ETV Bharat / politics

ଅଲଗା ରାଜ୍ୟ ଦାବି ଭୟରେ ମୁଖ୍ୟମନ୍ତ୍ରୀ ଏଠାରୁ ଲଢୁଛନ୍ତି: ନରସିଂହ - Narasingha Mishra Reaction

author img

By ETV Bharat Odisha Team

Published : Apr 17, 2024, 10:11 PM IST

Narasingha On Naveen contest: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ କଣ୍ଟାବାଞ୍ଜି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ବର୍ଷିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । ରାଜ୍ୟ ସରକାରଙ୍କ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଥିବା କଥା ପୁଣି ଦୋହରାଇଛନ୍ତି । ଅଧିକ ପଢନ୍ତୁ

Narasingha Targets Odisha Govt
Narasingha Targets Odisha Govt
Narasingha Targets Odisha Govt

ବଲାଙ୍ଗୀର: କଣ୍ଟାବାଞ୍ଜିରୁ ନିଜେ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ସରଗରମ ହୋଇଛି ବଲାଙ୍ଗୀର ରାଜନୀତି । ଲୋକେ ଉଚିତ ଜବାବ ଦେବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସେ କହିଛନ୍ତି, "ଜିଲ୍ଲା ପାଇଁ 24 ବର୍ଷର ଅବହେଳା ଓ ଲୋକଙ୍କ ଅଲଗା ରାଜ୍ୟ ଦାବିକୁ ଉପଶମ କରିବା ପାଇଁ ଏହି ପଦକ୍ଷେପ । ଯାହାକୁ ଲୋକେ ଉଚିତ ଜବାବ ଦେବେ । ବିଜେଡି ସରକାର ଦୀର୍ଘ 24 ବର୍ଷ ହେବ ବଲାଙ୍ଗୀର ଜିଲ୍ଲାକୁ ଅବହେଳା କରିଆସୁଛି । ଏହି ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ସରକାର 24 ବର୍ଷରୁ ରଖି ଆସିଛନ୍ତି । ଲୋକେ ଏହା ବିରୋଧରେ ଏବେ ଆନ୍ଦୋଳନ କରିବା ସହ ଅଲଗା ରାଜ୍ୟ ଦାବି କରୁଛନ୍ତି । ଏହି ଅଲଗା ରାଜ୍ୟ ଦାବି ଏବେ ଜୋର ଧରିଛି । ତେବେ ଏହାକୁ ଉପଶମ କରିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ଛିଡା ହେବେ । ହେଲେ କୌଣସି ମତେ ଏଠିକାର ସମସ୍ୟା ଓ ଦାବି ଉପଶମ ହେବ ନାହିଁ । ଲୋକ ଉଚିତ ଜବାବ ଦେବେ ।"

"କଣ୍ଟାବାଞ୍ଜି ଏକ ଦାଦନ ପ୍ରବଣ ଓ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାବେଳେ ଏଠାରେ ବିଭିନ୍ନ ସମସ୍ୟା ରହିଛି । ଏଠାରେ ବିକାଶ ବହୁ ଦୂରରେ ଥିବାବେଳେ ପାନୀୟ ଜଳ ସମସ୍ୟା ମଧ୍ୟ ରହିଛି । ଏପରିିକି ଅନ୍ୟ ବିକାଶ କାର୍ଯ୍ୟ କଥା ନ କହିଲେ ଭଲ" ବୋଲି କହିଛନ୍ତି ନରସିଂହ ମିଶ୍ର । ତେବେ ହାତରୁ ଏହି ଅଞ୍ଚଳ ଯିବା ଦେଖି ପରାଜୟ ଭୟରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। "ନବୀନ ପଟ୍ଟନାୟକ ମିଛ କହି ନିର୍ବାଚନ ଜିତି ଆସୁଛନ୍ତି । ପଦ୍ମପୁର ଜିଲ୍ଲା ଘୋଷଣା ଭଳି ମିଛ, ଆଜି ତାଙ୍କୁ ମହଙ୍ଗା ପଡିବ । ସେହିପରି ବଲାଙ୍ଗୀର ପ୍ରତି 24 ବର୍ଷର ଅବହେଳା ମିଛ, ଯେଉଁଥିରେ କୃଷି ବିଶ୍ୱ ବିଦ୍ୟାଳୟ ଦାବି, ହାଇକୋର୍ଟ ବେଞ୍ଚ ଦାବି ଭଳି ଅନେକ ଦାବି ସରକାର କର୍ଣ୍ଣ ପାତ କରିନାହାନ୍ତି" ବୋଲି କହି ବର୍ଷିଛନ୍ତି ନରସିଂହ ।

ଏହା ବି ପଢନ୍ତୁ...ପଞ୍ଚମ ପର୍ଯ୍ୟାୟରେ 9 ପ୍ରାର୍ଥୀ ଦେଲା BJD: କଣ୍ଟାବାଞ୍ଜିରୁ ଲଢ଼ିବେ ନବୀନ, ବଦଳିଲା ପ୍ରସନ୍ନ-ରୋହିତଙ୍କ ଆସନ - BJD CANDIDATE LIST

ଏହି ସବୁ ବିଷୟ ପାଇଁ ବିଜେଡିର ସ୍ଥିତି ଏଠି ଦୁର୍ବଳ ଅଛି ବୋଲି ନରସିଂହ କହିଛନ୍ତି । ଅନ୍ୟପଟେ କଣ୍ଟାବାଞ୍ଜିରେ କଂଗ୍ରେସ ସଫଳ ହୋଇ ଆସିଛି ଏବଂ ଏହି ସବୁ କାରଣରୁ ନିଜେ ମୁଖ୍ୟମନ୍ତ୍ରୀ ଏଠୁ ଛିଡା ହେବେ ବୋଲି କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । "କୌଣସି ଫରକ ପଡିବ ନାହିଁ ଓ ବିଜେଡି ହାରିବ" ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ନରସିଂହ । ତେବେ "ବଲାଙ୍ଗୀର ଜିଲ୍ଲାରେ ୫ଟି ବିଧାନସଭା ମଣ୍ଡଳୀ ଥିବାବେଳେ ଦୁଇଟିରେ କଂଗ୍ରେସ ମଜବୁତ ଅଛି । ଏଠାରେ ପୂର୍ବରୁ ବିଜେଡି ଦୁର୍ବଳ ଥିଲା ଓ ରହିଛି" ବୋଲି ସେ କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.