ETV Bharat / sports

କାହିଁକି OCA ହାତ ଛାଡିଲେ ଶୁଭ୍ରାଂଶୁ ? ସାମ୍ନାକୁ ଆସିଲା କାରଣ - SUBHRANSHU Vs OCA DISPUTE - SUBHRANSHU VS OCA DISPUTE

CRICKETER SUBHRANSHU Vs OCA DISPUTE: ଓଡିଶା କ୍ରିକେଟ ଛାଡ଼ିଲେ କ୍ରିକେଟର ଶୁଭ୍ରାଂଶୁଙ୍କ । ମୁହଁ ଖୋଲିଲେ ଓସିଏ ସମ୍ପାଦକ । କହିଲେ ସେ ଓଡ଼ିଶାର ପିଲା, ଓଡ଼ିଶା ପାଇଁ ଖେଳି ସଫଳତା ପାଇଛି । କିନ୍ତୁ ଏବେ ସେ ବାହାର ରାଜ୍ୟ ପାଇଁ ଖେଳିବା ପାଇଁ ଚାହୁଁଛନ୍ତି । ଯଦି ସେ ବାହାରେ ଖେଳି ଅଧିକ ସଫଳତା ପାଇବେ ତାହାଲେ ଆମେ ଖୁସି ହେବୁ । ଅଧିକ ପଢନ୍ତୁ

Cricketer Subhranshu Senapati will not be playing for the Odisha State anymore as today he officially announced his decision
Cricketer Subhranshu Senapati will not be playing for the Odisha State anymore as today he officially announced his decision (ETV Bharat Odisha)
author img

By ETV Bharat Odisha Team

Published : Jul 22, 2024, 10:00 PM IST

କଟକ: ଓଡିଶା କ୍ରିକେଟ ଛାଡିଲେ ଶୁଭ୍ରାଂଶୁ ସେନାପତି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଶୁଭ୍ରାଂଶୁ । OCAରେ NOC ପାଇଁ ଆବେଦନ କରିଥିଲେ ଶୁଭ୍ରାଂଶୁ । OCA ଶୁଭ୍ରାଂଶୁଙ୍କ NOCକୁ ଗ୍ରହଣ କରିଛି । ଶୁଭ୍ରାଂଶୁ ଓଡିଶା କ୍ରିକେଟର ଜଣେ ଉଦୀୟମାନ ଖେଳାଳି ଥିଲେ । ସେ ଓଡିଶା କ୍ରିକେଟ ଛାଡିବା ପରେ ମଧ୍ୟ ପ୍ରଦେଶ ପାଇଁ ଖେଳିବେ । NOC ପାଇବା ପରେ ଗଣମାଧ୍ୟମକୁ ପତିକ୍ରିୟାରେ ଶୁଭ୍ରାଂଶୁ କହିଛନ୍ତି ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି ।

Cricketer Subhranshu Senapati (ETV Bharat Odisha)

ପୂର୍ବରୁ ଶୁଭ୍ରାଂଶୁ ସେନାପତିଙ୍କ ଓଡିଶା କ୍ରିକେଟ ଛାଡିବା ପ୍ରସଙ୍ଗରେ ମୁହଁ ଖୋଲିଥିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଶୁଭ୍ରାଂଶୁ ଓଡିଶା ଟିମର ଏକ ଆସେଟ । କିଛି ଦିନ ହେବ ଚର୍ଚ୍ଚା ହେଉଛି ସେ ଓଡିଶା ଛାଡି ମଧ୍ୟ ପ୍ରଦେଶରୁ କ୍ରିକେଟ ଖେଳିବେ । ଯଦି ସେ ଏଭଳି ମାଇଣ୍ଡ ସେଟରେ ଅଛନ୍ତି ତେବେ ତାଙ୍କୁ ସ୍ବାଗତ । ଯେଉଁ ଭାରତୀୟ ଟିମ ରେ ସୁଯୋଗ ଓ ଆଇପିଏଲରେ ସୁଯୋଗ ମିଳିବା ନେଇ ଶୁଭ୍ରାଂଶୁଙ୍କୁ ଆଶା ଦିଆଯାଇଛି ସେଥିରେ ବ୍ୟକ୍ତିଗତ ପ୍ରଦର୍ଶନର ଆବଶ୍ୟକତା ରହିଛି । ପୂର୍ବରୁ ଓଡିଶା କ୍ରିକେଟ ସଂଘ ପକ୍ଷରୁ ଶୁଭ୍ରାଂଶୁଙ୍କୁ ଅନେକ ସୁଯୋଗ ଦିଆଯାଇଛି ବୋଲି କହିଥିଲେ ସଞ୍ଜୟ ।

ଓସିଏ ସମ୍ପାଦକ ସଞ୍ଜୟ କହିଥିଲେ ," ଗତ ରଣଜୀ ସିଜିନରେ ଶୁଭ୍ରାଂଶୁ ମଧ୍ୟପ୍ରଦେଶ ବିପକ୍ଷରେ ଏକ ଦ୍ଵିଶତକ ଓ ଅନ୍ୟ ଏକ ମ୍ୟାଚରେ ଶତକୀୟ ପାଳି ଖେଳିଥିଲେ । ଦଳ ତାଙ୍କ ଉପରେ ବିଶ୍ୱାସ ରଖିଥିଲା । କିନ୍ତୁ ସେ ଓଡ଼ିଆ ପୁଅ ହିସାବରେ ଓଡିଶା ପ୍ରତି ସେ ଭଲ ପାଇବା ଦେଖାଇ ନାହାନ୍ତି । ତାଙ୍କର ଏହି ନିଷ୍ପତିକୁ ସ୍ୱାଗତ କରିବା ଛଡା ଅନ୍ୟଗତି ନାହିଁ ଓସିଏ ପାଖରେ । ତେଣୁ ତାଙ୍କୁ NOC ଦିଆଯିବ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଏହାଛଡ଼ା ଅନ୍ୟ ରାଜ୍ୟ କ୍ରିକେଟ ସଂଘରୁ ଅନେକ ଖେଳାଳି ଓଡିଶାରେ ଖେଳାଳିବା ପାଇଁ ଇଚ୍ଛା ପ୍ରକଟ କରିବା ସହ ପ୍ରସ୍ତାବ ଦେଇଥାନ୍ତି । ହେଲେ ଓସିଏ ଓଡ଼ିଆ କ୍ରିକେଟରଙ୍କୁ ନେଇ ଭବିଷ୍ୟ ଗଢିବାରେ ସର୍ବଦା ବିଶ୍ୱାସ ରଖିଥାଏ ।ବର୍ତ୍ତମାନ ଓସିଏର ଶୃଙ୍ଖଳା କମିଟି ସହ ଆଲୋଚନା ପରେ ଏକ ଖେଳାଳି ମାନଙ୍କ ସହ ଚୁକ୍ତି କରାଯିବ । କାହିଁକି ନା ଓସିଏ ଅନେକ କଷ୍ଟ କରି ଖେଳାଳି ଗଢୁଛି । ଆଉ କ୍ରିକେଟର ପରିପକ୍ୱ ହେଲା ପରେ ଓଡିଶା ଛାଡି ଅନ୍ୟ ସଂଘରେ ଖେଳିବାକୁ ମନ ବଳାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ ...କ୍ରୀଡ଼ାସଂଘରୁ କମୁଛି ବିଜେଡି ପତିଆରା; FAO ସଭାପତି ହେଲେ ସମୀର ଦେ - Samir Dey become President of FAO

ତେବେ ଶୁଭ୍ରାଂଶୁ ଦଳ ଛାଡିଲେ ସେମିତି କିଛି କ୍ଷତି ସହିବନି ଓଡିଶା କ୍ରିକେଟ । ଅନେକ ଯୁବ ପ୍ରତିଭା ବର୍ତ୍ତମାନ ଓଡିଶା କ୍ରିକେଟରେ ଉଭା ହୋଇଛନ୍ତି । ତେଣୁ ଏହି ବିଷୟରେ କେବଳ ଶୁଭ୍ରାଂଶୁଙ୍କୁ ବୁଝାଯାଇ ପାରିବ କିନ୍ତୁ ନିଷ୍ପତ୍ତି ତାଙ୍କ ହାତରେ ବୋଲି କହିଥିଲେ ଓସିଏ ସମ୍ପାଦକ ।

ସେପଟେ ଏହାର ଜବାବ ରଖିଛନ୍ତି ଶୁଭ୍ରାଂଶୁ । ସେ କହିଛନ୍ତି ,"ମୋ କ୍ୟାରିୟର ପାଇଁ ନିଷ୍ପତ୍ତି ନେଇଛି । ପୂର୍ବରୁ କିଛି ଖେଳାଳି ବାହାରକୁ ଯାଇ ସଫଳତା ପାଇଛନ୍ତି । ମୋର ବି ଆଶା ମୁଁ ସଫଳତା ପାଇବି । ମଧ୍ୟ ପ୍ରଦେଶ କ୍ରିକେଟର କୋଚ ଚନ୍ଦ୍ରକାନ୍ତ ପଣ୍ଡିତ ମୋତେ ଯୋଗାଯୋଗ କରିଥିଲେ । ଓସିଏର ସପୋର୍ଟ ରହିଛି । ଓସିଏକୁ ବହୁତ ଧନ୍ୟବାଦ । ମୋର NOCକୁ ଗ୍ରହଣ କରିଛନ୍ତି । ମୋତେ ଗୋଟେ ସୁଯୋଗ ମିଳିଛି ତେଣୁ ମୁଁ ମୋ ଭବିଷ୍ୟତ ପାଇଁ ନିଷ୍ପତ୍ତି ନେଇଛି । ଭଲ ଟିମ୍ ଓ ଭଲ କୋଚଙ୍କ ପକ୍ଷରୁ ମୋତେ ସୁଯୋଗ ଦେବା ପାଇଁ ବିଶ୍ୱାସ ଦେଇଛନ୍ତି । ତେଣୁ ମୁଁ ଏହି ନିଷ୍ପତ୍ତି ନେଇଛି । ଓସିଏରେ କିଛି ଅଭାବ ତ୍ରୁଟି ନାହିଁ , ସମସ୍ତେ ଏଠି ଖେଳି ଆଗକୁ ଯାଇ ପାରିବେ । ମୋର ଏ ନିଷ୍ପତ୍ତି ବ୍ୟକିଗତ ।

ଅନ୍ୟପଟେ ଶୁଭ୍ରାଂଶୁ ସେନାପତି ଓଡିଶା କ୍ରିକେଟ ଛାଡିବା ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ପତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଶୁଭ୍ରାଂଶୁ ସେନାପତି ଆମ ରାଜ୍ୟର ଗୋଟେ ଆସେଟ । ମୁଁ ଓ ଓସିଏ ପକ୍ଷରୁ ତାଙ୍କୁ ସବୁବେଳେ ସପୋର୍ଟ ଯୋଗାଇ ଦିଆଯାଇଛି । ଚନ୍ଦ୍ରକାନ୍ତ ପଣ୍ଡିତ ମଧ୍ୟପ୍ରଦେଶ ଓ ଏକ IPL ଟିମର କୋଚ ଅଛନ୍ତି । ଯଦି ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ମାଧ୍ୟମରେ ଶୁଭ୍ରାଂଶୁଙ୍କ କ୍ୟାରିୟର ହେଇ ପାରିବ ତାହାଲେ ଆମେ ଖୁସି ହେବୁ । OCA ସବୁବେଳେ ଖେଳାଳିଙ୍କ ସାଙ୍ଗରେ ଥାଏ । OCAକୁ ମଧ୍ୟ ବାହାର ରାଜ୍ୟର ଖେଳାଳି ଓଡ଼ିଶାରେ ଖେଳିବା ପାଇଁ ଅନୁରୋଧ କରିଛନ୍ତି । କିନ୍ତୁ ଓସିଏ ଓଡ଼ିଶାର ଖେଳାଳିଙ୍କୁ ଖେଳିବାର ସୁଯୋଗ ଦେଇଛି ।

ଶୁଭ୍ରାଂଶୁଙ୍କୁ ଅଧିନାୟକ ପଦ ଦିଆଯାଇଥିଲା । ସବୁବେଳେ ଓସିଏ ଶୁଭ୍ରାଂଶୁ ଙ୍କ ସହିତ ଥିଲା । ଅନ୍ୟ ରାଜ୍ୟ ପାଇଁ ଖେଳିବା, ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ସେ ମୋତେ ଅନୁରୋଧ କରିଥିଲେ ,NOCକୁ ଗ୍ରହଣ କରିବ ପାଇଁ ଆମେ ଏହାକୁ ଗ୍ରହଣ କରିଛୁ । ସେ ଓଡ଼ିଶାର ପିଲା , ସେ ଓଡ଼ିଶା ପାଇଁ ଖେଳି ସଫଳତା ପାଇଛି , କିନ୍ତୁ ଏବେ ସେ ବାହାର ରାଜ୍ୟ ପାଇଁ ଖେଳିବା ପାଇଁ ଚାହୁଁଛନ୍ତି , ଯଦି ସେ ବାହାରେ ଖେଳି ଅଧିକ ସଫଳତା ପାଇବେ ତାହାଲେ ଆମେ ଖୁସି ହେବୁ । ବିସିସିଆଇ ପକ୍ଷରୁ ଏଭଳି ସିଷ୍ଟମ ରହିଛି । ଖେଳାଳି ନିଜ ରାଜ୍ୟ ପାଇଁ ଖେଳି ପାରିବ ଓ ଅନ୍ୟ ରାଜ୍ୟ ପାଇଁ ବି ଖେଳି ପାରିବ । ଏଥିରେ ଆମେ ପ୍ରତିବନ୍ଧକ ଲଗାଇ ପାରିବୁ ନାହିଁ । ଆଗାମୀ ଦିନରେ ଓଡ଼ିଶା ଟିମ ଭଲ ପଦର୍ଶନ କରିବ, ଆମେ ଆଶା ରଖିଛୁ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.