ETV Bharat / politics

ଆସିଲା ନିର୍ଦ୍ଦେଶ, ଗଣମାଧ୍ୟମ ଆଗରେ ମୁହଁ ଖୋଲିବେନି କର୍ପୋରେଟର ! - Guidelines For BJD Corporators

author img

By ETV Bharat Odisha Team

Published : Jul 4, 2024, 9:45 PM IST

Guidelines For BJD Corporators: ଏଣିକି ଦଳର ପୂର୍ବ ନିର୍ଦ୍ଦେଶ ବିନା ଗଣମାଧ୍ୟମରେ କୌଣସି ମତ ରଖିପାରିବେନି ବିଏମସି କର୍ପୋରେଟର । ଜାଣନ୍ତୁ କାରଣ ।

Guidelines For BJD Corporators
Guidelines For BJD Corporators (ETV Bharat Odisha)

ଭୁବନେଶ୍ବର: କର୍ପୋରେଟରଙ୍କ ପାଇଁ ନିୟମ କଡ଼ାକଡ଼ି । ଦଳର ପୂର୍ବ ନିର୍ଦ୍ଦେଶ ବିନା ଗଣମାଧ୍ୟମରେ କୌଣସି ମତ ରଖିପାରିବେନି ବିଏମସି କର୍ପୋରେଟର । ଭୁବନେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ବିଜୁ ଜନତା ଦଳର ସାଂଗଠନିକ ଜିଲ୍ଲା ଭୁବନେଶ୍ୱର ପକ୍ଷରୁ ସମସ୍ତ କର୍ପୋରେଟରଙ୍କୁ ଦଳର ବିନା ନିର୍ଦ୍ଦେଶରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି । ଭୁବନେଶ୍ୱର ମହାନଗର ନିଗମର ବିଜୁ ଜନତା ଦଳର ସମସ୍ତ କର୍ପୋରେଟର ଓ ସାଂଗଠନିକ ଅଧିକାରୀମାନେ କୌଣସି ବାଇଟ ଦେବେ ନାହିଁ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ହେଲା ଦଳର ଅନୁମତି ନେବାକୁ ହେବ । ଏନେଇ ଜିଲ୍ଲା ସଭାପତି ସୁଶାନ୍ତ ରାଉତ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ବିଜେଡି ଦୁଇ ଫାଳ ଓ ଦଳ ମଧ୍ୟରେ ଫାଟ ସୃଷ୍ଟି ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗତ କିଛିଦିନ ହେବ କେତେକ କର୍ପୋରେଟେରଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଥିଲା । ଏଭଳି ସ୍ଥିତିରେ କର୍ପୋରେଟରଙ୍କ ମତ ଉପରେ ବିରାମ ଲଗାଇବା ପାଇଁ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଭୁବନେଶ୍ୱର ଜିଲ୍ଲା ସଭାପତି । ଏଠାରେ ସୂଚନା ଥାଉ କି, ଭୁବନେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ତେଜିବାରେ ଲାଗିଛି । ଏହି ଗୋଷ୍ଠୀ କନ୍ଦଳକୁ ନେଇ ଭୁବନେଶ୍ୱର ବିଜେଡି ଦୁଇଫାଳ ହୋଇଛି । ୨୦୨୪ ନିର୍ବାଚନରେ ବିଜେପି ସରକାର ଆସିବା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ବିଶେଷ କରି ଏହି ଗୋଷ୍ଠୀ କନ୍ଦଳ ବିଏମସି କର୍ପୋରେଟରମାନଙ୍କ ଭିତରେ ଦେଖିବାକୁ ମିଳିଥିଲା ।

ବିଜେଡିର ସଂଖ୍ୟା ଗରିଷ୍ଠତା ବିଏମସିରେ ରହିଥିଲେ ମଧ୍ୟ ବିଜେଡି କର୍ପୋରେଟରମାନେ ଏକାଠି ସ୍ୱରକୁ ଶାଣିତ ନକରି ନିଜ ଭିତରେ ତୁ ତୁ ମେ ମେ ହେବା ଆରମ୍ଭ କରିଦେଲେଣି । ଦୁଇ ଗୋଷ୍ଠୀ ହୋଇ ଜଣେ ଆର ଜଣଙ୍କ ଉପରେ ଆରୋପ ପ୍ରତ୍ୟାରୋପେ କରୁଥିବା ଦେଖିବାକୁ ମିଳିଛି । ଯାହା ବିଜେଡି ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ବିଶେଷ କରି ଦଳ ନିର୍ବାଚନ ହାରିବା ପରେ ମେୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବାବେଳେ ତାଙ୍କ ସହ ମାତ୍ର ୨୨ ଜଣ କର୍ପୋରେଟର ଥିବା ଦେଖିବାକୁ ମିଳିଥିଲା । ବିଏମସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦରେ ବିଜେଡି ବିପକ୍ଷରେ ବିଜେଡି ମନୋନୟନ ନିର୍ବାଚନରେ ଛିଡା ହେବା କଥା ବାହାରକୁ ଆସିବା ପରେ ଭୁବନେଶ୍ୱର ବିଜେଡିରେ ଫାଟ ଦେଖିବାକୁ ମିଳିଛି । ଆଉ ଭୁବନେଶ୍ୱର ବିଜେଡି ଦୁଇଫାଳ ହେବା ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଇଛି ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ପ୍ରତିକ୍ରିୟା । ବିଜେଡିକୁ ଦୁଇଜଣ ବିଭୀଷଣ ଦୁଇଫାଳ କରୁଥିବା ମନ୍ତବ୍ୟ ପରେ ଏହି ଚର୍ଚ୍ଚା ଜୋର ଧରିଛି ।

ଏହା ବି ପଢନ୍ତୁ...ଦୁଇ ଫାଳ ଭୁବନେଶ୍ବର ବିଜେଡି ! ଦଳ ଭିତରେ କିଏ ବିଭୀଷଣ ? ତୁ ତୁ ମେଁ ମେଁ ଜାରି

ଗୋଟିଏ ପଟେ କିଛି କର୍ପୋରେଟରଙ୍କୁ ନେଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୂପକାର ଏକାଠି ହୋଇ ନିଜର ମତ ରଖୁଥିବାବେଳେ ଏପଟେ ଗତକାଲି (ବୁଧବାର) ୨୪ କର୍ପୋରେଟର ଏକାଠି ହୋଇ ୫୫ ଜଣ କର୍ପୋରେଟରଙ୍କ ସମର୍ଥନକୁ ନେଇ ମତ ରଖିଥିବା କହିଛନ୍ତି। ଏହାରି ଭିତରେ ସ୍ୱାଧୀନ ୪ କର୍ପୋରେଟରଙ୍କୁ ଛାଡ଼ିଦେଇ ବିଜେଡିର ୫୩ କର୍ପୋରେଟର କାହିଁକି ଏକାଠି ହୋଇ ବୈଠକ କରୁନାହାନ୍ତି ଓ ନିଜ ଦଳର ଶୃଙ୍ଖଳାକୁ ନମାନି ଭିନ୍ନ ଭିନ୍ନ ମତ ରଖୁଛନ୍ତି ତାହା ଦଳର ଅନ୍ତକନ୍ଦଳକୁ ପଦାରେ ପକାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.