ETV Bharat / politics

ଦୁର୍ବଳ ହେଉଛି ବଲାଙ୍ଗୀର କଂଗ୍ରେସ ! ଅଣଦେଖା ଅଭିଯୋଗ ଆଣି ହାତ ଛାଡିଲେ ଆକାଶ ମିଶ୍ର - Balangir congress

author img

By ETV Bharat Odisha Team

Published : Apr 24, 2024, 3:45 PM IST

Akash Mishra Quits congress: କଂଗ୍ରେସ ଛାଡିଲେ ବଲାଙ୍ଗୀରର ଯୁବ ନେତା ତଥା ପୂର୍ବତନ ବିଧାୟକ ଓ ସାସଂଦ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ର । ଅଣଦେଖା ଅଭିଯୋଗ ଆଣି ଦଳ ଛାଡିଲେ ଆକାଶ ।

Akash Mishra left congress
Akash Mishra left congress
Akash Mishra left congress

ବଲାଙ୍ଗୀର: ଦୁର୍ବଳ ହେଉଛି ବଲାଙ୍ଗୀର କଂଗ୍ରେସ । ଦୀର୍ଘ ବର୍ଷର କଂଗ୍ରେସ ସହ ସମ୍ପର୍କ ଛିନ୍ନ ବଲାଙ୍ଗୀରର କଲେ ଯୁବ ନେତା ଆକାଶ ମିଶ୍ର । ପୂର୍ବତନ ବିଧାୟକ ତଥା ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ହାତ ଛାଡିଛନ୍ତି । ତେବେ ବର୍ତ୍ତମାନ ସେ ସ୍ୱାଧୀନ ଭାବେ ରହିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ..୨ୟ ଥର ବଲାଙ୍ଗୀରକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇବାର ସୌଭାଗ୍ୟ ମିଳିଛି: କଳିକେଶ - CM Contest From Kantabanjhi

ବଲାଂଗୀରର ଯୁବ କଂଗ୍ରେସ ନେତା ଆକାଶ ମିଶ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳ ତାଙ୍କୁ ଅଣଦେଖା କରିବା ଓ କୌଣସି ସମୟରେ ସୁଯୋଗ ନ ଦେବାର ଅଭିଯୋଗ ଆଣି ନିଜ ସମର୍ଥକ ସହ ଦଳ ଛାଡିଛନ୍ତି । ଏନେଇ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, "ଦୀର୍ଘ ବର୍ଷ ହେଲା କଂଗ୍ରେସ ଦଳରେ ସକ୍ରିୟ ଥିଲି । ଦଳ ଯାହା ଦାୟିତ୍ୱ ଦେଉଥିଲା ତାହା ତୁଲାଇ ଆସୁଥିଲି । ହେଲେ 2015ରୁ କୋଣଠେସା କରାଯାଇଛି । ମୋତେ ଦଳରୁ ସମ୍ମାନ ମିଳିନାହିଁ । ଏବେ ଅସହ୍ୟ ହେବାରୁ ସମର୍ଥକ ସହ ଦଳ ଛାଡିଛି ।"

ଏହାମଧ୍ୟ ପଢନ୍ତୁ..ଜିତିବା ପରେ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଛାଡ଼ିବେନି ବୋଲି ଶ୍ବେତପତ୍ର ଜାରି କରନ୍ତୁ: କୋଶଳ ସଂଗଠନ - Koshal Organization Demand

ସୂଚନା ଯୋଗ୍ୟ, ଆକାଶ ମିଶ୍ର ବଲାଙ୍ଗୀରର ପୂର୍ବତନ ବିଧାୟକ ତଥା ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ । ବାଳଗୋପାଳ ମିଶ୍ର ସ୍ୱାଧୀନ ଭାବରେ ଲୋଇସିଂହାରୁ ଚାରି ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ସେହିପରି 1989ରେ ସେ ଜନତା ଦଳରୁ ସାଂସଦ ମଧ୍ୟ ହୋଇଥିଲେ । ତେବେ ବାଳଗୋପାଳଙ୍କ ପରେ ତାଙ୍କ ପୁଅ ଆକାଶ ମିଶ୍ର ସକ୍ରିୟ ରାଜନୀତିକୁ ଆସିଥିଲେ । କଂଗ୍ରେସ ଦଳରେ 14 ବର୍ଷରୁ ଥିଲେ । ସେ ବିଗତ ଦିନରେ ଏଆଇସିସି ପକ୍ଷରୁ ଆସାମ ନିର୍ବାଚନ ଓ ଛତିଶଗଡ଼ ନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବରେ ମଧ୍ୟ ସେ ତାଙ୍କର କାର୍ଯ୍ୟ କରି ଆସୁଥିଲେ । ଦଳ ଛାଡିବା ପୂର୍ବରୁ ସେ ରାଜ୍ୟ ସାଧାରଣ ସମ୍ପାଦକ ମଧ୍ୟ ଥିଲେ । ସେହିପରି ପଶ୍ଚିମ ଓଡିଶା ଚାଷୀ ସଂଗଠନ କରି ସେ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲେ । ହେଲେ ଏବେ ସେ ଦଳ ଛାଡିବା ପରେ ନିହାତି ଭାବରେ ବଲାଙ୍ଗୀର କଂଗ୍ରେସ ଦୁର୍ଗ ଭୁଶୁଡିବ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.