ETV Bharat / politics

ବିଜେଡି ଫୋକସରେ ପଶ୍ଚିମ ଓଡ଼ିଶା, ନବରଙ୍ଗପୁରର ୪ ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ପ୍ରଚାର - Nabarangpur constituency

author img

By ETV Bharat Odisha Team

Published : Apr 26, 2024, 2:09 PM IST

BJD Campaign At Nabarangpur: ବିଜେଡି ଫୋକସରେ ପଶ୍ଚିମ ଓଡ଼ିଶା । ନବରଙ୍ଗପୁରରେ ଭି କେ ପାଣ୍ଡିଆନଙ୍କ ପ୍ରଚାର ।ଆଜି ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ରହିଛି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

Nabarangpur
Nabarangpur

ନବରଙ୍ଗପୁର: ବିଜେଡି ଫୋକସରେ ପଶ୍ଚିମ ଓଡ଼ିଶା । ଲଗାତର ଦ୍ୱିତୀୟ ଦିନରେ ପଶ୍ଚିମ ଓଡ଼ିଶାରେ ଭି କେ ପାଣ୍ଡିଆନ ନିର୍ବାଚନୀ ପ୍ରଚାର କରିଛନ୍ତି । ଆଜି (ଶୁକ୍ରବାର) ନିର୍ବାଚନୀ ପ୍ରଚାରରେ ନବରଙ୍ଗପୁର ଗସ୍ତ କରିଛନ୍ତି ବିଜେଡି ନେତା ତଥା 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ଜିଲ୍ଲାର ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗ ଦେଇ ଜନସାଧାରଣ ସମ୍ବୋଧନ କରିଛନ୍ତି ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର ରହିଛି । ପ୍ରମୁଖ ଦଳଗୁଡିକର ହେଭିଓ୍ୱେଟ ନେତାମାନେ ପ୍ରାର୍ଥୀମାନଙ୍କ ସହ ପ୍ରଚାର କାର୍ଯ୍ୟ ଜୋରଦାର ଚଳାଇଛନ୍ତି । ତେବେ ଏବେ ବିଜେଡି ଫୋକସରେ ରହିଛି ପଶ୍ଚିମ ଓଡ଼ିଶା । ଆଜି (ଶୁକ୍ରବାର) ଭିକେ ପାଣ୍ଡିଆନ ନବରଙ୍ଗପୁରରେ ଜୋରଦାର ପ୍ରଚାର କରିଛନ୍ତି । ଜିଲ୍ଲାର ୪ଟି ବିଧାନସଭା କ୍ଷେତ୍ରରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ସେ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ନିର୍ବାଚନୀ ସଭାରେ ଜନସାଧାରଣକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ହୃଦୟରେ ରହିଛନ୍ତି ଆଦିବାସୀ ଭାଇଭଉଣୀମାନେ । ଆଦିବାସୀମାନଙ୍କ ପରମ୍ପରା, ଖାଦ୍ୟ, ସଂସ୍କୃତିଙ୍କୁ ଭବିଷ୍ୟତ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ ସ୍ୱତନ୍ତ୍ର ଉନ୍ନୟନ କମିଟି କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ଲୋକମାନଙ୍କ ପାଇଁ କରିଛନ୍ତି । ଆଦିବାସୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଉଥିବା କହିଛନ୍ତି ପାଣ୍ଡିଆନ । ବିଗତ ଦିନରେ ଉମରକୋଟବାସୀଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କାଯାଇଥିବା କହିଛନ୍ତି ପାଣ୍ଡିଆନ ।

ଏହାମଧ୍ୟ ପଢନ୍ତୁ.. ଦକ୍ଷିଣରୁ ପ୍ରଚାର ଆରମ୍ଭ କଲେ ପାଣ୍ଡିଆନ, ଗୁଣପୁରରେ ବିରୋଧୀଙ୍କୁ ଟାର୍ଗେଟ୍ - PANDIAN VISITS Bissam Cuttack

ସଭାରେ ବିରୋଧିଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ଭି କେ ପାଣ୍ଡିଆନ । ଏତେ ପରିମାଣର ଲୋକଙ୍କୁ ଦେଖି ବିରୋଧି ରାଗୁଥିବେ କହିଛନ୍ତି । ଆଉମଧ୍ୟ ଉମରକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ନବୀନା ନାୟକ ଓ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟ କରିବାକୁ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ ପାଣ୍ଡିଆନ । ଏହି ନିର୍ବାଚନରେ ଯୋଡି ଶଙ୍ଖ ବଜାଇ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହ ଓଡ଼ିଶା ପ୍ରଗତି ଓ ଉନ୍ନତିରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ପାଣ୍ଡିଆନ ।

ପରେ ସେ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝରିଗାଁ ବ୍ଲକ ଧଡ୍ରା ଠାରେ ନିର୍ବାଚନ ସଭାକୁ ସମ୍ବୋଧିତ କରିଛନ୍ତି । ଏହାପରେ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାପଡାହାଣ୍ଡି ବ୍ଲକ ମୈଦଲପୁର ଠାରେ ଅନୁଷ୍ଠିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ପରେ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡାକୁ ଯିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.