ETV Bharat / politics

କୁହୁଳୁଛି ଅସନ୍ତୋଷ, ମୁହଁ ଖୋଲିଲେ ଶରତ - Sarat Patnaik Respond

author img

By ETV Bharat Odisha Team

Published : Jun 27, 2024, 9:43 PM IST

Sarat Patnaik responds: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଡ଼ୁଆ ବଢ଼ିଛି । ତାଙ୍କ ବିରୋଧରେ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ତେଜୁଛି ଇସ୍ତଫା ସ୍ବର । ଏହାକୁ ନେଇ ମୁହଁ ଖୋଲିଛନ୍ତି ଶରତ । କଣ କହିଛନ୍ତି ସେ । ପଢନ୍ତୁ ପୁରା ଖବର ।

ମୁହଁ ଖୋଲିଲେ ଶରତ
ମୁହଁ ଖୋଲିଲେ ଶରତ (ETV Bharat Odisha)

ଭୁବନେଶ୍ବର: ଶରତଙ୍କ ବିରୋଧରେ ଦଳରେ କୁହୁଳୁଛି ଅସନ୍ତୋଷ । ଚଳିତ ନିର୍ବାଚନରେ କଂଗ୍ରେସ ଦଳର ପ୍ରଦର୍ଶନକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ମୁହଁ ଖୋଲିଛନ୍ତି ଶରତ । ଏପରିକି ତାଙ୍କ ନେତୃତ୍ବରେ ରାଜ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିଥିବା ସଫା ସଫା ଶୁଣାଇଛନ୍ତି । ଏଥିସହ ରାଜ୍ୟରେ ସରକାର ଗଠନ କରିପାରିନଥିବାରୁ ନିଜକୁ ଦାୟୀ କରିଛନ୍ତି ।

ମୁହଁ ଖୋଲିଲେ ଶରତ (ETV Bharat Odisha)

ଶରତ କହିଛନ୍ତି, ‘ଗତ ଥର ଅପେକ୍ଷା ଚଳିତ ଥର କଂଗ୍ରେସ ଭଲ ପ୍ରଦର୍ଶନ କରିଛି । 25 ବର୍ଷ ହେବ କଂଗ୍ରେସ ବିଧାନସଭାରେ ଭଲ ପ୍ରଦର୍ଶନ କରିନାହିଁ । 24 ନିର୍ବାଚନରେ 14ଟି ସିଟ ପାଇଛି କଂଗ୍ରେସ । ବିଜେପିର ଯେଉଁ ସୁନାମି ଚାଲିଲା ରାଜ୍ୟରେ ସେଥିରେ 24 ବର୍ଷର ସରକାର ବିଜେଡି ମଧ୍ୟ ଗୋଟିଏ ସିଟ ଜିତି ପାରିଲା ନାହିଁ । ଏଥର ଆମେ କୋରାପୁଟରୁ ଦେଢଲକ୍ଷରୁ ଊର୍ଦ୍ଧ୍ବ ଭୋଟରେ ଜିତିଛୁ । କିନ୍ତୁ ଆମେ ରାଜ୍ୟରେ ସରକାର ଗଠନ କରିପାରିଲୁ ନାହିଁ । ଦଳର ଏପରି ପରାଜୟ ଏଥିପାଇଁ ମୁଁ ଦାୟୀ । ପୂର୍ବରୁ ମଧ୍ୟ ମୁଁ ସାମ୍ବାଦିକ ସମ୍ମିଳନୀ କରି କହିଛି । ଏଥିସହ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ମଧ୍ୟ ଜଣାଇଛି । AICCର ଆକାଉଣ୍ଟ ଦିଲ୍ଲୀରେ ସିଜ କରିଦେଲେ, ତଥାପି ପ୍ରାର୍ଥୀମାନେ ନିଜ ହାତରୁ ଖର୍ଚ୍ଚ କରି ନିର୍ବାଚନ ଲଢ଼ିଲେ । ସେଥିପାଇଁ ସମସ୍ତ କର୍ମୀଙ୍କୁ ଧନ୍ୟବାଦ।’

ଏହା ମଧ୍ୟ ପଢନ୍ତୁ: କଂଗ୍ରେସ ଭବନରେ ତାଲା; ବାହାରେ ଧାରଣାରେ ବସିଲେ, ପିସିସି ସଭାପତିଙ୍କ ଉପରେ ବର୍ଷିଲେ ଶ୍ରୀୟାସ୍ମିତା

ଚଳିତ ନିର୍ବାଚନରେ 9ରୁ 90 ସ୍ଲୋଗାନ ଦେଇଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଯେଉଁଥିରେ ଫେଲ ମାରିଥିଲା କଂଗ୍ରେସ । ନିଜେ ମଧ୍ୟ ନିର୍ବାଚନ ବୈତରଣୀ ପାର ହୋଇପାରିନଥିଲେ । ତାଙ୍କ ନେତୃତ୍ବରେ ସରକାରୀ ବିରୋଧ ହାୱାକୁ ନିଜ ସପକ୍ଷରେ ଆଣିବାରେ ବିଫଳ ହୋଇଥିଲେ ସେ । ଏଥିପାଇଁ ସେ ସଭାପତି ପଦରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ମହଲରେ ଦାବି ଜୋର ଧରିଛି । ଅନ୍ୟପଟେ ଗତ କିଛି ଦିନ ତଳେ କଂଗ୍ରେସ ଭବନରେ ତାଙ୍କ ଉପରେ କାଳିମାଡ ହେବା ଓ ଜଣେ କଂଗ୍ରେସ ନେତ୍ରୀ ଅନଶନ କରିବାକୁ ନେଇ ରାଜନୀତି ସରଗରମ ରହିଛି । ନୈତିକତା ଆଧାରରେ ପିସିସି ସଭାପତି ଇସ୍ତଫା ଦିଅନ୍ତୁ ବୋଲି ଦଳ ଭିତରୁ ଶୁଭିଲାଣି ପ୍ରତିବାଦର ସ୍ବର । ଏଭଳି ସବୁ ଚର୍ଚ୍ଚା ଭିତରେ ମୁହଁ ଖୋଲି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି ପିସିସି ସଭାପତି ।

ଏହା ମଧ୍ୟ ପଢନ୍ତୁ: ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ: ସୁର

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.