ETV Bharat / politics

କ୍ଷମତା ଲୋଭରେ ଦଳବଦଳ ରାଜନୀତି ଅତ୍ୟନ୍ତ ଲଜ୍ଜାଜନକ: ପଞ୍ଚାନନ କାନୁନଗୋ - Party Change Politics - PARTY CHANGE POLITICS

Party Change Politics: ନିର୍ବାଚନ ପୂର୍ବରୁ ଜୋର ଧରିଛି ଦଳ ବଦଳ ରାଜନୀତି । କିଏ କ୍ଷମତା ଲୋଭରେ ତ ଆଉ କିଏ ଦଳରେ ନିଜକୁ ଅଣଦେଖା ଅନୁଭବ କରି ଏପରି ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Party Change Politics
Party Change Politics
author img

By ETV Bharat Odisha Team

Published : Apr 5, 2024, 10:02 PM IST

Party Change Politics

ଭୁବନେଶ୍ବର: ପାଖେଇ ଆସିଲାଣି ନିର୍ବାଚନ ତାରିଖ । ସାରା ରାଜ୍ୟରେ ରାଜନୈତିକ ପାଣିପାଗ ସରଗରମ ରହିଛି । ରାଜନୈତିକ ଦଳ ଓ ରାଜନେତାଙ୍କ ମଧ୍ୟରେ ଘଡିକେ ଘୋଡା ଛୁଟୁଛି । ନେତାଙ୍କ ଦଳବଦଳ ରାଜନୀତି ରାଜନୈତିକ ପାଣିପାଗକୁ ଉଷ୍ମ କରିଦେଇଛି । ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ଦଳବଦଳ କରୁଛନ୍ତି । ନିକଟରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ବିଜେପି ଛାଡି ବିଜେଡିରେ ଯୋଗ ଦେଲେ । ବ୍ରହ୍ମପୁର ଲୋକସଭା ଆସନରୁ ଟିକେଟ ମଧ୍ୟ ପାଇଲେ । ସେହିପରି ବିଜେଡି ନେତା ଅରବିନ୍ଦ ଢାଲି ବିଜେଡି ଛାଡି ବିଜେପିରେ ଯୋଗ ଦେଲେ । ଭୁବନେଶ୍ବର ଜୟଦେବ ଆସନରୁ ଟିକେଟ ପାଇଲେ । ଟିକେଟ ଆଶାରେ କଂଗ୍ରେସ ନେତା ଗଣେଶ୍ବର ବେହେରା ଦଳ ବଦଳ କରଥିବା କୁହାଯାଉଛି । କଂଗ୍ରେସ ନେତା ଅଧିରାଜ ପାଣିଗ୍ରାହୀ ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ।

ସେହିପରି ଅନୁଭବ ମହାନ୍ତି, ଅରିନ୍ଦମ, ଆକାଶ ଦାଶ ନାୟକ ମଧ୍ୟ ନିକଟରେ ବିଜେଡି ଛାଡି ବିଜେପି କ୍ୟାମ୍ପରେ ଯୋଗ ଦେଇଛନ୍ତି । କୋରେଇରୁ ଟିକେଟ ପାଇଛନ୍ତି ଆକାଶ । ଭର୍ତ୍ତୃହରି ମହତାବ ମଧ୍ୟ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । କଟକ ଲୋକସଭା ଆସନରୁ ଟିକେଟ ପାଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ପ୍ରଶ୍ନ ଉଠୁଛି ନେତାଙ୍କ ଦଳ ବଦଳ ରାଜନୀତି ସୁବିଧାବାଦୀ ରାଜନୀତି ନୁହେଁ ତ? କୌଣସି ଏକ ସ୍ବାର୍ଥ ପାଇଁ ବର୍ଷ ବର୍ଷ ଧରି ଯେଉଁ ଦଳ ପାଇଁ କାମ କରୁଥିଲେ, ତାକୁ ଛାଡି ଦଳ ଡିଆଁ କରୁଛନ୍ତି । କାହିଁକି ଏମିତି କରୁଛନ୍ତି? ନିଜ ବ୍ୟକ୍ତିଗତ ଏବଂ ପରିବାରର ସ୍ବାର୍ଥ ହାସଲ ପାଇଁ ଏପରି ଦଳବଦଳ କରୁଛନ୍ତି କି? ଦଳ ବଦଳ ରାଜନୀତିରେ ବିଶ୍ବାସ ରଖୁଥିବା ନେତାଙ୍କ ପ୍ରକୃତ ଉଦ୍ଦେଶ୍ୟ କ'ଣ?

ଏନେଇ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ଆଗରୁ ଯେ ଦଳବଦଳ ହେଉନଥିଲା ସେକଥା ନୁହେଁ । କ୍ଷମତା ଲୋଭ ଏପରି ଗ୍ରାସ କରିଛି ଯେ ଏହି ଦଳରେ ଟିକେଟ ନ ପାଇଲେ ଆଉ ଗୋଟିଏ ଦଳରେ ଯୋଗ ଦେବା । ସ୍ବାଧୀନ ଭାବେ ଲଢିବା ପାଇଁ ନେତାଙ୍କ ପାଖରେ ତାକତ ନାହିଁ । କାରଣ ନିଜର କୌଣସି ସାମର୍ଥ୍ୟ ନାହିଁ । ଆର୍ଥିକ ଦୃଷ୍ଟିକୋଣରୁ ହେଉ ଅବା ଲୋକସମ୍ପର୍କ ଦୃଷ୍ଟିକୋଣରୁ । ଆମ ସମୟରେ ଆର୍ଥିକ ସମ୍ବଳ ନଥିଲା ସତ କିନ୍ତୁ ଲୋକସମ୍ପର୍କ ରହିଥିବା କାରଣରୁ ଆମେ ସ୍ବାଧୀନ ଭାବେ ଛିଡା ହେଉଥିଲୁ । ରାଜନୀତି ଏକ ବଡ ବ୍ୟବସାୟିକ ବ୍ୟବସ୍ଥା ହୋଇଗଲାଣି । ଏଥିରୁ ଲାଭ ଉଠାଇବା ଲକ୍ଷ୍ୟ ନେଇ ନେତାମାନେ ଦଳ ଡେଉଁଛନ୍ତି । ଯେଉଁ ଦଳରେ ଜିତିବାର ସମ୍ଭାବନା ଟିକିଏ ଅଧିକ ରହୁଛି ସେହି ଦଳକୁ ଯିବା ପାଇଁ ପସନ୍ଦ କରୁଛନ୍ତି । କିନ୍ତୁ ଏହା ଅତ୍ୟନ୍ତ ଲଜ୍ଜାଜନକ ପରିସ୍ଥିତି । ଜନସାଧାରଣଙ୍କ ମଧ୍ୟରେ ନିଜକୁ ନେତାର ପରିଚୟ ଦେବାକୁ ଖରାପ ଲାଗୁଛି । ଲୋକେ ଯାହା କଥା ହେଉଛନ୍ତି ତାହା ଶୁଣି ହେବ ନାହିଁ ।

ଏହା ମଧ୍ୟ ପଢନ୍ତୁ...କଂଗ୍ରେସ ଛାଡୁଛନ୍ତି ଟାଣୁଆ ନେତା, କେନ୍ଦ୍ରାପଡାରେ ସତ୍ତା ହରାଇବ କି ଦଳ ? - Election 2024

ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ନିର୍ବାଚନ ସମୟରେ ଏହା ଏକ ସ୍ବାଭାବିକ ପ୍ରକ୍ରିୟା । ଯେଉଁମାନେ ଦଳ ବଦଳ କରିଥାନ୍ତି ସେମାନେ ଦେଖନ୍ତି ତାଙ୍କ ଦଳରେ ନୀତି ଆଦର୍ଶ କ୍ଷୁର୍ଣ୍ଣ ରହିଛି କି ନାହିଁ । ନିଜର ରାଜନୈତିକ କ୍ୟାରିୟର ମଧ୍ୟ ଦେଖନ୍ତି । କେତେକ କ୍ଷେତ୍ରରେ ଏହା ମଧ୍ୟ ଦେଖାଯାଏ ନିଜର ସ୍ବାର୍ଥ ପାଇଁ ଏବଂ ପରିବାରର ସ୍ବାର୍ଥ ପାଇଁ ଦଳ ବଦଳ କରିଥାନ୍ତି । ଦଳ ବଦଳ ଏକ ପଲିଟିକାଲ ଟୁଲ୍ ।" ତେବେ ନିର୍ବାଚନ ପୂର୍ବରୁ ତିନି ଦଳରେ ଦଳବଦଳ ପ୍ରକ୍ରିୟା ଜୋର ଧରିଛି । ଯେଉଁଠି ନିଜ ଦଳରେ ଅଲୋଡା ଅନୁଭବ କରୁଛନ୍ତି କିମ୍ବା ଟିକେଟ ପାଇବାର ଆଶା କ୍ଷୀଣ ପରିଲକ୍ଷିତ ହେଉଛି ସେଠି ନେତାମାନେ ଦଳବଦଳ କରୁଛନ୍ତି । ସଙ୍ଗେ ସଙ୍ଗେ ଟିକେଟ ମଧ୍ୟ ପାଉଛନ୍ତି । ତେଣୁ ଏହା ସୁବିଧାବାଦୀ ରାଜନୀତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.