ETV Bharat / politics

ସପ୍ତଗିରି ଉଲାକାଙ୍କ ସହ ସାକ୍ଷାତକାର, କହିଲେ ଜନସାଧାରଣଙ୍କ ପୁଣି ମିଳିବ ଆଶୀର୍ବାଦ - LOKSABHA ELECTION 2024

author img

By ETV Bharat Odisha Team

Published : Apr 4, 2024, 10:44 AM IST

Interview with Saptagiri Ulaka: କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହେଲେ ସପ୍ତଗିରି । ପୂର୍ବରୁ ରାଜ୍ୟରେ କଂଗ୍ରେସର ଏକମାତ୍ର ସାଂସଦ ଭାବେ ସେ ଚର୍ଚ୍ଚାରେ ରହିଥିଲେ । ଅଧିକ ପଢନ୍ତୁ

Saptagiri Ulaka
Saptagiri Ulaka
କୋରାପୁଟ ଲୋକସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା

ରାୟଗଡ଼ା: ଆସନ୍ତା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । କୋରାପୁଟ ଲୋକସଭା ଆସନ ସହ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ରାୟଗଡ଼ା, ବିଷମକଟକ ଓ ଗୁଣପୁର ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇଛି । କୋରାପୁଟ ଲୋକସଭା ଆସନ ପାଇଁ ଦଳ ପୁଣି ଥରେ ଚର୍ଚ୍ଚିତ ଚେହେରା ତଥା ଯୁବନେତା ଇଂ ସପ୍ତଗିରି ଉଲାକାଙ୍କୁ ମଇଦାନକୁ ଓହ୍ଲାଇଛି । ପୂର୍ବରୁ ୨୦୧୯ ନିର୍ବାଚନରେ ଓଡି଼ଶାର ଏକମାତ୍ର କୋରାପୁଟ ଲୋକସଭା ଆସନରୁ ବିଜୟ ଲାଭ କରି ସପ୍ତଗିରି ଉଲାକା ଦେଶର ଚର୍ଚ୍ଚିତ ଚେହେରା ଭାବେ ଉଭା ହୋଇଥିଲେ । ୨୦୧୯ ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ କୌଶଲ୍ୟା ହିକକାଙ୍କୁ ୩ ହଜାର ୬୧୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।

୨୦୧୯ ନିର୍ବାଚନରେ ସପ୍ତଗିରି ଉଲାକାଙ୍କୁ ୩ ଲକ୍ଷ ୭୧ ହଜାର ୧୨୯ଟି ଭୋଟ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦୀ କୌଶଲ୍ୟା ହିକକାକୁ ୩ ଲକ୍ଷ ୬୭ ହଜାର ୫୧୬ଖଣ୍ଡ ଭୋଟ ମିଳିଥିଲା । ଓଡି଼ଶାରେ କଂଗ୍ରେସର ଏକ ମାତ୍ର ସାଂସଦ ଭାବେ ସଂସଦରେ ବେଶ ଚମକିଥିଲେ ସପ୍ତଗିରି ଉଲାକା । ନିୟମିତ ଭାବେ ଅବିଭକ୍ତ କୋରାପୁଟ ଓ ରାୟଗଡା ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ସାଙ୍ଗକୁ ଓଡିଶାର ବିଭିନ୍ନ ପ୍ରସଙ୍ଗ ଗୁଡିକୁ ସଂସଦରେ ଉପସ୍ଥାପନ କରି ଚର୍ଚ୍ଚାରେ ରହିଆସୁଥିଲେ । ତେବେ ୨୦୨୪ ନିର୍ବାଚନରେ କୋରାପୁଟ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ଅଛନ୍ତି ସେ । ସେହିଭଳି ରାୟଗଡ଼ା ବିଧାନସଭା ନିର୍ବାଚନୀ ମଣ୍ଡଳୀ ନିମନ୍ତେ ପୁଣି ଥରେ ଆପଲସ୍ୱାମୀ କାଡ୍ରାକାଙ୍କୁ ଓହ୍ଲାଇଛି ଦଳ ।

ଏହା ମଧ୍ୟ ପଢନ୍ତୁ...ଟିକେଟ ବଣ୍ଟନରେ ଷଡଯନ୍ତ୍ର ହୋଇନାହିଁ: ପିସିସି ସଭାପତି - Congress Ticket Issue

୨୦୧୯ ନିର୍ବାଚନରେ ଆପଲସ୍ୱାମୀ କାଡ୍ରାକା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ କଡା ଟକ୍କର ଦେଇଥିଲେ । ୨୦୨୪ ନିର୍ବାଚନରେ ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ବୋଲି ଦୃଢ ଆଶାବାଦୀ ଅଛନ୍ତି କାଡ୍ରାକା । ସେହିପରି ବିଷମକଟକ ନିର୍ବାଚନ ମଣ୍ଡଳୀ ପାଇଁ ପୁଣି ଥରେ ପୁରୁଣା ଚେହେରାକୁ ରିପିଟ୍ କରିଛି କଂଗ୍ରେସ । ୨୦୧୯ ମସିହାରେ ପ୍ରାର୍ଥୀ ହୋଇଥିବା ନୀଳମାଧବ ହିକକାଙ୍କ ଉପରେ କଂଗ୍ରେସ ଆସ୍ଥା ପ୍ରକଟ କରି ଟିକେଟ ପ୍ରଦାନ କରିଛି । ୨୦୧୯ ନିର୍ବାଚନରେ ନିଳମାଧବ ହିକକା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଜଗନ୍ନାଥ ସାରକାଙ୍କୁ କଡା ଟକ୍କର ଦେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଗୁଣପୁର ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ଚେହେରା ଭାବେ ଯୁବନେତା ସତ୍ୟଜିତ ଗମାଙ୍ଗଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି କଂଗ୍ରେସ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.