ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବସିବ ଆମ ଆଦମୀ ପାର୍ଟିର ବୈଠକ । ଏଥିପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଆପ୍ ପ୍ରଭାରୀ । 3 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଦିଲ୍ଲୀ ମନ୍ତ୍ରୀ ତଥା ଆପ୍ ନେତା ସୌରଭ ଭରଦ୍ବାଜ ଏବଂ ରାଜ୍ୟ ପ୍ରଭାରୀ ବିରେନ୍ଦର ସିଂ କାଡିଆନ । ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଏହି ଦୁଇ ନେତା । ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସୌରଭ ଭରଦ୍ବାଜ ଏବଂ ରାଜ୍ୟ ପ୍ରଭାରୀ ବିରେନ୍ଦର ସିଂ କାଡିଆନ ପହଞ୍ଚିବା ପରେ ବିପୁଳ ଭାବରେ ସ୍ଵାଗତ ଜଣାଇଛନ୍ତି ଆପ କର୍ମକର୍ତ୍ତା । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆଦମୀ ପାର୍ଟି (ଆପ୍) ମଧ୍ୟ ନିଜର ଦଳକୁ ମଜବୁତ କରିବା ଆରମ୍ଭ କରିଛି ।
ନିର୍ବାଚନ ପୂର୍ବରୁ ରାଜ୍ୟ ପ୍ରଭାରୀ ବିରେନ୍ଦର ସିଂ କାଡିଆନଙ୍କ ତିନି ଦିବସୀୟ ଓଡ଼ିଶା ଗସ୍ତରେ ରହିଛନ୍ତି । ତେବେ ରାଜ୍ୟ ପ୍ରଭାରୀ ବିରେନ୍ଦର ସିଂ କାଡିଆନ କହିଛନ୍ତି , "ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ଦୁହିଁଙ୍କ ମଧ୍ୟରେ ମେଣ୍ଟ ହେବାକୁ ଯାଉଛି। ଏହି ରାଜ୍ୟ ମଧ୍ୟରେ ଯେଉଁ ରାଜନୈତିକ ବାତାବରଣ ରହିଛି ସେଥିପାଇଁ ବହୁତ୍ କିଛି ବଦଳିବ। ଯେଉଁମାନେ ଦଳକୁ ନେଇ ବିଦ୍ରୋହୀ ରହିଛନ୍ତି ସେମାନଙ୍କ ମନୋଭାବ କିପରି ରହିଛି, ରାଜ୍ୟର ରାଜନୀତି ଉପରେ ଆଲୋଚନା କରାଯିବ । ନିର୍ବାଚନ ପାଖେଇ ଆସୁଥିବାବେଲେ ସେହି ଅନୁସାରେ ବିଜେପି ସମସ୍ତ ଦଳ ସହିତ ମେଣ୍ଟ କରିବା ଆରମ୍ଭ କରୁଛି ।"
ଏହା ମଧ୍ୟ ପଢନ୍ତୁ...ଦିଲ୍ଲୀ ଗଲେ ପାଣ୍ଡିଆନ- ବବି ଦାସ, ଛିଡିବ ସିଟ ସେୟାରିଂ ଅଙ୍କ !
ସୂଚନା ଅନୁଯାୟୀ, ରାଜ୍ୟରେ ବିଜେଡି- ବିଜେପି ମେଣ୍ଟ ନେଇ ଭୁବନେଶ୍ବରରୁ ଦିଲ୍ଲୀ ପର୍ଯ୍ୟନ୍ତ ଘନଘନ ଆଲୋଚନା ଚାଲିଛି । ଏପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଧାରଣ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀରେ ଅଛନ୍ତି । ଗତକାଲି (ଗୁରୁବାର) ବିଜେଡି ନେତା ତଥା ୫T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏବଂ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇ ଆଲୋଚନା ମଧ୍ୟ କରିଛନ୍ତି । ଏହି ଦୁଇ ବିଜେଡି ନେତା ବିଜେପିର କେନ୍ଦ୍ରୀୟ ନେତାଙ୍କୁ ଭେଟି ମେଣ୍ଟ ନେଇ ଆସନ ଭାଗବଣ୍ଟା ସ୍ପଷ୍ଟ କରିବା ପାଇଁ ଦିଲ୍ଲୀ ଯାଇଥିବା ଚର୍ଚ୍ଚା ଜୋର ଦରିଚି। ରାଜ୍ୟ ବିଜେପି ନେତାମାନେ ମଧ୍ୟ ଦିଲ୍ଲୀରେ ଡେରା ପକାଇଛନ୍ତି । ମେଣ୍ଟ ଚୂଡାନ୍ତ ହେବା ନେଇ ଏହି ଦୁଇ ବିଜେଡି ନେତାଙ୍କ ଗସ୍ତକୁ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି । କୌଣସି ମୁହୂର୍ତ୍ତରେ ମେଣ୍ଟ ନେଇ ଆନୁଷ୍ଠାନିକ ଘୋଷଣା ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର