ETV Bharat / sports

କାହିଁକି ଖାରଜ ହେଲା ଭିନେଶ ଫୋଗାଟଙ୍କ ମେଡାଲ ଅପିଲ ? କାରଣ କହିଲେ CAS - CAS on Vinesh Phogat Appeal

author img

By ETV Bharat Sports Team

Published : Aug 20, 2024, 1:06 PM IST

CAS Gives Reasons For Rejecting Vinesh Appeal : ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଥିବା ଭାରତୀୟ ରେସଲର ଭିନେଶ ଫୋଗାଟଙ୍କ ଆବେଦନକୁ କାହିଁକି ପ୍ରତ୍ୟାଖ୍ୟାନ କଲେ CAS ? ଏବେ ଜଣା ପଡ଼ିଲା କାରଣ । ଅଧିକ ପଢ଼ନ୍ତୁ

CAS Gives Reasons For Rejecting Vinesh Appeal
CAS Gives Reasons For Rejecting Vinesh Appeal (IANS Photo)

ନୂଆଦିଲ୍ଲୀ : ପ୍ୟାରିସ୍ ଅଲିମ୍ପିକ୍ସ 2024ରେ କୁସ୍ତି ଫାଇନାଲରେ ପହଞ୍ଚି ଭାରତୀୟ ଷ୍ଟାର ରେସଲର ଭିନେଶ ଫୋଗାଟ ଦେଶ ପାଇଁ ମେଡାଲ ପକ୍କା କରିସାରିଥିଲେ । ହେଲେ ଫାଇନାଲ ମ୍ୟାଚ୍‌ ପୂର୍ବରୁ ହିଁ ତାଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏହାପରେ ଭିନେଶ ଓ ଭାରତୀୟ ଅଲିମ୍ପିକ ସଂଘ କୋର୍ଟ ଅଫ ଆର୍ବିଟ୍ରେସନ୍ ଫର ସ୍ପୋର୍ଟ (CAS)ରେ ୟୁନାଇଟେଡ ୱାର୍ଲ୍ଡ ରେସଲିଂ (UWW) ନିଷ୍ପତ୍ତି ବିରୋଧରେ ଆବେଦନ କରିଥିଲେ । ଯାହାର ଶୁଣାଣି ପରେ CAS ଏହି ଆବେଦନକୁ ଖାରଜ କରିଦେଇଥିଲା । ଯଦିଓ ସେହି ସମୟରେ CAS ଏହାର ନିଷ୍ପତ୍ତି ଗୋଟିଏ ଧାଡିରେ ଦେଇଥିଲେ ଏବଂ ପ୍ରତ୍ୟାଖ୍ୟାନ ପାଇଁ କୌଣସି କାରଣ ଦର୍ଶାଯାଇନଥିଲା, ଏବେ କିନ୍ତୁ ଭିନେଶଙ୍କ ଆବେଦନ ଖାରଜ କରିବାର କାରଣ ଦର୍ଶାଇଛି CAS ।

କାରଣ କହିଲେ ଭିନେଶ :-

ଆବେଦନକୁ ପ୍ରତ୍ୟାଖ୍ୟାନ କରିବାର କାରଣ ଦର୍ଶାଇ CASର ଏକ ଆଡ୍‌-ହକ୍ ଡିଭିଜନ୍ କହିଛନ୍ତି ଯେ, ଖେଳାଳିମାନେ ନିଶ୍ଚିତ କରିବାକୁ ପଡିବ ଯେ ସେମାନେ ସେମାନଙ୍କର ଓଜନ ବର୍ଗରେ ଓଜନ ସୀମା ତଳେ ରହିଛନ୍ତି ଏବଂ କୌଣସି ପରିସ୍ଥିତିରେ ଏଥିରେ ବ୍ୟତିକ୍ରମକୁ ଗ୍ରହଣ କରାଯାଇପାରିବ ନାହିଁ । CAS କହିଛନ୍ତି, "ଓଜନ ସୀମା ସମ୍ବନ୍ଧୀୟ ନିୟମ ଆଗରୁ ସ୍ପଷ୍ଟ ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ସମାନ । ଏଥିପାଇଁ କୌଣସି ସହନଶୀଳତା ପ୍ରଦାନ କରାଯାଇ ପାରିବ ନାହିଁ, ତାଙ୍କର (ଭିନେଶଙ୍କର) ଓଜନ ନିର୍ଦ୍ଧାରିତ ସୀମାରୁ ଉପରେ ଥିଲା । ଯେତେବେଳେ କି ଏଥିରେ ସାମାନ୍ୟ ଓଜନ ମଧ୍ୟ ଅନୁମତିପ୍ରାପ୍ତ ନୁହେଁ । ଏହା ଆଥଲେଟଙ୍କୁ ସ୍ପଷ୍ଟ କରିବାକୁ ହେବ ଯେ ସେମାନେ ସେହି ଓଜନ ସୀମା ତଳେ ରହିଛନ୍ତି । ଏଥିରେ କୌଣସି ବିବାଦ ନାହିଁ ଯେ ଆବେଦନକାରୀଙ୍କ ଓଜନ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିଲା । ଶୁଣାଣି ସମୟରେ ସେ ନିଜେ ଏହାକୁ ସ୍ପଷ୍ଟ କରିଛନ୍ତି । ସେ କହିଥିଲେ ଯେ 100 ଗ୍ରାମ ଓଜନ ଅଧିକ ଥିଲା ଏବଂ ଏହା ଉପରେ ସହନଶୀଳତା ପ୍ରୟୋଗ କରାଯିବା ଉଚିତ । କାରଣ ଏହି ଓଜନ ସ୍ବଳ୍ପ ଏବଂ ପାଣି ପିଇବାରୁ ବଢ଼ିଯାଇଛି । ହେଲେ ଓଜନ ସୀମା ସମ୍ବନ୍ଧୀୟ ନିୟମ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ସମାନ । ଏଥିରେ କୌଣସି ସହନଶୀଳତା ପ୍ରଦାନ କରାଯାଇ ପାରିବ ନାହିଁ ।"

100 ଗ୍ରାମ ଓଜନ ଯୋଗୁଁ ପଦକ ହରାଇଲେ :-

ପ୍ରକାଶ ଥାଉ, ଅଲିମ୍ପିକ୍ସରେ ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସ୍‌ଲିଂରେ ସେମିଫାଇାନଲରେ ବିଜୟୀ ହେବାପରେ ଫାଇାନଲରେ ପ୍ରବେଶ କରିଥିଲେ ଭିନେଶ ଫୋଗାଟ । ଏହା ପରଦିନ ତାଙ୍କର ଫାଇନାଲ ମ୍ୟାଚ୍‌ ରହିଥିଲା । କିନ୍ତୁ ଏହା ପୂର୍ବରୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । 50 କିଲୋଗ୍ରାମରୁ ମାତ୍ର 100 ଗ୍ରାମ ଅଧିକ ଓଜନ ହେବାରୁ ଫାଇନାଲରୁ ବଞ୍ଚିତ ହେବା ସହ ପଦକ ମଧ୍ୟ ହାତରୁ ଚାଲିଯାଇଥିଲା । ଏହି ଖବର ଶୁଣିବା ପରେ ପୁରା ଭାଙ୍ଗି ପଡିଥିଲେ ଭିନେଶ । ଭିନେଶଙ୍କ ସମେତ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ (CAS)ରେ ସଂଯୁକ୍ତ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ । କିନ୍ତୁ ଏହାକୁ ଖାରଜ କରିଦେଇଥିଲେ CAS । ଫଳରେ ଭିନେଶଙ୍କ ରୌପ୍ୟ ପଦକ ଆଶା ମଉଳି ଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଭିନେଶ ଫୋଗାଟଙ୍କୁ ମିଳିଲା ଗୋଲ୍ଡ ମେଡାଲ; ଶୁଭେଚ୍ଛା ଜଣାଇଲେ ଗ୍ରାମବାସୀ - Vinesh Phogat Gets Gold Medal

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.