ETV Bharat / politics

ଲୋକପ୍ରିୟତା ହରାଇଛନ୍ତି ଭର୍ତ୍ତୃହରି, 6ଥର ସାଂସଦ କରିଥିବା ଦଳକୁ ଛାଡିବା ଦୁଃଖର କଥା: ପ୍ରତାପ ଜେନା - BJD On Resignation Of Bhartruhari

author img

By ETV Bharat Odisha Team

Published : Mar 22, 2024, 10:03 PM IST

BJD On Bhartruhari's Resignation: ଭର୍ତ୍ତୃହରି ମହତାବ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଟିକେଟ ଓ ପଦ ପଦବୀ ଲୋଭରେ ଭର୍ତ୍ତୃହରି ବିଜେପିକୁ ଯାଉଛନ୍ତି ବୋଲି ପ୍ରେସମିଟରେ କହିଛନ୍ତି ପ୍ରତାପ ଜେନା । ଅଧିକ ପଢନ୍ତୁ

BJD Press meet
BJD Press meet

BJD Press meet

ଭୁବନେଶ୍ବର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ସେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ଦଳରୁ ଇସ୍ତଫା ପରେ ଭର୍ତ୍ତୃହରିଙ୍କୁ ଘେରିଛି ବିଜେଡି । ଟିକେଟ ଓ ପଦ ପଦବୀ ଲୋଭରେ ଭର୍ତ୍ତୃହରି ବିଜେପିକୁ ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେଡିର ସାଧାରଣ ସମ୍ପାଦକ ପ୍ରତାପ ଜେନା । ପ୍ରତାପ କହିଛନ୍ତି, "ଭର୍ତ୍ତୃହରି ମହତାବଙ୍କୁ ନବୀନ ପଟ୍ଟନାୟକ 6 ଥର ସାଂସଦ କରି ଦିଲ୍ଲୀ ପଠାଇଥିଲେ । ଗତ 2019 ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ସର୍ଭେ ରିପୋର୍ଟ ଆସିଥିଲା, ତାହା ଭର୍ତ୍ତୃହରିଙ୍କ ବିପକ୍ଷରେ ଥିଲା । 2014ରେ ମଧ୍ୟ ସମାନ ଅବସ୍ଥା ଥିଲା । ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନେତୃବୃନ୍ଦ, ଦଳୀୟ ନେତା, ବିଧାୟକ, କର୍ମୀ ଓ ଜନସାଧାରଣଙ୍କ ମହଲରେ ତାଙ୍କ ପ୍ରତି ଅସନ୍ତୋଷ ରହିଥିଲା । ନିର୍ବାଚନ ମଣ୍ଡଳୀରେ ଭର୍ତ୍ତୃହରି ମହତାବ ସମୟ ଦେଇ ପାରୁନଥିଲେ । ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟରେ ତାଙ୍କର କୌଣସି ଅବଦାନ ନଥିଲା । ପୁନର୍ବାର ତାଙ୍କୁ 2019ରେ ତାଙ୍କୁ ଆଉ ଥରେ ସୁଯୋଗ ଦେବା ପାଇଁ କେହି ସହମତି ପ୍ରକାଶ କରୁନଥିଲେ । କିନ୍ତୁ ସମସ୍ତଙ୍କ ଅନିଚ୍ଛା ସତ୍ତ୍ବେ 2019ରେ ଭର୍ତ୍ତୃହରି ମହତାବଙ୍କୁ ପୁଣି ଥରେ ସୁଯୋଗ ଦିଆଯାଇଥିଲା ।"

"ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛା କ୍ରମେ ତାଙ୍କୁ ଆଉ ଥରେ ସୁଯୋଗ ମିଳିଥିଲା । ମୁଖ୍ୟମନ୍ତ୍ରୀ ଚାହିଁବାରୁ ଭର୍ତ୍ତୃହରି ମହତାବଙ୍କୁ 2019ରେ ଆଉ ଥରେ ସୁଯୋଗ ଦିଆଯାଇଥିଲା । ବର୍ତ୍ତମାନ ସଂସଦୀୟ କ୍ଷେତ୍ରରେ ତାଙ୍କର ସ୍ଥିତି ବହୁତ ଖରାପ ରହିଛି । ଏ କଥା ସେ ଆଗୁଆ ଜାଣିପାରିଥିଲେ । ହୁଏତ ବିଜୁ ଜନତା ଦଳରୁ ଆଉ ସୁଯୋଗ ପାଇପାରିବେ ନାହିଁ । ଏହି ସମ୍ପର୍କରେ ସେ ଦଳରୁ ବି ଇସାରା ପାଇଥିଲେ । କାରଣ ସେ ସଂସଦୀୟ କ୍ଷେତ୍ରରେ ଲୋକପ୍ରିୟତା ହରାଇଛନ୍ତି । ତେଣୁ ସେ ବହୁ ଦିନରୁ ବିଜେପି ସହ ସମ୍ପର୍କରେ ଥିଲେ," ବୋଲି ପ୍ରେସମିଟରେ କହିଛନ୍ତି ପ୍ରତାପ ଜେନା ।

ଏହା ବି ପଢନ୍ତୁ...କାହିଁକି ବିଜେଡି ଛାଡିଲେ ସାଂସଦ ଭର୍ତ୍ତୃହରି ? ଶୁଣନ୍ତୁ - Why Bhratruhari Left Bjd

ସେ ଆହୁରି ମଧ୍ୟ କହିଛନ୍ତି, "ଟିକେଟ ପାଇବା ଲୋଭରେ ଓ ପଦ ପଦବୀ ଲୋଭରେ ସେ ବିଜେପିକୁ ଯାଉଛନ୍ତି । ଯେଉଁଥିପାଇଁ ସେ ଆଜି ବିଜୁ ଜନତା ଦଳରୁ ଇସ୍ପଫା ଦେଇଛନ୍ତି । ବିଜୁ ଜନତା ଦଳ ଭର୍ତ୍ତୃହରି ମହାତାବଙ୍କୁ ସବୁବେଳେ ସମ୍ମାନ ଦେଇଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଭର୍ତ୍ତୃହରି ମହାତାବଙ୍କୁ ସମ୍ମାନ ଦେଇ ଆସିଛନ୍ତି ଓ ତାଙ୍କ କଥା ଶୁଣିଛନ୍ତି । ଅଗ୍ରାଧିକାର ଭିତ୍ତିରେ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣିଛନ୍ତି । ଯେତେବେଳେ ସେ ଲୋକପ୍ରିୟତା ହରାଇଛନ୍ତି ଓ ସଂସଦୀୟ କ୍ଷେତ୍ରରେ ବିଜେଡିରୁ ପ୍ରାର୍ଥୀ ହେବାର ନାହିଁ ବୋଲି ଅନୁଭବ କରିଛନ୍ତି । ସେତିକିବେଳେ ସେ ଆମକୁ ବା ବିଜୁ ଜନତା ଦଳକୁ ଛାଡି ଚାଲିଯାଇଛନ୍ତି । ଦଳ ତାଙ୍କୁ 6 ଥର ସାଂସଦ କରିବା ପରେ ଛାଡି ଚାଲିଯିବା ଅତ୍ୟନ୍ତ ଦୁଃଖର କଥା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.