ETV Bharat / politics

ଘଷିପୁରାରେ ସୌମ୍ୟଙ୍କ ପାୱାର ଶୋ': ସ୍ବାଧୀନ ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ, ସାଥୀରେ ଥିଲେ ଅନ୍ୟ ଦଳର ଅସନ୍ତୁଷ୍ଟ ନେତା - Power Show By Soumya Ranjan

author img

By ETV Bharat Odisha Team

Published : May 6, 2024, 10:23 PM IST

Power Show By Soumya Ranjan: ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସେ ନିଜର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସିଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

Power Show
Power Show (ETV Bharat Odisha)
Power Show (ETV Bharat Odisha)

କେନ୍ଦୁଝର: ଘଷିପୁରାରେ ଶକ୍ତି ପ୍ରଦର୍ଶନ କଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆଜି କେନ୍ଦୁଝର ଜିଲ୍ଲା ତଥା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ବର୍ତ୍ତମାନର ବିଧାୟକ ଥିବା ବଦ୍ରି ନାରାୟଣ ପାତ୍ର ଓ ବିଜେପି ପ୍ରାର୍ଥୀ ଶମ୍ଭୁନାଥ ରାଉତ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନାମାଙ୍କନ ଦାଖଲର ଶେଷ ଦିନରେ ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ସାମ୍ବାଦିକରୁ ନେତା ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ।

ସୂଚନା ଅନୁସାରେ, ସୌମ୍ୟରଞ୍ଜନ ଆଜି ସକାଳୁ ଘଟଗାଁରେ ମା ତାରିଣୀଙ୍କୁ ଦର୍ଶନ କରି ଘସିପୁରା ନିର୍ବାଚନ ମଣ୍ଡଳୀର ଜର୍ଦାଠାରୁ ହଜାର ହଜାର ସମର୍ଥକଙ୍କୁ ସାଙ୍ଗରେ ନେଇ ଶାଳପଡାର ଇନ୍ଦିରା ଗାନ୍ଧୀ ପଡିଆରେ ଏକ ବୈଠକର ଆୟୋଜନ କରିଥିଲେ । ବୈଠକ ପରେ ପୁନର୍ବାର ହଜାର ହଜାର ସମର୍ଥକଙ୍କୁ ନେଇ ପାରମ୍ପରିକ ବାଦ୍ୟ ସହ ଶୋଭାଯାତ୍ରା କରି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସୌମ୍ୟ ରଞ୍ଜନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଘଷିପୁରା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବୃଦ୍ଧି ପାଉଥିବା ଗୁଣ୍ଡାଗର୍ଦ୍ଦି, ଦୁର୍ନୀତି ଓ ଅତ୍ୟାଚାର ବିରୋଧରେ ସେ ଲଢ଼ିବାକୁ ସ୍ଥିର କରିଥିବା ପ୍ରକାଶ କରିଛନ୍ତି । ଏଠାରେ ତାଙ୍କ ପୈତୃକ ଗୃହ ଥିବାବେଳେ ଏହି ମାଟି ପାଇଁ ଉନ୍ନତିମୂଳକ କାର୍ଯ୍ୟ କରିବା ଓ ପିତୃ ଋଣ ସୁଝିବାକୁ ମଇଦାନକୁ ଓହ୍ଲାଇଥିବା ପ୍ରକାଶ କରିଛନ୍ତି ସୌମ୍ୟ ।

ଏହା ବି ପଢନ୍ତୁ...'ଲୋକପ୍ରିୟ ସ୍ୱାଧୀନ ପ୍ରାର୍ଥୀ ବିଗାଡ଼ିବେ ନିର୍ବାଚନ ଗଣିତ' - Effect Of Independent Candidates

ଏହା ବି ପଢନ୍ତୁ...ଅନନ୍ତଙ୍କ ପାୱାର ସୋ’ରେ କମ୍ପିଲା ରାଜଧାନୀ, ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ପ୍ରକାଶ - BHUBANESWAR CENTRAL CONSTITUENCY

ସୌମ୍ୟ କହିଛନ୍ତି, "ଏହି ନିର୍ବାଚନ ମଣ୍ଡଳୀରେ ଲୋକେ ଦୀର୍ଘ ୨୫ ବର୍ଷ ଧରି ଘୃଣା, ଦୁର୍ନୀତି ଅତ୍ୟାଚାର ବିରୁଦ୍ଧରେ ଅତିଷ୍ଠ ହୋଇପଡ଼ିଥିଲେ । ଏଥିପାଇଁ ଶତାଧିକ ସ୍ଥାନୀୟ ଲୋକେ ମୋ ପଖକୁ ଯାଇ ଏଠାରେ ନିର୍ବାଚନ ଲଢ଼ିବାକୁ ଆହ୍ବାନ ଦେଇଥିଲେ । ସେଥିପାଇଁ କିଛି ଦିନ ପୂର୍ବରୁ ମା' ତାରିଣୀଙ୍କ ଦର୍ଶନ କରିବା ପାଇଁ ଆସିଥିଲି।" ମା'ଙ୍କ ନିର୍ଦ୍ଦେଶ ପାଇ ଆଜି ଦଶ ହଜାରରୁ ଉର୍ଦ୍ଧ ସମର୍ଥକଙ୍କୁ ନେଇ ନାମାଙ୍କନପତ୍ର ଦାଖଲ କରୁଥିବା ପ୍ରକାଶ କରିଛନ୍ତି ସ୍ବାଧିନ ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଆଜିର ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ଘଷିପୁରା ନିର୍ବାଚନ ମଣ୍ଡଳୀର ବିଜେଡି, ବିଜେପି ଓ କଂଗ୍ରେସର ବହୁ ଅସନ୍ତୁଷ୍ଟ ଗୋଷ୍ଠୀର ନେତାଙ୍କୁ ଦେଖିବାକୁ ମିଳିଥିଲା।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.