ETV Bharat / politics

ଟିଏମସିକୁ ବିଜେପିର ନିଶାନା, ଦିଲ୍ଲୀ ଭଳି ସମାନ ସ୍ଥିତି ଭୋଗିପାରେ ପଶ୍ଚିମବଙ୍ଗ - Sukanta Majumdar Targets TMC

author img

By ETV Bharat Odisha Team

Published : Mar 22, 2024, 6:19 PM IST

Sukanta Majumdar On Kejriwal's Arrest: ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଟିଏମସିକୁ ଟାର୍ଗେଟ କଲେ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର । କହିଲେ ଦିଲ୍ଲୀ ଭଳି ସମାନ ସ୍ଥିତି ଭୋଗିପାରେ ପଶ୍ଚିମବଙ୍ଗ । ଅଧିକ ପଢନ୍ତୁ

Sukanta Majumdar
Sukanta Majumdar

କୋଲକାତା: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରେ ସାରା ଦେଶରେ ରାଜନୀତି ସରଗରମ ହୋଇଛି । କୌଣସି ଦାୟିତ୍ବରେ ନଥାଇ ଗିରଫ ହେବାରେ ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି କେଜ୍ରିୱାଲ । ଏନେଇ ବିଜେପି ଓ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟୋରାପ ଜାରି ଥିବା ବେଳେ ଏପଟେ ତୃଣମୂଳ କଂଗ୍ରେସ (ଟିଏମସି)କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର । ଦିଲ୍ଲୀ ଭଳି ସମାନ ସ୍ଥିତିର ସାମ୍ନା କରିପାରେ ପଶ୍ଚିମବଙ୍ଗ ବୋଲି ସେ କହିଛନ୍ତି । ସେପଟେ ଜବାବ ରଖିଛି ଟିଏମସି ।

ଗତକାଲି ରାତିରେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, "ଗତ ମାସ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହୋଇଥିଲେ । ଆଉ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଗିରଫ ହୋଇଛି । ଏହା ଦର୍ଶାଉଛି ଯେ କେହି ଜଣେ ମୁଖ୍ୟମନ୍ତ୍ରୀ ହୋଇଗଲେ ତାଙ୍କୁ ଛଡାଯିବ ନାହିଁ । ଦୁର୍ନୀତି କରିଥିଲେ ମୁଖ୍ୟମନ୍ତ୍ରୀ ହେଲେ ବି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତ କିଛି ବର୍ଷ ଧରି ସମାନ ଧରଣର ଦୁର୍ନୀତି ଅଭିଯୋଗ ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ରହିଛି । ଏଣୁ ଦିଲ୍ଲୀ ଭଳି ପଶ୍ଚିମବଙ୍ଗ ମଧ୍ୟ ସମାନ ସ୍ଥିତିର ସାମ୍ନା କରିପାରେ ।"

ଏହା ବି ପଢନ୍ତୁ- ଦିଲ୍ଲୀ ଅବକାରୀ ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ କେଜ୍ରିୱାଲ: ଇଡି

ସୁକାନ୍ତଙ୍କ ଏଭଳି ବୟାନ ପରେ ଜବାବ ରଖିଛି ଟିଏମସି । ଏ ନେଇ ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି, "ବିଜେପି କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରି ଦେଶରେ ବିରୋଧୀଙ୍କ ବିପକ୍ଷରେ ଆତଙ୍କରାଜ ଚଳାଇଛି । ଆଗାମୀ ଲୋକସଭା ନିର୍ବାଚନରେ ପରାସ୍ତର ବାସ୍ନା ବାରି ପାରି ବିଜେପି ଏପରି କରୁଛି । ଯେକୌଣସି ସ୍ଥିତିରେ କ୍ଷମତାକୁ ଆସିବା ଲାଗି ବିଜେପି ଏପରି କାର୍ଯ୍ୟ ଚଳାଇଛି । ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ । ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ପୁରାଉଛି ।"

ଅନ୍ୟପଟେ ସୁକାନ୍ତଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖି ରାଜ୍ୟ କଂଗ୍ରେସ ସଭାପତି ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ପଶ୍ଚିମବଙ୍ଗ କେବେ ହେଲେ ଏଭଳି ସ୍ଥିତିର ସାମ୍ନା କରିବ ନାହିଁ । କାରଣ ବିଜେପି ଓ ଟିଏମସି ମଧ୍ୟରେ ଭିତିରି ବୁଝାମଣା ରହିଛି । କେବଳ ଏହି ଭିତିରି ବୁଝାମଣା ଲାଗି ଟିଏମସି ଚତୁରତା ଭାବେ ଇଣ୍ଡିଆ ମେଣ୍ଟରୁ ଓହରି ଯାଇଛି ଏବଂ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି । ସେପଟେ ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ରଖି ବିଜେପି ଉପରେ ବର୍ଷିଛନ୍ତି । ବିଜେପି ଦେଶର ସମ୍ବିଧାନ ସହିତ ଖେଳୁଛି ବୋଲି ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.