ETV Bharat / politics

ସତ୍ୟବାଦୀରୁ ସଞ୍ଜୟ, ବ୍ରହ୍ମଗିରିରୁ ଉମା ଲଢ଼ିବେ ! - Dibakar Patra Statement

author img

By ETV Bharat Odisha Team

Published : Mar 23, 2024, 8:44 PM IST

DIBAKAR PATRA STATEMENT: ବଦଳିବ କି ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟଙ୍କ ପାରମ୍ପରିକ ଆସନ ? ଦଳୀୟ ନେତାଙ୍କ ଘୋଷଣା ପରେ ଚର୍ଚ୍ଚା ଜୋରଦାର । ଅଧିକ ପଢନ୍ତୁ

DIBAKAR PATRA STATEMENT
DIBAKAR PATRA STATEMENT
ସତ୍ୟବାଦୀରୁ ସଞ୍ଜୟ, ବ୍ରହ୍ମଗିରିରୁ ଉମା ଲଢ଼ିବେ !

ଭୁବନେଶ୍ବର: ବଦଳିବ ସଞ୍ଜୟ ଓ ଉମାଙ୍କ ଆସନ । ସତ୍ୟବାଦୀରୁ ସଞ୍ଜୟ, ବ୍ରହ୍ମଗିରିରୁ ଉମା ନିର୍ବାଚନ ଲଢ଼ିବେ । ବିଜେଡି ପକ୍ଷରୁ ଏ ନେଇ ବିଧିବଦ୍ଧ ଘୋଷଣା ହୋଇନାହିଁ । କିନ୍ତୁ ଲଗାତାର ଭାବେ ଦଳର ନେତାମାନେ ଘୋଷଣା କରିବାରେ ଲାଗିଛନ୍ତି । ଗତକାଲି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଥିବା ବେଳେ ସମାନ କଥା ଦୋହରାଇଛନ୍ତି ପୁରୀ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବଦଳିବ ବିଜେଡିର ବରିଷ୍ଠ ନେତା ତଥା ହେଡକ୍ବାର୍ଟର ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ପାରମ୍ପରିକ ସିଟ । ବ୍ରହ୍ମଗିରି ଆସନରୁ ଏଥର ନିର୍ବାଚନ ଲଢ଼ିବେ ନାହିଁ ଭେଟେରାନ ସଞ୍ଜୟ । ଆସନ୍ତା ନିର୍ବାଚନରେ ତାଙ୍କ ମୈଦାନ ହେବ ସତ୍ୟବାଦୀ । ସେହିପରି ସତ୍ୟବାଦୀ ରଣାଙ୍ଗନରେ ବୋଧେ ଏଥର ଦେଖିବାକୁ ମିଳିବେ ନାହିଁ ବିଧାୟକ ଉମା ସାମନ୍ତରାୟ । ବଦଳିଯିବ ଉମା ସାମନ୍ତରାୟଙ୍କ ପାରମ୍ପରିକ ଆସନ ସତ୍ୟବାଦୀ । ଏଥର ସେ ବ୍ରହ୍ମଗିରି ଆସନରୁ ରଣ ହୁଙ୍କାର ଦେବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟ ଟିକେଟ ବାବଦରେ ଘୋଷଣା କରିନଥିବାବେଳେ ଦଳର ବରିଷ୍ଠ ନେତା ମାନେ ପ୍ରତିକ୍ରିୟା ରଖିବାରେ ଲାଗିଛନ୍ତି ।

ଏହା ବି ପଢନ୍ତୁ- ସ୍ପଷ୍ଟୀକରଣ ପରେ ବି ହଟିନି ମେଣ୍ଟ ଦ୍ବନ୍ଦ୍ବ, ରାଜନୀତି ସମୀକ୍ଷକ କହିଲେ 'ପୂର୍ବ ଭଳି କେନ୍ଦ୍ରକୁ ମିଳିବ ବିଜେଡିର ସମର୍ଥନ'

ସତ୍ୟବାଦୀରୁ ସଞ୍ଜୟ, ବ୍ରହ୍ମଗିରିରୁ ଉମା ଲଢ଼ିବେ ବୋଲି ଗତକାଲି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଆଗୁଆ ଘୋଷଣା କରିଥିଲେ । ଆଜି ପୁନର୍ବାର ପୁରୀ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର ସମାନ କଥା ଦୋହରାଇଛନ୍ତି । ତାହା ପୁଣି ଶଙ୍ଖ ଭବନରେ ଆୟୋଜିତ ସତ୍ୟବାଦୀ ଅଞ୍ଚଳର ମିଶ୍ରଣ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି । କାର୍ଯ୍ୟକ୍ରମରେ ସଞ୍ଜୟ ଉପସ୍ଥିତ ଥିବାବେଳେ ଅନୁପସ୍ଥିତ ଥିଲେ ଉମା । ପୁରୀ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର କହିଛନ୍ତି ଯେ, ସତ୍ୟବାଦୀରୁ ସଞ୍ଜୟ କୁମାର ଦାସବର୍ମା ଓ ବ୍ରହ୍ମଗିରିରୁ ଉମା ସାମନ୍ତରାୟଙ୍କୁ ବିପୁଳ ଭୋଟରେ ବିଜୟୀ କରିବୁ ।

ଏହା ବି ପଢନ୍ତୁ-ପାଓ୍ବାର ସେୟାରିଂ ଅଡୁଆ ନ ତୁଟିବାରୁ ହୋଇପାରିଲାନି ମେଣ୍ଟ: ରବି ଦାସ

ସେହିପରି ପୁରୀ ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ଅନ୍ୟ ବିଧାନସଭା କ୍ଷେତ୍ରରେ ଦଳ ଯାହାକୁ ପ୍ରାର୍ଥୀ କରିବ ତାଙ୍କୁ ଜିତେଇବୁ ବୋଲି ସେ କହିଛନ୍ତି । ଶଙ୍ଖ ଭବନରେ ଆଜି ମିଶ୍ରଣ ପର୍ବରେ ସତ୍ୟବାଦୀର 2000 ରୁ ଅଧିକ ନେତା ଓ କର୍ମୀ ଯୋଗ ଦେଇଥିଲେ । ସଂଜୟ ଦାସବର୍ମା ମିଶ୍ରଣ ପର୍ବରେ ଉପସ୍ଥିତି ଥିବା ବେଳେ ନଥିଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.