ETV Bharat / politics

ଦିଅର ବନାମ ଭାଉଜ ଲଢେଇ, କାହାର ହେବ ବଲାଙ୍ଗୀର ? - ବଲାଙ୍ଗୀର ଲୋକସଭା

Balangir Lok Sabha Constituency: ବଲାଙ୍ଗୀରରେ କିଏ ମାରିବ ବାଜି ? କାହାର ହେବ ସଂସଦୀୟ କ୍ଷେତ୍ର? ଅପରାଜୟେ ରହିବ କି ପଦ୍ମଦଳ । କି ବାଜିବ ଶଙ୍ଖ? ନା ଉଠିବ ହାତ ? କାହାକୁ ବାଛିବେ ଜନତା । ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ଜମିଲାଣି ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରେ ନେତାଙ୍କ ଭିଡ। ଉଭୟ ଜିଲ୍ଲାରେ ତିନି ଦଳର ଚାଲିଛି ନିର୍ବାଚନ ପ୍ରସ୍ତୁତି । ଅଧିକ ପଢନ୍ତୁ

balangir lok sabha
balangir lok sabha
author img

By ETV Bharat Odisha Team

Published : Feb 14, 2024, 9:17 PM IST

ବଲାଙ୍ଗୀର ଲୋକସଭା; ଆଗାମୀ ନିର୍ବାଚନରେ କିଏ ମାରିବ ବାଜି?

ବଲାଙ୍ଗୀର: ବଲାଙ୍ଗୀରରେ କିଏ ମାରିବ ବାଜି ? କାହାର ହେବ ସଂସଦୀୟ କ୍ଷେତ୍ର ? ଅପରାଜୟେ ରହିବ କି ପଦ୍ମଦଳ । କି ବାଜିବ ଶଙ୍ଖ? ନା ଉଠିବ ହାତ ? କାହାକୁ ବାଛିବେ ଜନତା । ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ଜମିଲାଣି ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରେ ନେତାଙ୍କ ଭିଡ । ଗାଁ ଗାଁରେ ନେତା ପକାଇଲେଣି ଡେରା । ଚାଲିଲାଣି ସଭା ସମିତି । ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାକୁ ନେଇ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଗଠିତ । ଉଭୟ ଜିଲ୍ଲାରେ ତିନି ଦଳର ଚାଲିଛି ନିର୍ବାଚନ ପ୍ରସ୍ତୁତି । ବର୍ତ୍ତମାନର ସାଂସଦ ସଂଗୀତା କୁମାରୀ ସିଂଦେଓ ପୁଣି ଥରେ ଦଳୀୟ ଟିକେଟ ପାଇବାକୁ ଆଶା ବାନ୍ଧିଥିବା ବେଳେ, ବିଜେଡି ଟିକେଟ ଆଶାୟୀ ଅଛନ୍ତି ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ । ଏହାସହ କଂଗ୍ରେସର ଚିତ୍ର ଅସ୍ପଷ୍ଟ ଥିଲେ ସୁଦ୍ଧା ଦଳର ଯୁବ ଚେହେରା ଆକବର ଖାନ ନିର୍ବାଚନ ଲଢିବାକୁ ଆଶାୟୀ ଅଛନ୍ତି । ସବୁଦଳର ନେତା ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ନିଜ ସ୍ତରରେ ସଂଗଠନକୁ ସଜାଡିବାରେ ଲାଗିଛନ୍ତି ।

ଅଧିକ ପଢନ୍ତୁ- ବଲାଙ୍ଗୀର ବିକାଶକୁ ନେଇ ଶ୍ରେୟ ରାଜନୀତି, ବିଜେଡି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ

ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବର୍ତ୍ତମାନର ବିଜେପି ସାଂସଦ ସଂଗୀତା କୁମାରୀ ସିଂଦେଓ କହିଛନ୍ତି ସାରା ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲହର ରହିଛି । ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ଏହାର ପ୍ରଭାବ ଆହୁରି ପଡିଛି । ବିଜେପିର ସ୍ପଷ୍ଟ ଆଦର୍ଶ ଓ ରଣନୀତି ରହିଛି । କେନ୍ଦ୍ର ସରକାର ଏକାଧିକ କଲ୍ୟାଣକାରୀ ଯୋଜନା କରିଛନ୍ତି । ଦେଶର ବିକାଶକୁ ଦ୍ରୁତଗତିରେ ଆଗେଇ ନେଉଛନ୍ତି । ଆଗାମୀ 2047 ମସିହା ସୁଦ୍ଧା ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ ରଖି କାମ କରୁଛନ୍ତି । ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ମଧ୍ୟ ଅନେକ ବିକାଶ ମୂଳକ କାମ ହୋଇଛି । ଏକାଧିକ ପୁରୁଣା ପ୍ରକଳ୍ପ ଶେଷ ହୋଇଛି । ବହୁ ପ୍ରକଳ୍ପର ନିର୍ମାଣ ଜାରି ରହିଛି । ଦଳୀୟ ସଂଗଠନ ଅଛି । ମୋଦିଙ୍କ ଲହର ଚାଲିଛି । ଲୋକେ ବିଜେପି ସରକାର ଚାହୁଁଛନ୍ତି । ଲୋକେ ଜାଣିଛନ୍ତି ବିଜେପି କଣ କାମ କରୁଛି । ତେଣୁ ଆଗାମୀ ନିର୍ବାଚନରେ ମଧ୍ୟ ବିଜେପିକୁ ଜନସାଧାରଣ ଆଶୀର୍ବାଦ କରିବେ ।

ସେହିପରି ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ କହିଛନ୍ତି ରାଜ୍ୟ ସରକାର ସବୁବର୍ଗର ଲୋକଙ୍କ ବିକାଶ ପାଇଁ କାମ କରୁଛନ୍ତି । ଏକାଧିକ କାମ ବଲାଙ୍ଗୀରରେ ମଧ୍ୟ ହୋଇଛି । ଲୋୟର ସୁକତେଲ, ବଲାଙ୍ଗୀର ମେଡିକାଲ କଲେଜ ଭଳି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ କରିଛନ୍ତି । ବିଭିନ୍ନ ଯୋଜନାରେ ସହାୟତା ରାଶି ମଧ୍ୟ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାର ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ସ୍ବତନ୍ତ୍ର ବିକାଶ କରୁଛନ୍ତି । ଆଗାମୀ ଦିନରେ ଏହା ଜାରି ରହିବ । ବିଜେଡି ଏକ ଆଞ୍ଚଳିକ ଦଳ । ଏଥିପାଇଁ ଦଳ ପୁରା ରାଜ୍ୟର ବିକାଶ କରୁଛି । ଲୋକେ ଜାଣିଛନ୍ତି କିଏ କାମ କରୁଛି । ରାଜ୍ୟ ସରକାରଙ୍କ ବିକାଶ ମୁଖ୍ୟମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନାକୁ ଧରି ଆମେ ନିର୍ବାଚନ ଲଢିବୁ ।

ଅଧିକ ପଢନ୍ତୁ- ସଂସଦରେ ପ୍ରଦର୍ଶନରେ ମହିଳା ସାଂସଦ ଭାବେ ଆଗରେ ସଙ୍ଗୀତା ସିଂହଦେଓ

ଅନ୍ୟପଟେ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ଟିକେଟର ଲଢିବାକୁ ଆଶାୟୀ ଅଛନ୍ତି ଯୁବନେତା ଆକବର ଖାନ । ଆକବର କହିଛନ୍ତି 2006 ମସିହାରୁ ସେ କଂଗ୍ରେସ ସହ ଜଡିତ ଅଛନ୍ତି । ବିଭିନ୍ନ ପଦ ପଦବୀରେ କାମ କରୁଛନ୍ତି । ଦଳ ବର୍ତ୍ତମାନ ଯୁବକ ମାନଙ୍କୁ ଆଗ୍ରାଧିକାର ଦେଉଛି । ସେହି ଆଧାରରେ ମୁଁ ମଧ୍ୟ ନିର୍ବାଚନ ଲଢିବାକୁ ଇଚ୍ଛୁକ । ଦଳ ନିଶ୍ଚିତ ବିଚାର କରିବ । ନିର୍ବାଚନ ଲଢିବାକୁ ସୁଯୋଗ ମିଳିଲେ ନିଶ୍ଚିତ ଲଢିବୁ । ଲୋକଙ୍କ ସେବା କରିବୁ ।

ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଉଦ୍ୟମ ଆରମ୍ଭ କରିଦେଛନ୍ତି । ଏଥିପାଇଁ ପୁରା ସଂସଦୀୟ କ୍ଷେତ୍ରରେ ଯୋରଦାର ହୋଇଛି ପ୍ରସ୍ତୁତି । ସଂଗଠନକୁ ସୁଦୃଢ କରୁଛନ୍ତି 3 ଦଳ । ଗାଁ ଗାଁରେ ସଭା ସମିତି ଚାଲିଛି । ନେତା ଏବେ ଗାଁ ଗାଁରେ ଲୋକଙ୍କ ସମସ୍ୟା ବୁଝୁଛନ୍ତି । ଲୋକଙ୍କ ସୁଖ, ଦୁଃଖରେ ସାମିଲ ହେଉଛନ୍ତି । ନିର୍ବାଚନ ବିଗୁଲ ଖୁବଶୀଘ୍ର ବାଜିବାକୁ ଯାଉଛି । ତା ପୂର୍ବରୁ ନେତା ସଂଗଠନ ଜରିଆରେ ଲୋକଙ୍କ ପାଖକୁ ପହଞ୍ଚିବାରେ ଲାଗିଛନ୍ତି । ଲୋକେ ମଧ୍ୟ ସମସ୍ତ ଦଳକୁ ନେଇ ହିସାବ କିତାବ ଆରମ୍ଭ କରିଛନ୍ତି ।

ଅଧିକ ପଢନ୍ତୁ- ପାଞ୍ଚଟି ପ୍ରଶ୍ନ ନେତାଙ୍କୁ: କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାକୁ ନେଇ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଗଠନ ହୋଇଛି । ବଲାଙ୍ଗୀର ଜିଲ୍ଲାର 5 ଟି ବିଧାନସଭା ବଲାଙ୍ଗୀର ସଦର, ଟିଟିଲାଗଡ, ପାଟଣାଗଡ, କଣ୍ଟାବାଞ୍ଜି, ଲୋଇସିଂହା ଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ବିଧାନସଭା ସୋନପୁର ସଦର ଓ ବୀରମହାରାଜପୁର ବିଧାନସଭା ରହିଛି । ମୋଟ ଭୋଟର ସଂଖ୍ୟା 15 ଲକ୍ଷ ରୁ ଅଧିକ ରହିଛନ୍ତି। 1962 ମସିହାରେ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଗଠନ ହୋଇଥିବା ବେଳେ ଗତ 2009 ମସିହାରେ ସୀମା ନିର୍ଦ୍ଧାରଣ ପରେ ସୋନପୁର ଜିଲ୍ଲା ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ସାମିଲ ହୋଇଛି ।

1962 ମସିହାରେ ହୃଶିକେଷ ମହାନନ୍ଦ ପ୍ରଥମ ସାସଂଦ ହୋଇଥିଲେ । ପରେ 1967 ଓ 1971 ରେ ରାଜା ରାଜ ରାଜ ସିଂଦେଓ ସ୍ବତନ୍ତ୍ର ପାର୍ଟି ପକ୍ଷରୁ ସଂସଦକୁ ନିର୍ବାଚିତ ହୋଇଥିଲେ । 1977ରେ ଜନତା ପାର୍ଟିରୁ ଅଇଁଠୁ ସାହୁ ସାଂସଦ ହୋଇଥିଲେ । 1980 ଓ1984 ରେ କଂଗ୍ରେସ ପ୍ରାର୍ଥୀ ନିତ୍ୟାନନ୍ଦ ମିଶ୍ର ସାଂସଦ ହୋଇଥିଲେ । 1989ରେ ପୁଣି ଥରେ ଜନତା ଦଳ ପ୍ରାର୍ଥୀ ବାଳଗୋପାଳ ମିଶ୍ର ସାଂସଦ ହୋଇଥିଲେ । 1991 ଓ 1996ରେ କଂଗ୍ରେସର ଶରତ ପଟ୍ଟନାୟକ ସାଂସଦ ହୋଇଥିଲେ । 1998, 1999 ଓ 2004ରେ ଏଠି ପ୍ରଥମ ଥର ପାଇଁ ବିଜେପି ବିଜୟୀ ହୋଇଥିଲା । ଦଳୀୟ ପ୍ରାର୍ଥିନୀ ସଂଗୀତା ସିଂଦେଓ ନିର୍ବାଚିତ ହୋଇ ସାଂସଦ ହୋଇଥିଲେ । ପରେ 2009 ରେ ବିଜୁ ଜନତା ଦଳ ବଲାଙ୍ଗୀର ଲୋକସଭା ଦଖଲ କରିଥିଲା । ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ନିର୍ବାଚିତ ହୋଇ ସଂସଦ ପହଞ୍ଚିଥିଲେ । 2014ରେ ମଧ୍ୟ କଳିକେଶ ପୁଣି ଥରେ ନିର୍ବାଚିତ ହୋଇଥିଲେ । ହେଲେ 2019ରେ ମୋଦି ମ୍ୟାଜିକ ପୁଣି ବଲାଙ୍ଗୀରରେ କାମ ଦେଇଥିଲା । ସଂଗୀତ ସିଂଦେଓ ପୁଣି ଥରେ ବିଜୟୀ ହୋଇ ଏବେ ସାଂସଦ ଅଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.