ ଭାରତତକୁ ପରାସ୍ତ କରିଥିଲା ଚୀନ । ବର୍ତ୍ତମାନ ଚୀନ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ।
ଚୀନ ଓ ଭାରତ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ପ୍ରଥମ କ୍ୱାଟରରେ ଭାରତ ଆକ୍ରମକ ଖେଳ ପଦର୍ଶନ କରିଥିଲା । ବନ୍ଦନା କାତାରିୟା ଦଳ ତରଫରୁ ପ୍ରଥମ ଗୋଲ ଦେଇଥିଲେ । ପରେ ତୃତୀୟ କ୍ୱାଟରରେ ଚୀନ ଦଳ ଗୋଟିଏ ଗୋଲ ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା । ସେହି କ୍ୱାଟରରେ ଭାରତୀୟ ଦଳକୁ ପେନାଲ୍ଟି ସୁଯୋଗ ମିଳିଥିଲେ ମଧ୍ୟ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା ଦଳ । କିନ୍ତୁ ଚୀନ ପେନାଲ୍ଟିରେ ଭାରତକୁ ଗୋଟିଏ ଗୋଲ ଦେଇ 2-1ରେ ଆଗୁଆ ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର