ETV Bharat / politics

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ! ମନା କଲେ ମନମୋହନ, ରାଜ୍ୟରେ ଏକାକୀ ଲଢିବ ବିଜେପି - BJP To Fight Alone

BJD-BJP Alliance: ରାଜ୍ୟରେ ମେଣ୍ଟ ଚର୍ଚ୍ଚାରେ ପଡିବ କି ପୂର୍ଣ୍ଣଚ୍ଛେଦ ? ଦିଲ୍ଲୀରୁ ଫେରିବା ପରେ କ'ଣ ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଜାଣନ୍ତୁ ।

BJD BJP Alliance
BJD BJP Alliance
author img

By ETV Bharat Odisha Team

Published : Mar 8, 2024, 8:31 PM IST

Updated : Mar 8, 2024, 8:46 PM IST

BJD BJP Alliance

ଭୁବନେଶ୍ବର: ରାଜ୍ୟରେ ମେଣ୍ଟ କଥାକୁ ଖଣ୍ଡନ କଲେ ମନମୋହନ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିଛନ୍ତି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ମନମୋହନଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହାକୁ ମନ ଗଢା କାହାଣୀ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ମନମୋହନ କହିଛନ୍ତି, "ରାଜ୍ୟରେ ବିଜେପି ଏକାକୀ ବିଜେପି ଲଢ଼ିବ ଓ ସରକାର ଗଢିବ ଏଥିରେ କୌଣସି ଦ୍ୱିମତ ନାହିଁ । ଚର୍ଚ୍ଚା ଆଲୋଚନା ଚାଲିଛି ହେଲେ ଏଥିରେ କୌଣସି ସ୍ପଷ୍ଟତା ନାହିଁ।"

ସେ ଆହୁରି ମଧ୍ୟ କହିଛନ୍ତି, "ନିର୍ବାଚନ ପ୍ରସ୍ତୁତିକୁ ନେଇ ଦିଲ୍ଲୀରେ ଶୀର୍ଷ ନେତୃବୃନ୍ଦଙ୍କ ସହ ଆଲୋଚନା ପାଇଁ ଯାଇଥିଲୁ । ନିର୍ବାଚନ ପ୍ରସ୍ତୁତି ସହ ଅନ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି। ଶୀର୍ଷ ନେତୃବୃନ୍ଦମାନେ ଦିଲ୍ଲୀରେ ଓଡ଼ିଶାରେ ମେଣ୍ଟ ସରକାର ନେଇ କୌଣସି ଆଲୋଚନା କି ଚର୍ଚ୍ଚା କରିନାହାନ୍ତି । ମୁଁ ଆଗରୁ ମଧ୍ୟ ଏ ବିଷୟରେ ସ୍ପଷ୍ଟ କରିଛି । ଦିଲ୍ଲୀରେ ଓଡ଼ିଶାରେ ଓ କେନ୍ଦ୍ରରେ କିଭଳି ବିଜେପି ସରକାର ଗଢିବ କେବଳ ସେହି ସମ୍ବନ୍ଧରେ ଆଲୋଚନା ହୋଇଛି । ଏଣୁ ମେଣ୍ଟକୁ ନେଇ କୌଣସି ସମ୍ଭାବନା ନାହିଁ । ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଢିବ । ମେଣ୍ଟକୁ ନେଇ ମନଗଢା କାହାଣୀ କୁହାଯାଉଛି ।"

ଏହା ମଧ୍ୟ ପଢନ୍ତୁ...ଲୋକସଭା ନିର୍ବାଚନ: ଫର୍ମୁଲା ରିପିଟ୍ କରିବ ବିଜେଡି, 'ଏକ ତୃତୀୟାଂଶ ମହିଳାଙ୍କୁ ଟିକେଟ୍ ଦିଆଯିବ'

ଏହା ମଧ୍ୟ ପଢନ୍ତୁ...ଆସିଲା କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୱାୟନାଡରୁ ପୁଣି ଲଢିବେ ରାହୁଲ

ସେପଟେ ମେଣ୍ଟକୁ ସମର୍ଥନ କରୁଛନ୍ତି ନା ନାହିଁ ପ୍ରଶ୍ନର ଉତ୍ତର ରଖି ରାଜ୍ୟ ବିଜେପି ସଭାପତି କହିଛନ୍ତି, "ଯେଉଁ ବିଷୟରେ ଆଲୋଚନା ହିଁ ହୋଇନି ମୁଁ ବିରୋଧ କରିବା କଥା ଆସିବ କେଉଁଠୁ । ମୁଁ କାହିଁକି ବିରୋଧ କରିବି ? କେବଳ ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ହେଉଥିବା ମୁଁ ଶୁଣିବାକୁ ପାଇଛି । ଓଡ଼ିଶାରେ ମେଣ୍ଟ ହେଉନାହିଁ । ରାଜ୍ୟ ନେତୃବୃନ୍ଦ କେନ୍ଦ୍ରର ଶୀର୍ଷ ନେତୃବୃନ୍ଦଙ୍କ ସହ କେବଳ ଓଡ଼ିଶାରେ ବିଜେପି ସରକାର ଗଢିବାର ଓ ନିର୍ବାଚନ ଲଢ଼ିବାର ଆଲୋଚନା କରିଛନ୍ତି ।" ଓଡ଼ିଶା ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି। ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି । ତେବେ କିଛିଦିନ ହେବ ଏହି ମେଣ୍ଟକୁ ନେଇ ଘନ ଘନ ବୈଠକ ଚାଲିଛି । ହେଲେ ଏଯାଏଁ କୌଣସି ଘୋଷଣା ହୋଇପାରିନଥିବାବେଳେ ମେଣ୍ଟ କଥାକୁ ଖଣ୍ଡନ କରିଛନ୍ତି ରାଜ୍ୟ ବିଜେପି ସଭାପତି।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 8, 2024, 8:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.