ETV Bharat / politics

କଂଗ୍ରେସ ସହ 40 ବର୍ଷର ସଂପର୍କ ତୁଟାଇଲେ ଗଣେଶ୍ୱର ବେହେରା, ଫୁଙ୍କି ପାରନ୍ତି ଶଙ୍ଖ - Ganeswar Behera Quits Congress

author img

By ETV Bharat Odisha Team

Published : Apr 2, 2024, 8:55 AM IST

Updated : Apr 2, 2024, 10:35 AM IST

Ganeswar Behera Resigns from Congress: ହାତ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା । ପିସିସି ସଭାପତିଙ୍କୁ ପଠାଇଲେ ହାତଲେଖା ଇସ୍ତଫା ପତ୍ର । କଂଗ୍ରେସ ସହ ଦୀର୍ଘ 40 ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଲେ କେନ୍ଦ୍ରାପଡ଼ାର ଭେଟେରାନ ରାଜନେତା ଗଣେଶ୍ବର । ଅଧିକ ପଢନ୍ତୁ

Ganeswar Behera
Ganeswar Behera
Ganeswar Behera Resigns from Congress

ଭୁବନେଶ୍ୱର/କେନ୍ଦ୍ରାପଡା: ସାଧାରଣ ନିର୍ବାଚନ ପୂର୍ବରୁ ଖାଲି ହେଉଛି କଂଗ୍ରେସ ଶିବିର । ହାତ ଛାଡୁଛନ୍ତି ଜଣଙ୍କ ପରେ ଜଣେ ବରିଷ୍ଠ ନେତା । ଅଂଶୁମାନ ମହାନ୍ତି ଏବଂ ଚିରଞ୍ଜୀବ ବିଶ୍ବାଳଙ୍କ ପରେ କଂଗ୍ରେସ ଛାଡିଲେ ଉପକୂଳ ଓଡିଶା ତଥା କେନ୍ଦ୍ରାପଡ଼ାର ଟାଣୁଆ କଂଗ୍ରେସ ନେତା ଗଣେଶ୍ୱର ବେହେରା । ଦଳର ପ୍ରାଥମିକ ସଦସ୍ୟ ପଦରୁ ଗଣେଶ୍ବର ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କୁ ସେ ଇସ୍ତଫା ପତ୍ର ପଠାଇଛନ୍ତି । କଂଗ୍ରେସ ସହ ଦୀର୍ଘ 40 ବର୍ଷର ସମ୍ପର୍କ ତୁଟାଇଛନ୍ତି ଗଣେଶ୍ୱର । କଂଗ୍ରେସ ଛାଡିବା ପରେ ଗଣେଶ୍ବର ବିଜେଡିରେ ମିଶିବା ନେଇ ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।

ଇସ୍ତଫା ଦେବା ପରେ ପ୍ରତିକ୍ରିୟାରେ ଗଣେସ୍ବର କହିଛନ୍ତି, '' ଚଳିତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢ଼ି ବିଜୟ ହାସଲ କରିବା ସମ୍ଭବପର ନୁହେଁ । ଏଥର ନିର୍ବାଚନ ଲଢି ବିଜୟୀ ହୋଇ ବିଧାନସଭାକୁ ନିଶ୍ଚିତ ଯିବି ଓ ଏଥିପାଇଁ ଲୋକଙ୍କ ସହଯୋଗ ରହିଛି। ''

ରାଜନୀତିରେ ଗଣେଶ୍ବର:

ଗଣେଶ୍ୱର ବେହେରା ୧୯୮୫ ରୁ ୧୯୯୦ ମସିହା ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରୁ କଂଗ୍ରେସ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇରୁ ପୁଣି କଂଗ୍ରେସରୁ ନିର୍ବାଚିତ ହୋଇଥିଲେ । ୧୯୯୯ରେ ତତକାଳୀନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କ ମନ୍ତ୍ରିମଣ୍ଡଳରେ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ଭାବେ କଂଗ୍ରେସରୁ ନିର୍ବାଚନ ଲଢି ସେ ପରାଜିତ ହୋଇଥିଲେ । ୨୦୧୯ ନିର୍ବାଚରେ କେନ୍ଦ୍ରାପଡାରୁ ବିଜେଡିର ଶଶୀଭୂଷଣ ବେହେରାଙ୍କଠାରୁ କମ୍ ଭୋଟ ବ୍ୟବଧାନରେ ହାରିଥିଲେ ଗଣେଶ୍ୱର ।

ଏହା ମଧ୍ଯ ପଢ଼ନ୍ତୁ- ହାତ ଛାଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି, ପିସିସି ସଭାପତିଙ୍କୁ ଦେଲେ ଇସ୍ତଫା ପତ୍ର

GANESWAR BEHERA
GANESWAR BEHERA

କାହିଁକି କଂଗ୍ରେସ ଛାଡ଼ିଲେ ଗଣେଶ୍ବର ?

ଗଣେଶ୍ୱର ବେହେରା ଦୀର୍ଘ ବର୍ଷ ହେବ କଂଗ୍ରେସର ଉପସଭାପତି ଭାବେ କାର୍ଯ୍ୟ ତୁଲାଇଛନ୍ତି । କଂଗ୍ରେସର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଭାବେ ଦୀର୍ଘ ବର୍ଷ ଧରି ଦାୟିତ୍ୱ ତୁଲାଉଥିଲେ । ହଠାତ ଦୁଇ ମାସ ତଳେ ଗଣେଶ୍ୱରଙ୍କ ସ୍ଥାନରେ ଯୁବନେତା ବିଶ୍ୱରଂଜନ ମହାନ୍ତିଙ୍କୁ ଦଳର ନୂତନ ଗଣମାଧ୍ୟମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲା OPCC । ଏଥିରେ ଗଣେଶ୍ୱର କ୍ଷୁବ୍ଧ ହୋଇ ଆଉ କଂଗ୍ରେସ ଭବନ ଆସିଲେ ନାହିଁ । ଦୀର୍ଘ ଦିନ ଅସନ୍ତୋଷ ପରେ ସେ ଆଜି ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଆସନ୍ତାକାଲି କିମ୍ବା ଦିନେ ଦୁଇ ଦିନ ମଧ୍ୟରେ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳୁଛି !

ଏହା ମଧ୍ଯ ପଢ଼ନ୍ତୁ- ହାତ ଛାଡ଼ିଲେ ଚିରଞ୍ଜୀବ ବିଶ୍ୱାଳ, ଫୁଙ୍କି ପାରନ୍ତି ଶଙ୍ଖ - Chiranjib Biswal Quits Congress

କେନ୍ଦ୍ରାପଡ଼ାରେ ଦୁର୍ବଳ ହେଉଛି କଂଗ୍ରେସ ?

ଅଂଶୁମାନଙ୍କ ପରେ ଗଣେଶ୍ବର । କେନ୍ଦ୍ରାପଡ଼ାରେ ପଡୁଛି ଗୋଟିଏ ପରେ ଗୋଟିଏ କଂଗ୍ରେସର ବଡ଼ ୱିକେଟ । ଗଣେଶ୍ୱରଙ୍କ ଇସ୍ତଫା ପରେ ଉପକୂଳ ଓଡିଶାର ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା କେନ୍ଦ୍ରାପଡାରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୟନୀୟ କହିଲେ ଭୁଲ ହେବନାହିଁ । ଚଳିତ ନିର୍ବାଚନ ଋତୁରେ କେନ୍ଦ୍ରାପଡା ଜିଲ୍ଲାର ଅଂଶୁମାନ ମହାନ୍ତି କଂଗ୍ରେସ ଛାଡି ବିଜେଡ଼ିରେ ସାମିଲ ହୋଇଥିଲେ । ଏବେ ବିଜେଡି ତାଙ୍କୁ କେନ୍ଦ୍ରାପଡା ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ କରିଛି । ସେହିପରି ଗଣେଶ୍ୱର କଂଗ୍ରେସ ଛାଡିବା ପରେ ତାଙ୍କୁ କେନ୍ଦ୍ରାପଡା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ କରିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରାପଡା ଜିଲ୍ଲାରେ କଂଗ୍ରେସ ଦୁର୍ବଳ ହେଉଛି । ଜଣକ ପରେ ଜଣେ ତୁଙ୍ଗ ନେତା ଦଳ ଛାଡୁଛନ୍ତି, ଯାହା ଗ୍ରାଣ୍ଡ ଓଲ୍ଡ ପାର୍ଟି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର,କେନ୍ଦ୍ରାପଡା

Last Updated : Apr 2, 2024, 10:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.