ETV Bharat / politics

6 ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ ମୋହର; ସୁଭଦ୍ରା ଯୋଜନାରେ ସଂଶୋଧନ, କୃଷକଙ୍କ ହିତ ପାଇଁ 'ସମୃଦ୍ଧ କୃଷକ ଯୋଜନା'

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ । ୬ଟି ବିଭାଗର ୬ଟି ପ୍ରସ୍ତାବରେ ମୋହର ବାଜିଛି ।

Odisha cabinet decision
Odisha cabinet decision (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୬ଟି ବିଭାଗର ୬ଟି ପ୍ରସ୍ତାବରେ ମୋହର ବାଜିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ବାଣିଜ୍ୟ ଓ ପରିବହନର ୧ଟି, ଅର୍ଥର ୧ଟି, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣର ୧ଟି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗର ୧ଟି ଓ ମହିଳା ଓ ଶିଶୁ ବିକାଶ ବିଭାଗର ୧ଟି ପ୍ରସ୍ତାବ ପାରିତ ହୋଇଛି ।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ସୁଭଦ୍ରା ଯୋଜନାରେ କିଛି ସଂଶୋଧନ ହୋଇଛି । ସୁଭଦ୍ରା ଯୋଜନାରେ ୧ କୋଟି ୨ ଲକ୍ଷ ପଞ୍ଜିକରଣ ହୋଇଛି । ଯୋଜନାରେ ବର୍ତ୍ତମାନ ୬୦ ଲକ୍ଷ ଲୋକ ଅର୍ଥ ପାଇଛନ୍ତି । ୨ ଲକ୍ଷ ୬୭ ହଜାର ଆବେଦନ ରିଜେକ୍ଟ ହୋଇଛି । ବିଭିନ୍ନ କାରଣରୁ ଏହା ରିଜେକ୍ଟ ହୋଇଛି । ଏହାକୁ ଆଉଥରେ ପରୀକ୍ଷା ନିରୀକ୍ଷା କରାଯିବା । ଓଡିଶାର ବିଭିନ୍ନ ସ୍ଥାନରେ ବିମାନ ସେବା ଲାଗି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେହିପରି ଜିଏସଟି ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

Odisha cabinet decision (ETV Bharat Odisha)

କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା-

  • ସୁଭଦ୍ରା ଯୋଜନାରେ ସଂଶୋଧନ ପାଇଁ ନିଷ୍ପତ୍ତି
  • ସୁଭଦ୍ରାରେ ୧ କୋଟି ୨ ଲକ୍ଷ ପଞ୍ଜୀକରଣ ହୋଇଛି
  • ୨.୬୭ ଲକ୍ଷ ସୁଭଦ୍ରା ଆବେଦନ ଖାରଜ
  • ଖାରଜ ଆବେଦନକାରୀଙ୍କ କଥା ବିଚାର ହେବ

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, "ଓଡିଶା ଜିଏସଟି ଆକ୍ଟରେ ସଂଶୋଧନ ହୋଇଛି । ଜିଏସଟିରେ ୩୪ଟି ବିଷୟରେ ସଂଶୋଧନ କରାଯାଇଛି । ବିଶେଷ କରଦାତା ଉପକୃତ ହେବେ । କେନ୍ଦ୍ର ସରକାରଙ୍କ ଜିଏସଟି ଆଇନରେ ସଂଶୋଧନ ହୋଇସାରିଛି । କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ । ଏ ନେଇ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୪ ହଜାରରୁ ଉର୍ଦ୍ଧ୍ବ ଧାନ କ୍ରୟ କେନ୍ଦ୍ର ଖୋଲାଯିବ । ଚାଷୀମାନେ ଉପକୃତ ହେବେ । କଟଣୀ ଚଟଣୀ ନହେବ ନଜର ରଖିଯିବ । ଜଣେ ଜଣେ ଅଫିସର ପ୍ରତି ମଣ୍ଡିରେ ରହିବେ । ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଟଙ୍କା ମିଳିବ । ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଓଡିଶା ସହ ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ସେବା ସଂଯୋଗ ଲାଗି ପ୍ରକ୍ରିୟା ଚାଲିଛି । ବିମାନ ସଂଯୋଗ ପାଇଁ ଉଡାଣ ଯୋଜନା ଏବଂ ଓଡ଼ିଶା ସରକାରଙ୍କ ଯୋଜନା ମାଧ୍ୟମରେ ବିଭିନ୍ନ ନୂଆ ନୂଆ ଜାଗାକୁ ଯୋଡିବା ପାଇଁ ରିହାତି ନୀତି ଅନୁମୋଦନ ହୋଇଛି । ସୁଭଦ୍ରା ଯୋଜନାରେ ୧ କୋଟି ଉପରେ ପଞ୍ଜୀକରଣ ହୋଇଛି । ୬୦ ଲକ୍ଷ ଉପରେ ହିତାଧିକାରୀ ଟଙ୍କା ପାଇଛନ୍ତି । ୨ ଲକ୍ଷ ୭୦ ହଜାର ନାକଚ ହୋଇଛି । କାହିଁକି କଟିଲା ସେଗୁଡିକୁ ଯାଞ୍ଚ କରାଯିବ ।"

ଏହା ବି ପଢନ୍ତୁ- କ୍ୟାବିନେଟ ବୈଠକ, କାମଧେନୁ ଯୋଜନା ସମେତ ୭ ପ୍ରସ୍ତାବ ଉପରେ ବାଜିଲା ମୋହର - Cabinet Meeting

ଏହା ବି ପଢନ୍ତୁ- ବସିଲା କ୍ୟାବିନେଟ ବୈଠକ; ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର - Odisha Cabinet Meeting

'ସମୃଦ୍ଧ କୃଷକ ଯୋଜନା'-
କୃଷକଙ୍କ ହିତ ପାଇଁ ରାଜ୍ୟରେ 'ସମୃଦ୍ଧ କୃଷକ ଯୋଜନା' ନାମରେ ଏକ କୃଷକ କଲ୍ୟାଣ ଯୋଜନା କାର୍ଯ୍ଯକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ପଞ୍ଜିକୃତ କୃଷକମାନଙ୍କ ଠାରୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କ୍ରୟ କରାଯିବ। ରାଜ୍ୟରେ ମୋଟ ୪ହଜାରରୁ ଅଧିକ ଧାନ କ୍ରୟ କେନ୍ଦ୍ର ଖୋଲାଯିବା ସହ ପ୍ରତି ମଣ୍ଡିରେ ଜଣେ ଅଫିସର ସ୍ଥିତି ଯାଞ୍ଚ ପାଇଁ ନିୟୋଜିତ ହେବେ। ପଞ୍ଜିକୃତ କୃଷକଙ୍କୁ ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଟଙ୍କା ପ୍ରଦାନ କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.