ETV Bharat / politics

‘ସନ୍ଧ୍ୟାରାଣୀଙ୍କ ପ୍ରାର୍ଥିତ୍ୱ ପାଇଁ ଦୁର୍ବଳ ନୁହେଁ, ବରଂ ସବଳ ହେବ ବିଜେଡ଼ି’ - Sandhyairani Das

author img

By ETV Bharat Odisha Team

Published : May 4, 2024, 9:30 AM IST

Sandhyairani Das: କୋରେଇରେ ବବିଙ୍କ ମା’ ସନ୍ଧ୍ୟାରାଣୀଙ୍କୁ ଟିକଟ ଦେବା ବିଜେଡି ପାଇଁ ମଙ୍ଗଳ । ଅଶୋକ ଦାସଙ୍କ ପତ୍ନୀ ଭାବେ ସେ ଗ୍ରହଣୀୟ ହେବେ, ଦଳ ସୁଦୃଢ ହେବ । ପରବର୍ତ୍ତୀ ସମୟରେ ଯାଜପୁର ରାଜନୀତିକୁ ବବିଙ୍କ ପ୍ରତ୍ୟାବର୍ତ୍ତନର ସୁଯୋଗ ମଧ୍ୟ ରହିବ ବୋଲି ରାଜନୀତି ସମୀକ୍ଷକଙ୍କ ଆକଳନ । ଅଧିକ ପଢନ୍ତୁ

‘ସଂଧ୍ୟାରାଣୀଙ୍କ ପ୍ରାର୍ଥୀତ୍ୱ ପାଇଁ ଦୁର୍ବଳ ନୁହେଁ ସବଳ ହେବ ବିଜେଡ଼ି’
‘ସଂଧ୍ୟାରାଣୀଙ୍କ ପ୍ରାର୍ଥୀତ୍ୱ ପାଇଁ ଦୁର୍ବଳ ନୁହେଁ ସବଳ ହେବ ବିଜେଡ଼ି’ (ଫଟୋ- ଇଟିଭି ଭାରତ ଓଡ଼ିଶା)
‘ସଂଧ୍ୟାରାଣୀଙ୍କ ପ୍ରାର୍ଥୀତ୍ୱ ପାଇଁ ଦୁର୍ବଳ ନୁହେଁ, ବରଂ ସବଳ ହେବ ବିଜେଡ଼ି’ (ଫଟୋ- ଇଟିଭି ଭାରତ, ଓଡିଶା)

ଭୁବନେଶ୍ବର: ପ୍ରତ୍ୟକ୍ଷ ରାଜନୀତିକୁ ପ୍ରବେଶ କରିଛନ୍ତି ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଅଶୋକ ଦାସଙ୍କ ପତ୍ନୀ ତଥା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା' ସନ୍ଧ୍ୟାରାଣୀ ଦାସ । ଯାଜପୁର ଜିଲ୍ଲାର କୋରେଇ ଆସନରୁ ସେ ଏଥର ନିର୍ବାଚନ ଲଢୁଛନ୍ତି । ସନ୍ଧ୍ୟାରାଣୀଙ୍କୁ ଟିକଟ ମିଳିବା ପ୍ରଣବଙ୍କ ପାରିବାରବାଦ ଆଭିମୁଖ୍ୟକୁ ପ୍ରଶୟ ଦେବା କଥା ମଧ୍ୟ ଚର୍ଚ୍ଚା ହେବା ଆରମ୍ଭ ହେଲାଣି । ତେବେ ଏହି ଚର୍ଚ୍ଚାକୁ ପରିବାରବାଦରୁ ଊର୍ଦ୍ଧ୍ବକୁ ଯାଇ ଦେଖାଯିବା ଉଚିତ ବୋଲି ମତବ୍ୟକ୍ତ କରିଛନ୍ତି ରାଜନୈତିକ ସମୀକ୍ଷକ ରବି ଦାସ । ସନ୍ଧ୍ୟାରାଣୀଙ୍କୁ ଟିକଟ ମିଳିବା ଯାଜପୁରରେ ଦଳକୁ ଦୁର୍ବଳ ନୁହେଁ ବରଂ ସବଳ କରିବ ବୋଲି କହିଛନ୍ତି ରବି ।

ନିକଟରେ ବିଜେଡିରୁ ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ଅରିନ୍ଦମ ରାୟ । ଅରିନ୍ଦମ ହେଉଛନ୍ତି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ । ଟିକଟ ମିଳିବାର ସମ୍ଭାବନା କମ ଥିବା ଆକଳନ କରି ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ବିଜେଡି ଛାଡିବା ପରେ ସେ ବିଜେଡିର ଶୀର୍ଷ ନେତାଙ୍କ ଉପରେ ଘୋର ଅସନ୍ତୋଷ ବ୍ୟକ୍ତ ମଧ୍ୟ କରିଥିଲେ । ପ୍ରଣବ ତାଙ୍କ ସମ୍ପର୍କୀୟ, ଗୋଟେ ପରିବାରରୁ ଗୋଟେ ଟିକଟ ଆଳ କରି ବିଜେଡି ତାଙ୍କୁ ଟିକଟ ଦେବାକୁ ମନା କରିଥିବା ସେ କହିଛନ୍ତି । ଏହାପରେ ବିଜେଡି ପକ୍ଷରୁ ଏକ ବାର୍ତ୍ତା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ କରାଯାଇଥିଲା । ଯାହା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପର୍କରେ ଥିଲା ।

ପ୍ରଣବଙ୍କ ଉଦ୍ଦେଶ୍ୟରେ ଏହି ପୋଷ୍ଟଟି ହେଲା:- ‘‘ଏମିତି ନେତା ପାଇଁ ବିଜେଡିର ପ୍ରତିଟି କର୍ମୀ ଗର୍ବିତ । ପ୍ରଣବ ପ୍ରକାଶ ଦାସ । ଯିଏ ପରିବାର ନୁହେଁ, ଦଳ ଆଉ ଦଳର କର୍ମୀଙ୍କୁ ଦିଅନ୍ତି ଗୁରୁତ୍ୱ । ସେ ଚାହିଁଥିଲେ ପରିବାରର ଏକାଧିକ ସଦସ୍ୟଙ୍କୁ ଟିକଟ ବାଣ୍ଟିବାରେ କୌଣସି ସମସ୍ୟା ନଥିଲା । ଯାହାକୁ ପାରିଥାନ୍ତେ ତାକୁ ଟିକଟ ଦେଇଥାନ୍ତେ । ହେଲେ ସେ ଜାଣିଥିଲେ, ରାଜନୀତିରେ ସେ ଯେଉଁ ଟ୍ରେଣ୍ଡ ତିଆରି କରିବେ, ତାହା ଦଳର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଭାବିତ କରିବ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ପାଥେୟ କରି ପ୍ରଣବ କାର୍ଯ୍ୟ କରନ୍ତି । ଏହା ଆଜି ପ୍ରମାଣିତ ହୋଇଛି ।’’

ପୋଷ୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଥିଲା, ‘‘ଯେଉଁ ଯାଜପୁର ପୌରାଞ୍ଚଳ କାହିଁ କେତେ ଦଶନ୍ଧିରୁ ତାଙ୍କ ପାରିବାରିକ ନିୟନ୍ତ୍ରଣରେ ଥିଲା, ତାକୁ ପଛରେ ଛାଡି ଦେଇଛନ୍ତି ବବି । କାରଣ ସେ ଟ୍ରେଣ୍ଡ ସେଟ୍ କରୁଥିଲେ, ଗୋଟିଏ ପରିବାର ଗୋଟିଏ ଟିକଟ । ସେ ଉଦାହରଣ ସୃଷ୍ଟି କରୁଥିଲେ, ପରିବାର ପଛ, ପାର୍ଟି ଆଗ । ସେ ବାର୍ତ୍ତା ଦେଉଥିଲେ, ନବୀନ ପଟ୍ଟନାୟକ ଯାହା କହିବେ ତାହା ଚୂଡାନ୍ତ । ଆଜି ରାଜନୈତିକ ଘଟଣାକ୍ରମରେ ଯେଉଁ ସନ୍ଦେଶ ଆସିଛି, ତାହା ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଦଳୀୟ ପ୍ରେମ ଏବଂ ନବୀନ ପ୍ରେମରେ ଉଦବୁଦ୍ଧ କରିବ । ଦଳ ସର୍ବମାନ୍ୟ, ନବୀନ ସର୍ବମାନ୍ୟ । ପ୍ରତିଟି କର୍ମୀ ନିଜ ଆଉ ନିଜ ପରିବାରର ସ୍ୱାର୍ଥ କଥା ଛାଡି ରାଜ୍ୟ ଏବଂ ଦଳୀୟ ସ୍ୱାର୍ଥରେ କାର୍ଯ୍ୟ କରିବାର ଯେଉଁ ବାର୍ତ୍ତା ଆମ ସାଙ୍ଗଠନିକ ସମ୍ପାଦକ ଦେଇଛନ୍ତି, ସେଇ ଅନୁସାରେ କାର୍ଯ୍ୟ କରିବା ।’’

ଦଳର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଏହାକୁ ପୋଷ୍ଟ କରିବା ପରେ ବିଭିନ୍ନ ପ୍ଲାଟଫର୍ମରେ ଦଳର ନେତା ଓ କର୍ମୀ ଏହାକୁ ରି-ପୋଷ୍ଟ କରିଥିଲେ । ଅରିନ୍ଦମ ବିଜେଡି ଛାଡିବା ପରେ ଟିକଟ ନେଇ ଆକ୍ଷେପ କରିବା ପରେ ଦଳ ପକ୍ଷରୁ ଏହି ପୋଷ୍ଟ ଆସିଥିଲା । ଘଟଣାର କିଛି ଦିନ ପରେ ବିଜେଡି ବାଲେଶ୍ଵରର ବସ୍ତା ଆସନ ପାଇଁ ଟିକଟ ଘୋଷଣା କଲା । ଦଳ ପ୍ରଣବଙ୍କ ଭାଇଙ୍କ ଶାଶୁ ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବସିନୀ ଜେନାଙ୍କୁ ସେଠାରେ ପ୍ରାର୍ଥୀ କରିଛି । ସେହିପରି ଗତକାଲି ପ୍ରଣବଙ୍କ ମା'ଙ୍କୁ ଦଳ କୋରେଇ ଟିକଟ ଦେଇଛି । ଯାହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଣବ ପରିବାରବାଦ ରାଜନୀତିକୁ ପ୍ରଶୟ ଦେଉଥିବା ସମାଲୋଚନାମୂଳକ ଚର୍ଚ୍ଚା ହେଉଛି ।

ଏନେଇ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ, କୋରେଇ ବିଧାନସଭା କ୍ଷେତ୍ର ପାରମ୍ପରିକ ଭାବେ ବିଜେଡି ଆସନ । ବରାବର ଭାବେ ଏଠାରେ ବିଜେଡି ଜିତି ଆସୁଛି । କିନ୍ତୁ କୋରେଇ ଆସନ ଲାଗି ପ୍ରାର୍ଥୀ ସ୍ଥିର କରିବା ଲାଗି ବିଜେଡ଼ିକୁ ବହୁତ ସମୟ ଲାଗିଲା । ଏହି ଆସନ ନେଇ ବିଜେଡି ଭିତରେ ପ୍ରେସର ଥିଲା । ଏଠାରେ ବିଜେଡିର ବିଧାୟକ ଥିଲେ । ଏଥର ଜଣେ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଯିଏ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା' । ସେ ପ୍ରଣବଙ୍କ ମା' ହୋଇଥାଇପାରନ୍ତି, କିନ୍ତୁ ତାଙ୍କର ବଡ଼ ପରିଚୟ ହେଉଛି ସେ ବିଜେଡିର ପ୍ରତିଷ୍ଠା ସଦସ୍ୟ ଅଶୋକ ଦାସଙ୍କ ପତ୍ନୀ । ଅଶୋକ ଦାସ ଜନତା ପରିବାରରେ ବିଜୁ ବାବୁଙ୍କ ପରେ ଜଣେ ମୁରବୀ ଥିଲେ । ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ । ସେହି କୋରେଇ ଆସନରୁ ସେ ବହୁବାର ପ୍ରତିନିଧିତ୍ୱ କରିଛନ୍ତି । ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ଫଳରେ ସିଧାସଳଖ ଭାବେ କେହି ତାଙ୍କୁ ବିରୋଧ କରିବେ ନାହିଁ । ସବୁ ପକ୍ଷ ତାଙ୍କୁ ସମର୍ଥନ କରିବେ । ବିବାଦ ସୃଷ୍ଟି ହେବନାହିଁ । ସେ ବହୁ ଭୋଟରେ ନିର୍ବାଚିତ ହେବେ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:-ମୟୂରଭଞ୍ଜ ଜିଲ୍ଲାର ୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା JMM - assembly election

ଆଉ ଏକ ଦିଗ ହେଉଛି ରାଜ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରୋକିବା ଲାଗି ସମ୍ବଲପୁର ଲୋକସଭା ଆସନରୁ ଲଢ଼ୁଛନ୍ତି ପ୍ରଣବ ପ୍ରକାଶ ଦାସ । ଫଳରେ ସେ ତାଙ୍କର ପାରମ୍ପରିକ ଆସନ ଯାଜପୁରକୁ ଛାଡିଛନ୍ତି । ସେଠାରୁ ଜଣେ ମହିଳାଙ୍କୁ ଦଳ ଟିକଟ ଦେଇଛି । ଯଦି ପ୍ରଣବ କୌଣସି ଷ୍ଟେଜରେ ଯାଜପୁର ରାଜନୀତିକୁ ଫେରିବାକୁ ଚାହିଁବେ, ତାଙ୍କୁ ଏଇଟା ଭବିଷ୍ୟତରେ ସୁଯୋଗ ମଧ୍ୟ ହେବ । କୋରେଇ ଆସନ ତାଙ୍କ ନିୟନ୍ତ୍ରଣରେ ରହୁ ବୋଲି ପ୍ରଣବ ଚାହୁଁଥିଲେ । ଦଳ ପାଇଁ ରିସ୍କ ନେଇ ପ୍ରଣବ ସମ୍ବଲପୁର ଯାଇଛନ୍ତି । ତାଙ୍କ ମାଙ୍କୁ ଟିକଟ ଦିଆଯିବାକୁ ପରିବାର ଜନିତ କହିପାରିବେ ନାହିଁ । ଅଶୋକ ଦାସଙ୍କ ପତ୍ନୀଙ୍କୁ ଟିକଟ ପ୍ରଣବଙ୍କ ପାଇଁ ବିଚାର କରନ୍ତୁ ନାହିଁ । ତାଙ୍କୁ ଟିକେ ଉଚ୍ଚ ସ୍ତରରେ ରଖିବାକୁ ପଡିବ । ଜନତା ଦଳ ଓ ବିଜେଡିରେ ସମସ୍ତେ ତାଙ୍କୁ ସମ୍ମାନ କରନ୍ତି । ଜନତା ଦଳକୁ ଏକାଠି ରଖିବା ଲାଗି ତାଙ୍କର ଭୂମିକା ମଧ୍ୟ ରହିବ । ତାଙ୍କ ପ୍ରାର୍ଥୀତ୍ୱ ଫଳରେ ଯାଜପୁରରେ ଦଳ ଦୁର୍ବଳ ନୁହେଁ ସବଳ ହେବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.