ETV Bharat / politics

ନବୀନ ନିବାସରେ 3 ଜିଲ୍ଲାର ସମୀକ୍ଷା ବୈଠକ ଶେଷ, କର୍ମୀଙ୍କୁ ଦିଆଗଲା ଗୁରୁମନ୍ତ୍ର - BJD Review meeting

author img

By ETV Bharat Odisha Team

Published : Mar 24, 2024, 7:55 PM IST

BJD Review meeting at Naveen Niwas: ନବୀନ ନିବାସରେ ଶେଷ ହୋଇଛି ତିନି ଜିଲ୍ଲାର ସମୀକ୍ଷା ବୈଠକ । ଆଜି ସୁନ୍ଦରଗଡ, ସମ୍ବଲପୁର ଓ ଢେଙ୍କାନାଳ ତିନି ଜିଲ୍ଲାର ସଂସଦୀୟ କ୍ଷେତ୍ରରେ ଦଳର ସ୍ଥିତିକୁ ନେଇ ହୋଇଛି ଆଲୋଚନା । ଅଧିକ ପଢ଼ନ୍ତୁ,

ସମୀକ୍ଷା ବୈଠକ
ସମୀକ୍ଷା ବୈଠକ
ସମୀକ୍ଷା ବୈଠକ

ଭୁବନେଶ୍ବର: ନବୀନ ନିବାସରେ ଶେଷ ହୋଇଛି ତିନି ଜିଲ୍ଲାର ସମୀକ୍ଷା ବୈଠକ । ସଂଗଠନ ସଜାଡ଼ିବା ସହ ନେତା ଓ କର୍ମୀଙ୍କୁ ସକ୍ରିୟ କରୁଛି ଦଳ । ବିଭିନ୍ନ ସଂସଦୀୟ କ୍ଷେତ୍ରର ନେତାଙ୍କୁ ନବୀନ ନିବାସ ଡାକି ଦଳ ପକ୍ଷରୁ ହେଉଛି ଆଲୋଚନା । ଏହି କ୍ରମରେ ଆଜି ସୁନ୍ଦରଗଡ, ସମ୍ବଲପୁର ଓ ଢେଙ୍କାନାଳ ତିନି ଜିଲ୍ଲାର ସଂସଦୀୟ କ୍ଷେତ୍ରରେ ଦଳର ସ୍ଥିତିକୁ ନେଇ ହୋଇଛି ଆଲୋଚନା । ତେବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଦଳର ସ୍ଥିତିକୁ ସୁଦୃଢ କରିବା ସହ ନିର୍ବାଚନୀ ରଣନୀତିକୁ ନେଇ ଏହି ସମୀକ୍ଷା ବୈଠକ ହୋଇଥିବା ଜଣାପଡ଼ିଛି । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ, ବିଧାୟକ ଓ ବରିଷ୍ଠ ନେତାଙ୍କୁ ନେଇ ଏହି ବୈଠକ କରାଯାଇଛି । ଏହି ବୈଠକରେ ସାଧାରଣ ଲୋକଙ୍କ ସହ ଯୋଡି ହୋଇ ଜଣେ ଶୃଙ୍ଖଳିତ ସାଧାରଣ କର୍ମୀ ହୋଇ ତୃଣମୂଳ ସ୍ତରରେ ଯାଇ କାର୍ଯ୍ୟ କରିବାକୁ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ବୈଠକ ସରିଲା ପରେ ସାଂସଦ ମହେଶ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି, "ବୈଠକରେ ସଂଗଠନ କାର୍ଯ୍ୟକୁ ତ୍ବରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଉପରେ ରାଜ୍ୟବାସୀଙ୍କ ବିଶ୍ୱାସ ଆଶୀର୍ବାଦ ରହିଛି । ଏହି ବିଶ୍ୱାସକୁ ନେଇ ବିଜେଡି ଲୋକଙ୍କ ପାଖକୁ ଯାଉଥିବା ବେଳେ ଅପହଞ୍ଚ ଇଲାକରେ ମଧ୍ୟ ପହଞ୍ଚିଛି । ଆମେ ସାଧାରଣ କର୍ମୀ ହୋଇ ଜନସାଧାରଣଙ୍କ ପାଇଁ କାମ କରୁଛି । ତେଣୁ ଲୋକଙ୍କ ପାଖକୁ ଯାଇ ସିଧାସଳଖ ତାଙ୍କ ସମସ୍ୟାକୁ ବୁଝିବା ସହ ବିଜେଡି ବିକାଶର ବାର୍ତ୍ତା ନେଇ ନିର୍ବାଚନୀ ପ୍ରଚାର କରିବ ।" ଏହାସହ ରାଜ୍ୟରେ ମଠ ମନ୍ଦିର ରୂପାନ୍ତରିତ କରଣ କଥା କହିଛନ୍ତି ମହେଶ ସାହୁ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୧୪୭ ଓ ୨୧ ଆସନରେ ସାଧାରଣ କର୍ମୀ ହିସାବରେ ଲଢେଇ କରିବେ ବୋଲି ମହେଶ କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁରୀ ପ୍ରାଥୀତ୍ୱକୁ ନେଇ ସେ କହିଲେ ‘‘ଯିଏ ଯେଉଁଛି ଠିଆ ହେଲେ ମଧ୍ୟ କିଛି ଫରକ ପଡ଼ିବନି । ସେ ମହେଶ ସାହୁ ହଉ କିମ୍ବା ବବି ଦାଶ, ମୁଖ୍ୟମନ୍ତ୍ରୀ ଯାହାକୁ ଯେଉଁଠି ନିର୍ଦ୍ଦେଶ ଦେବେ ସେ ସେଠି ଲଢ଼ିବ ଆଉ ବିଜେଡି ବିକାଶର ଧାରାକୁ ନେଇ ଜିତିବ ।’’

ଏହା ମଧ୍ୟ ପଢ଼ନ୍ତୁ.... ଗଞ୍ଜାମ ଦଖଲ ପାଇଁ ଅଣ୍ଟା ଭିଡ଼ିଲା ବିଜେଡି; ନବୀନ ନିବାସରେ ପ୍ରସ୍ତୁତ ହେଲା ବ୍ଲ୍ୟୁ-ପ୍ରିଣ୍ଟ - Bjd Meeting At Naveen Niwas

ସେପଟେ ସମୀକ୍ଷା ବୈଠକ ପରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ କହିଛନ୍ତି, "ବୈଠକରେ ଦଳ କିପରି 7 ବିଧାନସଭା ସହ ଲୋକସଭାରେ ବିଜୟୀ ହେବ ସେଥିପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି। ଫଳରେ ବୁଥ ସ୍ତରକୁ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦଳ ଲୋକଙ୍କ ପାଇଁ କାମ କରୁଛି ।" ବିଶେଷ କରି ସମୀକ୍ଷା ବୈଠକରେ ଜୁଏଲଙ୍କୁ ହରାଇବାକୁ ବିଜେଡିର ଯୋଜନା ରହିଥିବା ବେଳେ ତାଙ୍କୁ ଏଥର ଚେକ୍ ଦେବା ପାଇଁ BJD ପ୍ରସ୍ତୁତ । ଦଳ ସୁପ୍ରିମୋ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଜୁଏଲ ଓରାମଙ୍କୁ ଏଥର ନିଶ୍ଚିତ ହରେଇବୁ । ଆମ ବିଜୟ ନିଶ୍ଚିତ। ଏପଟେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ ।’’ ବିଜେଡିର ୭ ଟା ବିଧାନସଭା ସହ ଲୋକସଭା ଆସନ ପାଇଁ ଆଲୋଚନା ହେଲା। ସବୁ ସିଟରେ କେମିତି ବିଜେଡିର ବାଜିମାତ ହେବ ତା ଉପରେ ଆଲୋଚନା ହେଲା । ଏଥର ଦଳ ସବୁ ଆସନରେ ଜିତିବ। ଲୋକସଭାରୁ କିଏ ଲଢ଼ିବେ ସେ ନେଇ ନିଷ୍ପତ୍ତି ନବୀନ ପଟ୍ଟନାୟକ ନେବେ। ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବିଧାୟକ ରୋହିତ ପୂଜାରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.