ETV Bharat / politics

ଓଡ଼ିଶାବାସୀ ବିଜେପିକୁ ବିକଳ୍ପ ଭାବେ ମନ ଭିତରେ ସ୍ଥିର କରିଛନ୍ତି: ସମୀର ମହାନ୍ତି - Reaction of Samir Mohanty - REACTION OF SAMIR MOHANTY

Samir Mohanty Reaction: ଆଜି ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଦେଇଥିବା ଏକ ସାକ୍ଷାତକାରରେ ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟକୁ ନେଇ ସମୀରଙ୍କ ପ୍ରତିକ୍ରିୟା । ଅଧିକ ପଢ଼ନ୍ତୁ

Samir Mohanty Reaction
Samir Mohanty Reaction (ETV Bharat Odisha)
author img

By ETV Bharat Odisha Team

Published : May 28, 2024, 10:33 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ଯେଉଁ କଥା କହିଛନ୍ତି ତାହା ତାଙ୍କର ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତାରୁ କହିଛନ୍ତି । ଓଡ଼ିଶାରେ ଅପାର ସମ୍ଭାବନାର ଥିବା ସତ୍ତ୍ବେ ଓଡ଼ିଶା ଗରିବୀରେ ଏକ ନମ୍ବର ହୋଇ ରହିଥିବା ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ଓଡ଼ିଶାବାସୀ ବିଜେପିକୁ ବିକଳ୍ପ ଭାବେ ମନ ଭିତରେ ସ୍ଥିର କରିଛନ୍ତି ବୋଲି ସେ କହିଛନ୍ତି ।

Samir Mohanty Reaction (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଦକ୍ଷତାକୁ ପ୍ରଧାନମନ୍ତ୍ରୀ ମାପିଛନ୍ତି । ଅନ୍ୟପଟେ 2019ରେ ଭାରତୀୟ ଜନତା ପାର୍ଟି ଏକ ଦାୟିତ୍ବବାନ ବିରୋଧୀ ଦଳ ଭୂମିକା ନିର୍ବାହ କରିଛି । ଓଡ଼ିଶାବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ବିଜେପି କାମ କରୁଛି ।

ଆଜି ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି, ପ୍ରଧାନମନ୍ତ୍ରୀ ଓଡ଼ିଶା ପରିପ୍ରେକ୍ଷୀରେ ଯେଉଁ କଥା କହିଛନ୍ତି ତାହା ତାଙ୍କର ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତାରୁ କହିଛନ୍ତି । ସେପଟେ କେନ୍ଦ୍ରରେ ଥିବା ମୋଦି ସରକାର ଓଡ଼ିଶାର ବିକାଶ ପାଇଁ ୧୮ ଲକ୍ଷ ୮୦ ହଜାର କୋଟି ଟଙ୍କା ଦେଇଛନ୍ତି । ସେଥିରେ ସବୁ ଅଧା ପନ୍ତରିଆ କାମ କରିଛି ଶାସକ ଦଳ । ଓଡ଼ିଶାରେ ଯେଉଁଭଳି ବିକାଶ ହେବା କଥା ତାହା ହେଲା ନାହିଁ । ଏହାକୁ ନେଇ ଓଡ଼ିଶାବାସୀ ବିଜେପିକୁ ବିକଳ୍ପ ଭାବେ ମନ ଭିତରେ ସ୍ଥିର କରିଛନ୍ତି । ପ୍ରଧାନମନ୍ତ୍ରୀ ସେଥିପାଇଁ ସେଇ କଥାକୁ ଦୋହରାଉଥିବା ସମୀର ମହାନ୍ତି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ‘ଓଡିଶାରେ କବଜାରେ ପୁରା ଶାସନ ବ୍ୟବସ୍ଥା; ଜୁନ 4 ବିଜେଡିର ଏକ୍ସପାଏରୀ, 10ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ'

ଏହାକୁ ନେଇ ଆସନ୍ତା ୧୦ ତାରିଖରେ ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର କରିବ ବିଜେପି । ପରିବର୍ତ୍ତନର ସ୍ୱର ଗାଁ ଗଣ୍ଡା ଉପକୂଳ ଠାରୁ ଉପାନ୍ତ ପର୍ଯ୍ୟନ୍ତ ସବୁ ଜାଗାରେ ଗୁଞ୍ଜରିତ ହେଉଛି । ଓଡ଼ିଶାରେ ପରିବର୍ତ୍ତନ ହେବ ବିଜେପି ଏଠି ସରକାର କରିବ । ୨୪ ବର୍ଷ ହେଲା ମୁଁ ଗାଳି ଶୁଣି ଶୁଣି ଆସୁଛି । ଏହାକୁ ନେଇ ସମୀର ମହାନ୍ତି ଆହୁରି କହିଛନ୍ତି, "ନିର୍ବାଚନ ହେଉ ଅବା ନହେଉ ବିରୋଧୀମାନେ ଗାଳି ଦେବା ଅଧିକାର କେବଳ ତାଙ୍କ ପାଖରେ ଅଛି ବୋଲି ଭାବୁଛନ୍ତି । ଏମାନେ ହତାଶ ଆଉ ନିରାଶ ହୋଇପଡିଛନ୍ତି । ଗାଳି ଦେବା ଓ ଅପଶବ୍ଦ ବ୍ୟବହାର କରିବା ଏମାନଙ୍କ ସ୍ୱଭାବ ହୋଇଗଲାଣି । ମୁଁ ଗତ ୨୪ ବର୍ଷ ହେଲା ଗାଳି ଶୁଣୁଛି । ଏହା ଶୁଣି ଶୁଣି ମୁଁ ଏବେ ‘ଗାଳି ପ୍ରୁଫ୍’ ହୋଇଗଲିଣି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.