ETV Bharat / politics

ନିମାପଡ଼ାରେ ଶକ୍ତିଶାଳୀ ହେଲା ବିଜେଡି, ଶଙ୍ଖ ଫୁଙ୍କିଲେ ବିଜେପି-କଂଗ୍ରେସ କର୍ମୀ - BJD joining program

author img

By ETV Bharat Odisha Team

Published : May 29, 2024, 4:00 PM IST

Odisha Assembly Election 2024: ନିମାପଡାରେ ବଢିଲା ବିଜେଡିର ବଳ । ବିଜୁ ଜନତା ଦଳରେ ମିଶିଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ଅଧିକ ପଢନ୍ତୁ

ନିମାପଡ଼ାରେ ବିଜେଡିରେ ମିଶିଲେ ଶତାଧିକ ବିଜେପି-କଂଗ୍ରେସ କର୍ମୀ
ନିମାପଡ଼ାରେ ବିଜେଡିରେ ମିଶିଲେ ଶତାଧିକ ବିଜେପି-କଂଗ୍ରେସ କର୍ମୀ (ETV Bharat Odisha)

ନିମାପଡ଼ା: ରାଜ୍ୟରେ ଜାରି ରହିଛି ନିର୍ବାଚନ । ଏହା ମଧ୍ୟରେ ନେତା ଓ କର୍ମୀମାନଙ୍କ ଦଳ ଡିଆଁ ପର୍ବ ମଧ୍ୟ ଜୋର୍ ଧରିଛି । ଏହି କ୍ରମରେ ନିମାପଡ଼ାରେ ବିଜେଡିରେ ମିଶିଛନ୍ତି ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ଫଳରେ ନିମାପଡାକୁ ନେଇ ଚିନ୍ତାରେ ଥିବା ଶଙ୍ଖ ଦଳର ବଳ ବଢିଛି । ''ନିମାପଡାରେ ବିଜେଡ଼ି ମଜବୁତ ହେବାରେ ଲାଗିଛି । ପ୍ରତିଦିନ ବିଜେପି, କଂଗ୍ରେସ ଛାଡି ଶହ ଶହ କର୍ମୀ ବିଜେଡି ସହ ଯୋଡି ହେଉଛନ୍ତି । ବିରୋଧୀ ଯେଉଁ ସମୀକରଣ କରୁଥିଲେ ତାହା ଭୁଲ୍ ପ୍ରମାଣିତ ହେବାକୁ ଯାଉଛି । ଆମେ ପୂର୍ବାପେକ୍ଷା ବିପୁଳ ଭୋଟରେ ବିଜୟୀ ହେବୁ'' ବୋଲି ଦୃଢୋକ୍ତି କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ଯୁବନେତା ସୁବ୍ରତ ଛାଟୋଇ ।

ନିମାପଡ଼ାର ସ୍ଥାନୀୟ ଏକ ମଣ୍ଡପଠାରେ ବିଜେଡ଼ିର ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେଡି ରାଜ୍ୟ ସମ୍ପାଦିକା କସ୍ତୁରୀବାଳା ସାହୁଙ୍କ ନେତୃତ୍ୱରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ବିଭିନ୍ନ ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡ଼ିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ତାଙ୍କର ସ୍ୱଚ୍ଛ ଶାସନକୁ ପସନ୍ଦ କରି ବହୁ ସଂଖ୍ୟାରେ କର୍ମୀ ବିରୋଧୀ ଦଳ ଛାଡି ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ବିଜୁ ଜନତା ଦଳ ସଂଗଠିତ ହୋଇ ମଜବୁତ ହେବ ଏବଂ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ।

ଏହା ମଧ୍ୟ ପଢନ୍ତୁ: ପାଣ୍ଡିଆନଙ୍କ ବେତନଟୀରେ ନିର୍ବାଚନୀ ପ୍ରଚାର, ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା - BJD Campaign In Mayurbhanj

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ‘କଥା କମ୍, କାମ ଅଧିକା’ ଉକ୍ତିକୁ ପାଥେୟ କରି ତାଙ୍କର ଆଶୀର୍ବାଦ ଏବଂ ନିମାପଡ଼ା ନେତୃତ୍ୱଙ୍କୁ ସମ୍ମାନ ଜଣାଇ କର୍ମୀମାନେ ଦଳ ଛାଡି ବିଜେଡ଼ିରେ ଯୋଗ ଦେଇଛନ୍ତି । ବିଜେଡ଼ି ନିମାପଡ଼ାରେ ବହୁ ଭୋଟ ବ୍ୟବଧାନରେ ବିଜୟ ଲାଭ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡି ପର୍ଯ୍ୟବେକ୍ଷକ । ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ ଚଳିତ ସାଧାରଣ ନିର୍ବାଚନରେ ବହୁ ଭୋଟ ବ୍ୟବଧାନରେ ଜିତିବେ ବୋଲି ଦୃଢୋକ୍ତି କରିଛନ୍ତି ।

ପୂର୍ବତନ ମନ୍ତ୍ରୀ ସମୀର ଦାଶ ବିଜେପିରେ ସାମିଲ ହେବା ପରେ ଏବେ ବିଜେଡି ପାଇଁ ଚିନ୍ତା ହୋଇଛି ନିମାପଡା ଆସନ । ଆସନ୍ତା ଜୁନ ୧ ତାରିଖରେ ଏହି ବିଧାନସଭା ଆସନରେ ମତଦାନ ହେବାକୁ ଥିବାବେଳେ ବିଜେଡି ଜୋରଦାର ପ୍ରଚାର କରି ନିଜ ଗଡ଼ ବଞ୍ଚାଇବା ଚେଷ୍ଟାରେ ରହିଛନ୍ତି । ଏଥିପାଇଁ ବିଜେଡି ପ୍ରାର୍ଥୀ ପ୍ରତ୍ୟେକ ପଞ୍ଚାୟତରେ ଘରକୁ ଘର ଯାଇ ନବୀନଙ୍କ ବିକାଶର ବାର୍ତ୍ତା ବାଣ୍ଟିବା ସହିତ ଭୋଟ ଭିକ୍ଷା କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.