ETV Bharat / politics

ଷଡ଼ଯନ୍ତ୍ର କରି ମୋତେ ଦଳରୁ ନିଲମ୍ବନ କରାଯାଇଛି: ସୁଧାଂଶୁ ପରିଡ଼ା

author img

By ETV Bharat Odisha Team

Published : Jan 31, 2024, 9:46 PM IST

Remuna MLA Sudhansu Parida: ବିଜେଡିରୁ ନିଲମ୍ବନ ହେବାପରେ ବନ୍ଧୁମିଳନ କରି ଶକ୍ତି ପ୍ରଦର୍ଶନ କଲେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା । ଦେଖନ୍ତୁ ଇଟିଭି ଭାରତ ସହ ରେମୁଣା ବିଧାୟକଙ୍କର ସ୍ବତନ୍ତ୍ର ସାକ୍ଷାତକାର...

Remuna MLA Sudhansu Parida
Remuna MLA Sudhansu Parida
Remuna MLA Sudhansu Parida

ବାଲେଶ୍ୱର: ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଗତ ସେପ୍ଟେମ୍ବର ମାସ ୨୧ ତାରିଖରେ ବିଜେଡିରୁ ନିଲମ୍ବିତ ହୋଇଥିଲେ । ଏହାପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ତାଙ୍କ ବିରୋଧରେ ସୋସିଆଲ ମିଡିଆରେ ବିଭିନ୍ନ ଅପପ୍ରଚାର ଚାଲିଥିବା ବେଳେ ସେ ଏହାକୁ ଖଣ୍ଡନ କରି ଆଜି ଏକ ବନ୍ଧୁ ମିଳନ ଜରିଆରେ ନିଜର ସମର୍ଥକମାନଙ୍କୁ ନିଜର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ରେମୁଣା ଠାରେ ହୋଇଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ୪ ଜଣ ଜିଲ୍ଲାପରିଷଦଙ୍କ ସମେତ ୨୬ଟି ପଞ୍ଚାୟତରୁ ସରପଞ୍ଚ ଏବଂ ସମିତିସଭ୍ୟ ଯୋଗଦେଇଥିଲେ । ତେବେ ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ନିଜ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ର ବିଷୟରେ କହିଛନ୍ତି ରେମୁଣା ବିଧାୟକ ।

ତେବେ ଏହି ବନ୍ଧୁ ମିଳନ ଜରିଆରେ ବିଧାୟକ ସୁଧାଂଶୁ ପରିଡ଼ା ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଥିବା କୁହାଯାଉଛି । ଏଠାରେ ଆଗାମୀ ଦିନରେ ରେମୁଣା ନିର୍ବାଚନ ମଣ୍ଡଳୀର କିଭଳି ବିକାଶ ହୋଇପାରିବ, ସେନେଇ ନିଜର କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ ସୁଧାଂଶୁ । ଖାଲି ସେତିକି ନୁହେଁ, ରେମୁଣାରେ ତାଙ୍କ ବିଧାୟକ ସମୟରେ ହୋଇଥିବା ବିକାଶ ଏବଂ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହାରି ଭିତରେ ତାଙ୍କ ନିଲମ୍ବନ ପଛରେ ଶାସକ ଦଳର ଜଣେ ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତ ଥିବା କଥା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଉକ୍ତ ମୁଷ୍ଟିମେୟ ବ୍ୟକ୍ତିଙ୍କ ନାମ ସିଧା ସଳଖ ଭାବେ କହି ନଥିଲେ ମଧ୍ୟ ତାଙ୍କ ଟାର୍ଗେଟ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ରବିନ୍ଦ୍ର ଜେନାଙ୍କ ଆଡକୁ ଥିବା ବାରି ହୋଇ ପଡୁଛି । ସମ୍ପୃକ୍ତ ବ୍ୟକ୍ତି ନିଜର ସ୍ବାର୍ଥ ଏବଂ କଳାଧନ ଲୁଚେଇବା ପାଇଁ ବିରୋଧୀ ଦଳ ମାନଙ୍କ ସହ ହାତ ମିଶେଇଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ବିଧାୟକ ।

ଏହା ମଧ୍ୟ ପଢ଼ନ୍ତୁ...ପାଟଣାଗଡ଼ ବିଜେଡିରେ ଫାଟ! ବିଧାୟକଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲେ ଦଳୀୟ କର୍ମୀ

ଅନେକ ପୁରୁଖା ନେତା କେବଳ ସେହି ଜଣେ ବ୍ୟକ୍ତିଙ୍କ ପାଇଁ ଦଳ ଛାଡିଥିବା ଅଭିଯୋଗ କରିଛନ୍ତି ବିଧାୟକ । ସମ୍ପୃକ୍ତ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ରାଜନୀତିରେ ସକ୍ରିୟ କରାଇବା ପାଇଁ ସମସ୍ତଙ୍କ ବେକ କାଟିବାକୁ ପ୍ରସ୍ତୁତ ଥିବା ଅଭିଯୋଗ କରିଛନ୍ତି ସୁଧାଂଶୁ । ଏହା ସହିତ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଏବଂ କେଉଁଥିପାଇଁ ସେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି, ସେନେଇ ମଧ୍ୟ ବିଧାୟକ ଇଟିଭି ଭାରତକୁ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଯେଉଁ ବ୍ୟବସାୟ ପାର୍ଟନରସିପ୍‌ରେ ରହିଥିଲା, ମୁଁ ବିଧାୟକ ହେବା ପରଠାରୁ ତାହା ସହ କୌଣସି ସମ୍ପୃକ୍ତି ନାହିଁ । ଯଦି ଦୁର୍ନୀତିର କୌଣସି ଛିଟା କିମ୍ବା ଅଭିଯୋଗ ପ୍ରମାଣିତ ହୁଏ, ତେବେ ମୁଁ ନିଜ ବେକ କାଟିବାକୁ ମଧ୍ୟ ପ୍ରସ୍ତୁତ ଅଛି । ଏଥିପାଇଁ ମୁଁ ଅନେକ ଷଡ଼ଯନ୍ତ୍ରର ଶିକାର ହୋଇଛି ।" ଏବେ ସେ ନିଜର ସଂଗଠନ ସୁଦୃଢ଼ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏହାକୁ ନେଇ ଆଜି ଏପରି ବନ୍ଧୁ ମିଳନର ଆୟୋଜନ କରି ସେ ନିଜର ଶକ୍ତି ପ୍ରଦର୍ଶନ କରିଥିବା କଥା କୁହାଯାଉଛି ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.