ETV Bharat / politics

ବିଜେଡି ଯୁବ ବାହିନୀ ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ - Congress Targets BJD

author img

By ETV Bharat Odisha Team

Published : Apr 19, 2024, 7:32 AM IST

Updated : Apr 19, 2024, 2:49 PM IST

Congress Targets BJD: ନିଆଳରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ବିଜେଡି ଯୁବ ବାହିନୀଙ୍କୁ କାଠଗଡାକୁ ଟାଣିବା ସହିତ ଆଇନର ପାଠ ପଢାଇଛି କଂଗ୍ରେସ । ଅଧିକ ପଢନ୍ତୁ

Congress Targets BJD
Congress Targets BJD
Congress Targets BJD

ନିଆଳି: କଂଗ୍ରେସ ଓ ବିଜେଡି ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ବିଜେଡି ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ ଏବଂ ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକଙ୍କ କାନରେ କଥୋପକଥନକୁ ନେଇ ଚର୍ଚ୍ଚା ଏବେ ବି ଥମିନି । ପୁଣି ଆଉ ଥରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କଂଗ୍ରେସ ବିଜେଡି ଯୁବ ବାହିନୀଙ୍କୁ କାଠଗଡାକୁ ଟାଣିବା ସହିତ ଆଇନର ପାଠ ପଢାଇଛି । ସୂଚନା ଅନୁସାରେ, ଗତ କିଛି ଦିନ ତଳେ କଟକ ଜିଲ୍ଲା ନିଆଳି ବ୍ଳକ ମଝିଖଣ୍ତ ବସ୍ତିରେ ଏକ ଧାର୍ମିକ ସଭାର ଆୟୋଜନ ହୋଇଥିଲା । ନିଆଳି ବିଧାୟକ ତଥା ବିଜେଡି ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ ଏବଂ ଗୋବିନ୍ଦପୁର ବିଧାୟକ ତଥା କଂଗ୍ରେସ ନେତା କାନରେ କଥୋପକଥନ କରିଥିଲେ ।

ଏହି ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ଗତ ୧୩ ତାରିଖ ଦିନ ପିସିସି ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା ସଫେଇ ଦେଇଥିଲେ । ଶଶିକାନ୍ତଙ୍କ କହିବା କଥା, "କଂଗ୍ରେସର ପୂର୍ବତନ ପ୍ରାର୍ଥୀ ଆର୍ତ୍ତତ୍ରାଣ ମଲ୍ଲିକଙ୍କ ପୁଅ ଜ୍ୟୋତି ରଞ୍ଜନ ମଲ୍ଲିକ ଏଠାରେ ପ୍ରାର୍ଥୀ ହୋଇଛନ୍ତି । ତେଣୁ ବିଜେପିକୁ ହରାଇ ଏଥର କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ କହିଥିଲେ ପ୍ରମୋଦ । ଏହାସହ ବିଜେଡିର ନିଆଳିରେ ବିଭିନ୍ନ ଅନ୍ୟାୟ ଦୁର୍ନୀତି ଅଛି, ଯେଉଁ ଭ୍ରଷ୍ଟାଚାର ଓ ପିସି କାରବାର ଅଛି ଆମକୁ କେହି ଭୋଟ ଦେବେ ନାହିଁ ବୋଲି ନିଆଳି ବିଧାୟକ କହିଛନ୍ତି ।"

ଏନେଇ ନିଆଳି ବ୍ଲକ ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ସ୍ବାଇଁ ଗତ ୧୫ ତାରିଖ ଦିନ ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲେ । ପିସିସି ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କାଙ୍କୁ ମିଛୁଆ ବୋଲି କହିବା ସହିତ ମେଡିକାଲରେ ଚିକିତ୍ସା ହେବାକୁ ପରାମର୍ଶ ଦେଇଥିଲେ । ପ୍ରମୋଦ କୁମାର ମଲ୍ଲିକ ଏକ ଧାର୍ମିକ ସଭାରେ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାକୁ କଂଗ୍ରେସ ରାଜନୈତିକ ରଙ୍ଗ ଦେଇ ନିଆଳିବାସୀଙ୍କୁ ବିଭ୍ରାନ୍ତି କରୁଛି ବୋଲି କହିଥିଲେ ବିଷ୍ଣୁ ଚରଣ ସ୍ବାଇଁ । ଠିକ ୨ ଦିନ ପରେ କଂଗ୍ରେସ ପିସିସି ସାଧାରଣ ସମ୍ପାଦକ ପୁନଶ୍ଚ ଆଉ ଏକ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ବିଜେଡି ଯୁବ ବାହିନୀ ସଭାପତିଙ୍କୁ କାଠଗଡାକୁ ଟାଣିଛନ୍ତି ।

ଏହା ବି ପଢନ୍ତୁ...ଦୁଇ ବରିଷ୍ଠ ନେତାଙ୍କ କଥାବାର୍ତ୍ତା ଭିଡିଓ ନେଇ କଂଗ୍ରେସ ଓ ବିଜେଡି ମଧ୍ୟରେ ବୟାନବାଜି - NIALI ASSEMBLY CONSTITUENCY

ଶଶିକାନ୍ତ କହିଛନ୍ତି, "ବିଷ୍ଣୁ ଚରଣ ସ୍ବାଇଁ ନିଆଳି ଯୁବ ବାହିନୀ ସଭାପତି ଦାୟିତ୍ଵରେ ଥିବା ସମୟରେ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟଙ୍କୁ ଟଙ୍କା ଆସିଛି । ପରବର୍ତ୍ତୀ ସମୟରେ ଜିଲ୍ଲା ଅଡିଟରେ ଧରାପଡିଛି, ଶାସନରେ ଥିବାରୁ ଏହାକୁ ଚପାଇ ଦିଆଯାଇଛି । ଏହାର ତଥ୍ୟ ପ୍ରମାଣ ସହିତ କଂଗ୍ରେସ ପକ୍ଷରୁ ଯୁବ ବାହିନୀ ନାଁରେ ନିଆଳି ଓ କଣ୍ଟାପଡ଼ା ବ୍ଲକରେ ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ ହୋଇଛି । କଂଗ୍ରେସ ପକ୍ଷରୁ ଖୁବଶୀଘ୍ର ଆଇନର ଆଶ୍ରୟ ନିଆଯିବ ।" ସେହିପରି ନିଆଳି ବ୍ଳକ ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ସ୍ବାଇଁ ଶଶିକାନ୍ତଙ୍କୁ ପାଗଳ ଓ ମିଛୁଆ କହିଥିବାରୁ ସେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ନିଆଳି

Last Updated : Apr 19, 2024, 2:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.