ETV Bharat / politics

ରାଜଧାନୀରେ କଂଗ୍ରେସର ରଣହୁଙ୍କାର: 'ଗଣତନ୍ତ୍ର ଓ ସମ୍ବିଧାନ ବଞ୍ଚାଅ' ନାରା ସହ ଇଡି ଅଫିସ ଘେରାଉ, ବିଜେପି କହିଲା ଆତ୍ମସୁରକ୍ଷା ଅଭିଯାନ - ED Office Gherao

author img

By ETV Bharat Odisha Team

Published : Aug 22, 2024, 7:42 PM IST

ED Office Gherao:'ଗଣତନ୍ତ୍ର ବଞ୍ଚାଅ ଓ ସମ୍ବିଧାନ ବଞ୍ଚାଅ' ନାରା ଦେଇ ରାଜଧାନୀ ରାଜରାସ୍ତାରେ ଗର୍ଜିଛି କଂଗ୍ରେସ । ବିଜେପି ସରକାର ବିରୋଧରେ ରଣହୁଙ୍କାର ଦେଇ ଇଡି ଅଫିସ ଘେରାଉ କରିଛନ୍ତି କଂଗ୍ରେସ କର୍ମୀ । ସେପଟେ ବିଜେପି ଏହାକୁ ଆତ୍ମସୁରକ୍ଷା ଅଭିଯାନ କହି କଡ଼ା ସମାଲୋଚନା କରିଛି । ପୂରା ଖବର ପଢନ୍ତୁ ।

Congress Protest
Congress Protest (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ କଂଗ୍ରେସର ରଣହୁଙ୍କାର । 'ଗଣତନ୍ତ୍ର ବଞ୍ଚାଅ ଓ ସମ୍ବିଧାନ ବଞ୍ଚାଅ' ନାରା ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଶାଳ ଆନ୍ଦୋଳନ ସହ ଇଡି ଅଫିସ ଘେରାଓ କରିଛି ପ୍ରଦେଶ କଂଗ୍ରେସ । ଶହ ଶହ କଂଗ୍ରେସ କର୍ମୀ ବିଶାଳ ସମାବେଶରରେ ଯୋଗ ଦେଇ ବିଜେପି ସରକାର ବିରୋଧରେ ରଣହୁଙ୍କାର ଦେଇ ଇଡି ଅଫିସ ଘେରାଉ କରିଛନ୍ତି ।

Congress Protest (ETV Bharat Odisha)

କଂଗ୍ରେସର ଅଭିଯୋଗ:

ପ୍ରଭାରୀ ଡକ୍ଟର ଅଜୟ କୁମାର କହିଛନ୍ତି, "ଆକ୍ରୋଶମୂଳକ ଭାବରେ ବିରୋଧୀଙ୍କ ବିରୋଧରେ କେନ୍ଦ୍ର ସରକାର ସର୍ବଦା ଇଡି, ସିବିଆଇ ସଂସ୍ଥାକୁ ବ୍ୟବହାର କରୁଛନ୍ତି । ଜୋର ଜବରଦସ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଚାପ ପକାଇ ଜେଲ ପଠାଇବା ସହ ବିରୋଧୀଙ୍କ ମୁହଁ ବନ୍ଦ କରାଯାଉଛି । ଏଭଳି କରି ଗଣତନ୍ତ୍ରର ହତ୍ୟା କରିବା ସହ କେନ୍ଦ୍ର ସରକାର ସମ୍ୱିଧାନକୁ ବିପଦରେ ପକାଉଛନ୍ତି । ତେଣୁ ସମ୍ବିଧାନର ସୁରକ୍ଷା ସହ ଗଣତନ୍ତ୍ର ବଞ୍ଚାଅ ଅଭିଯାନକୁ ନେଇ ସରକାରଙ୍କ ହାତ ବାରିସୀ ସାଜିଥିବା ସଂସ୍ଥା ବିରୋଧରେ ସମସ୍ତ ରାଜ୍ୟରେ ଇଡି ଅଫିସ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯାଉଛି । ତେଣୁ ରାଜ୍ୟର ସମସ୍ତ କଂଗ୍ରେସ କର୍ମୀ, ନେତା, ବିଧାୟକ, ସାଂସଦ, ଯୁବ ଛାତ୍ର ନେତା ଏକାଠି ହୋଇ ଘେରାଉ କରିଛନ୍ତି ।"

'ବ୍ୟାପକ ହେବ ଆନ୍ଦୋଳନ'

"ହିଣ୍ଡେନବର୍ଗ ରିପୋର୍ଟ ଅନୁଯାୟୀ, SEBI ସହିତ ଅଦାନି ଗ୍ରୁପର ଯେଉଁ ସମ୍ପର୍କ ରହିଛି ତାହା ସାଧାରଣରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । କିନ୍ତୁ ଦୁଃଖର କଥା ଦୋଷୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେଥିପାଇଁ ଆଜି ଇଡି ଅଫିସ ସମୁଖର ରାଜ୍ୟ କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି" ବୋଲି କହିଛନ୍ତି ମହମ୍ମଦ ମୋକିମ । ଓଡିଶା ପ୍ରଭାରୀ ଡ଼ଃ ଅଜୟ କୁମାରଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ଆଜି ଘେରାଉରେ ଶହ ଶହ କଂଗ୍ରେସ କର୍ମୀ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧୀ ନାରା ଦେଇ ଘେରାଉ କରୁଥିବାବେଳେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ କର୍ମୀ ବ୍ୟାରିକେଡ୍ ଡେଇଁ ଇଡି ଅଫିସ ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ଆନ୍ଦୋଳନରତ କଂଗ୍ରେସ କର୍ମୀଙ୍କୁ ଗିରଫ କରିବା ପରେ ବିକ୍ଷୋଭ ଥମିଛି । ବିକ୍ଷୋଭକାରୀ କହିଛନ୍ତି, ପୋଲିସର ଗିରଫ ପରେ ବି କଂଗ୍ରେସ ଚୁପ ହୋଇ ବସିବ ନାହିଁ । ଆଗକୁ ଆନ୍ଦୋଳନକୁ ଅଧିକ ବ୍ୟାପକ କରାଯିବ ।"

ଏହା ବି ପଢନ୍ତୁ...ବିଧାନସଭାରେ ମଦ ଝଡ଼: ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ, RDC ସ୍ତରୀୟ ତଦନ୍ତ ହେବ କହିଲେ ମନ୍ତ୍ରୀ - ODISHA ASSEMBLY SESSION

ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍ତି, "ଇଡି ମୋଦି ସରକାରରେ ବଟି ଆଦାୟ ସହ ଦାଦାଗିରି କରୁଛି । ଇଡି ମୋଦିଙ୍କ ଗୁଣ୍ଡା ସାଜି ଟଙ୍କା ଆଦାୟ କରୁଥିବାବେଳେ ବିରୋଧୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଛି ଓ ଜେଲରେ ଭର୍ତ୍ତି କରୁଛି । ଆମ ଟଙ୍କାକୁ ନେଇ ମୋଦି ଅଦାନି ଓ ଅମ୍ବାନିଙ୍କୁ ଦେଉଛି । ସେହି ଭ୍ରଷ୍ଟାଚାର ସରକାର ବିରୋଧରେ ଆହୁରି ସ୍ୱର ଶାଣିତ ହେବ ।"

Congress Protest
Congress Protest (ETV Bharat Odisha)

'ସରକାର ଗାଦିଚ୍ୟୁତ ହେବେ'
ଷ୍ଟିିଅରିଂ କମିଟି ସଦସ୍ୟ ମହମ୍ମଦ ମୋକିମ କହିଛନ୍ତି, "ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବାବେଳେ ପୋଲିସ ସାଧାରଣ କର୍ମୀଙ୍କୁ ଯେଉଁଭଳି ଦମନ କରୁଛି ଅଟକାଉଛି, ତାହାକୁ ଦଳ କେବେ ବରଦାସ୍ତ କରିବନି । କେନ୍ଦ୍ରରେ ମୋଦି ସରକାର ଇଡି ସିବିଆଇ ଲଗାଇ ଲୋକଙ୍କ ମୁହଁ ବନ୍ଦ କରିଥିବାବେଳେ କିଛି ମୁଷ୍ଟିମେୟଙ୍କ ଉପରେ ଅନୁକମ୍ପା ଦେଖାଉଛନ୍ତି । ଆଜିର ଏ ଆନ୍ଦୋଳନ ସରକାରଙ୍କୁ ନିଶ୍ଚୟ ଗାଦିଚ୍ୟୁତ କରିବ ।"

'ବିରୋଧୀଙ୍କୁ ଡ଼ରାଯାଉଛି'

ସେହିପରି ବିଧାୟକ ରମେଶ ଜେନା କହିଛନ୍ତି, "ବିରୋଧୀଙ୍କୁ ଡର ଦେଖାଇ ସରକାର ଯେଉଁ ଓଲଟା ନୀତି ଆପଣେଇଛନ୍ତି ତାର ପ୍ରତିବାଦ କଂଗ୍ରେସ କରିଛି, ଆଗକୁ ବି କରିବ । ଆଉ ଏହି ସରକାରଙ୍କୁ ଚେକ୍ ଦେବ ।" ଅନ୍ୟପଟେ କଂଗ୍ରେସର ଏହି ଆନ୍ଦୋଳନ ବା ବିକ୍ଷୋଭ କୁ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, "ପୋଲିସ ସଜାଗ ଥିଲା । ଆନ୍ଦୋଳନରେ ପୋଲିସ ବିକ୍ଷୋଭରତ କର୍ମୀଙ୍କୁ ଅଟକାଇଥିଲା। ସେମାନେ ନ ଅଟକି ବ୍ୟାରିକେଡ୍ ଦେଇଥିବାବେଳେ ତାଙ୍କୁ ଅଟକ ରଖାଯାଇଛି । ଏହି ଆନ୍ଦୋଳନରେ କାହାର କିଛି କ୍ଷତି ହୋଇନାହିଁ ।"

Congress Protest (ETV Bharat Odisha)

ବିଜେପିର କାଉଣ୍ଟର:

କଂଗ୍ରେସର ଏହି ଆନ୍ଦୋଳନକୁ ନେଇ ମୁହଁ ଖୋଲିଛି ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି,"ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମ ସୁରକ୍ଷା ଅଭିଯାନ । ଦୁର୍ନୀତି ଏବଂ କଳାଟଙ୍କାରେ ବୁଡ଼ିଛି କଂଗ୍ରେସ । ଇଡି ଅଫିସ ଘେରାଉ କେବଳ ଏକ ରାଜନୈତିକ କାର୍ଯ୍ୟକ୍ରମ । ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ । ଅଭିଯୁକ୍ତମାନେ ହେଉଛନ୍ତି ତାଙ୍କ ଦଳର ନେତା । ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ କଂଗ୍ରେସର ଇଡି ଅଫିସ ଘେରାଉ ଏକ ନାଟକବାଜି । ଆତ୍ମ ସୁରକ୍ଷା ପାଇଁ ରାଜନୈତିକ ପଶାପାଲିରେ ନିଜ ଚେହେରାକୁ ଲୁଚାଇବା ପାଇଁ କଂଗ୍ରେସର ଏ ପ୍ରୟାସ । ପ୍ରତ୍ୟେକ ପଲଟିକାଲ ପାର୍ଟିର ପଲିଟିକାଲ ଫିଲୋସଫି ଓ ଲୋକଙ୍କ ପାଇଁ କମିଟ୍‌ମେଣ୍ଟ ଥାଏ, ଯାହା କଂଗ୍ରେସ ପାଖରେ ନାହିଁ । ଇଡି ଅଫିସ୍ ଆଗରେ ଟେଣ୍ଟ ପକାଇ ଫଟୋ ଉଠାଇ କଂଗ୍ରେସର ନେତାମାନେ ପଲିଟିକାଲ ଷ୍ଟଣ୍ଟ କରୁଛନ୍ତି । ସାରା ଭାରତବର୍ଷର ନିର୍ବାଚନ ସ୍ଥିିତିିକୁ ଯଦି ସମୀକ୍ଷା କରାଯିବ, ତାହାଲେ ବହୁତ ଆଞ୍ଚଳିକ ଦଳ କଂଗ୍ରେସଠାରୁ ଆଗରେ । ରାଜ୍ୟରେ କଂଗ୍ରେସ ଦଳ ତା’ର ପରିଚୟ ରଖିବା ପାଇଁ ସଂଘର୍ଷ କରୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.