ETV Bharat / politics

ମୋଦିଙ୍କ ସମାଲୋଚନାର ନବୀନଙ୍କ ଦୃଢ଼ ଜବାବ; ‘ମୋର କଣ ମନେ ଅଛି ନାହିଁ ଓଡିଶାବାସୀ ଭଲ ଭାବେ ଜାଣିଛନ୍ତି’ - cm naveen patnaik targets pm modi

author img

By ETV Bharat Odisha Team

Published : May 11, 2024, 11:03 PM IST

CM NAVEEN PATNAIK TARGETS PM MODI: ପ୍ରଧାନମନ୍ତ୍ରୀ ମୋଦି କଡ଼ା ଜବାବ ଦେଲେ ନବୀନ । କହିଲେ ମୋର କ'ଣ ମନେ ଅଛି ନା ନାହିଁ ଓଡିଶାବାସୀ 24 ବର୍ଷ ହେଲା ଭଲ ଭାବରେ ଜାଣିଛନ୍ତି । ଅଧିକ ପଢନ୍ତୁ

ନରେନ୍ଦ୍ରଙ୍କ ସମାଲୋଚନାର ନବୀନଙ୍କ ଦୃଢ଼ ଜବାବ; ଓଡିଶାବାସୀଙ୍କ ହୃଦୟ ଜିତିପାରିବ ନାହିଁ ବିଜେପି
ନରେନ୍ଦ୍ରଙ୍କ ସମାଲୋଚନାର ନବୀନଙ୍କ ଦୃଢ଼ ଜବାବ; ଓଡିଶାବାସୀଙ୍କ ହୃଦୟ ଜିତିପାରିବ ନାହିଁ ବିଜେପି (ETV Bharat Odisha)

ଭୁବନେଶ୍ବର: ଓଡ଼ିଆ ଭାଷାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାର ଅବହେଳା କରିଛନ୍ତି । ସଂସ୍କୃତ ଭାଷାକୁ ହଜାରେ କୋଟି ମିଳିଥିବା ବେଳେ ଓଡ଼ିଆ ଭାଷାକୁ ମିଳିଛି ଶୂନ୍ୟ । ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଦୁଇଥର ପ୍ରସ୍ତାବ ପଠାଇଥିଲେ ବି ପ୍ରଧାନମନ୍ତ୍ରୀ ଏହାକୁ ରିଜେକ୍ଟ କରିଛନ୍ତି । କୋଇଲା ରୟାଲଟି ପରିବର୍ତ୍ତନ, ଦରବୃଦ୍ଧି ନିୟନ୍ତ୍ରଣ, ନିଯୁକ୍ତି, ଇଣ୍ଟରନେଟ ସଂଯୋଗ, ଜିଏସଟି ଛାଡ଼ ପ୍ରତିଶ୍ରୁତି ଦେଇ ମଧ୍ୟ ଭୁଲି ଯାଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପ୍ରଧାନମନ୍ତ୍ରୀଙ୍କ ସିଧା ଆକ୍ରମଣ ପରେ ପାଲଟା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଶାସିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଯାହାର ଜୋରଦାର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି,"ମୋର କ'ଣ ମନେ ଅଛି ନା ନାହିଁ ଓଡିଶାବାସୀ 24 ବର୍ଷ ହେଲା ଭଲ ଭାବରେ ଜାଣିଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣ ଓଡିଶାକୁ କେତେ ମନେ ରଖିଛନ୍ତି ? ଓଡ଼ିଆ ଭାଷା କ୍ଲାସିକାଲ ଭାଷା ହେଲା ପରେ ବି ଆପଣ ଓଡ଼ିଆ ଭାଷାକୁ ଭୁଲିଗଲେ । ସଂସ୍କୃତକୁ ହଜାରେ କୋଟି ଓ ଓଡ଼ିଆ ଭାଷାକୁ ଶୂନ୍ୟ । ଓଡିଶୀ ସଙ୍ଗୀତକୁ ମଧ୍ୟ ଭୁଲିଗଲେ । ମୁଁ ଓଡିଶୀ ସଙ୍ଗୀତକୁ କ୍ଲାସିକାଲ ମାନ୍ୟତା ପାଇଁ ଦୁଇଥର ପ୍ରସ୍ତାବ ପଠାଇଛି । ଆପଣ ଦୁଇ ଥର ରିଜେକ୍ଟ କଲେ ।"

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାରେ ବହୁ ବୀର ପୁତ୍ର ଅଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ନାଁ ଆପଣ ଆଜି କାର୍ଯ୍ୟକ୍ରମରେ କହିଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ କେହି ଜଣେ ଭାରତରତ୍ନ ପାଇଁ ଠିକ ଲାଗିଲେ ନାହିଁ ? ଆପଣ ଭାରତରତ୍ନ ବାଣ୍ଟିଲା ବେଳେ ଓଡିଶାର ବୀର ପୁତ୍ର ବିଜୁ ପଟ୍ଟନାୟକଙ୍କୁ ବି ଭୁଲି ଗଲେ । ଆପଣ ଚାଷୀ ମାନଙ୍କ ପାଇଁ ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ଦୁଇ ଗୁଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆପଣ ତାକୁ ବି ଭୁଲିଗଲେ । ଓଡିଶା ଲୋକଙ୍କୁ ମନେ ରଖି କୋଷ୍ଟଲ ହାଇୱେ କରିବାର ଥିଲା । ସେଇଟା ବି ଭୁଲଗଲେ । ଓଡ଼ିଶାର ସମ୍ପଦ କୋଇଲା । କୋଇଲା ଆପଣ ନେଉଛନ୍ତି । କୋଇଲା ରୟାଲିଟି ବଢିବା ପାଇଁ 10 ବର୍ଷ ହେଲା ଆମେ ଦାବି କରୁଛୁ । ଆପଣ ଭୁଲି ଗଲେ ।

ଏହା ମଧ୍ୟ ପଢନ୍ତୁ.....ଫୁଲବାଣୀରେ ଗର୍ଜିଲେ ମୋଦି: ରତ୍ନଭଣ୍ଡାର ଚାବି ହଜିବାଠୁ..ନବୀନଙ୍କୁ ଜିଲ୍ଲା ନାମ ଲେଖିବାକୁ ଦେଲେ ଆହ୍ବାନ - PM MODI TARGET BJD GOVT

ପ୍ରଧାନମନ୍ତ୍ରୀ କେବଳ ନିର୍ବାଚନ ସମୟରେ ଓଡିଶାକୁ ମନେ ପକାଇଲେ କିଛି ଲାଭ ନାହିଁ । 2014 ଓ 2019ରେ ଆପଣ ଦେଇଥିବା ପ୍ରତିଶ୍ରୁତିକୁ ମନେ ରଖିଛନ୍ତି କି ? ଆପଣ ପ୍ରତିଶ୍ରୁତି ଦେଇଥିବା ଦରବୃଦ୍ଧି ନିୟନ୍ତ୍ରଣ, 2 କୋଟି ନିଯୁକ୍ତି, ପେଟ୍ରୋଲିୟମ ଦ୍ରବ୍ୟ ଦର କମେଇବା, ଇଣ୍ଟରନେଟ ସଂଯୋଗ ବୃଦ୍ଧି, ଜିଏସଟି ଛାଡ଼ କରିବା କଥା ଓଡିଶା ବାସୀ ମନେ ରଖିଛନ୍ତି । ଜୁନ 10ରେ ନୁହେଁ ଆସନ୍ତା 10 ବର୍ଷରେ ମଧ୍ୟ ବିଜେପି ଓଡିଶା ବାସୀଙ୍କ ହୃଦୟ ଜିତିପାରିବ ନାହିଁ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଓଡିଶା ବାସୀଙ୍କ ଭଲ ପାଇବା ବିଜୁ ଜନତା ଦଳ ଷଷ୍ଠ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.