ETV Bharat / politics

ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ - New CM and Deputy CM of Odisha

author img

By ETV Bharat Odisha Team

Published : Jun 11, 2024, 9:10 PM IST

New CM and Deputy CM of Odisha, Congratulations pour in social media: ପୂର୍ଣ୍ଣଚ୍ଛେଦ ପଡିଛି କିଏ ହେବ ମୁଖ୍ୟମନ୍ତ୍ରୀ ଆଲୋଚନାରେ । ରାଜ୍ୟର ଆଦିବାସୀ ନେତା ତଥା ବିଧାୟକ ମୋହନ ଚରଣ ମାଝୀ ବନିବାକୁ ଯାଉଛନ୍ତି ରାଜ୍ୟର ନୂଆ ମୁଖିଆ । ଏନେଇ ସୋସିଆଲ ମିଡିଆରେ ଅନେକ ବରିଷ୍ଠ ନେତା ଜଣାଇଛନ୍ତି ଶୁଭେଚ୍ଛା । ଏହାସହିତ ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ 6 ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ର ତଥା ନୂଆ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓଙ୍କୁ ମଧ୍ୟ ଛୁଟିଛି ଶୁଭେଚ୍ଛା ସୁଅ । ଅଧିକ ପଢନ୍ତୁ

New CM and Deputy CM of Odisha
New CM and Deputy CM of Odisha (ETV Bharat Odisha)

ଭୁବନେଶ୍ବର: ବହୁ ପ୍ରତୀକ୍ଷା ପରେ ବରିଷ୍ଠ ବିଜେପି ବିଧାୟକ ମୋହନ ଚରଣ ମାଝୀ ହେବାକୁ ଯାଉଛନ୍ତି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ବରିଷ୍ଠ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୁପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ହୋଇଛି ଘୋଷଣା । ଏହା ସହ ଆସନ୍ତାକାଲି କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏନେଇ ସୋସିଆଲ ମିଡିଆ ଏକସ୍‌ରେ ଛୁଟିଛି ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ଲେଖିଛନ୍ତି, "ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ପାଇଁ ଚୟନ ହୋଇଥିବା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କୁ ଶୁଭେଚ୍ଛା । ଆଜି ଜଣେ ଓଡ଼ିଆ ପୁଅ ହିଁ ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଆଦିବାସୀଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିବା ବେଳେ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବା ସ୍ବାଗତଯୋଗ୍ୟ । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହୋଇଥିବା କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ଆପଣ ମାନଙ୍କ ନେତୃତ୍ବରେ ‘ବିକଶିତ ଓଡ଼ିଶା’ ଗଠନ ହେବା ସହ ସାଢେ ୪ କୋଟି ଓଡ଼ିଆଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ । ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ଆଗେଇ ନେବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । ଆଜିର ନିଷ୍ପତ୍ତି ପାଇଁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, ବିଜେପିର ଶୀର୍ଷ ନେତୃତ୍ବ ଏବଂ ରାଜ୍ୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଉଛି ।"

ଲୋଇସିଂହା ବିଜେପି ବିଧାୟକ ଡ. ମୁକେଶ ମହାଲିଙ୍ଗ ଲେଖିଛନ୍ତି, " ବିଜେପି ବିଧାୟକ ଦଳର ନେତା ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ଆପଣଙ୍କ ନେତୃତ୍ବରେ ଓଡ଼ିଶାର ସ୍ବର୍ଣ୍ଣିମ ଯୁଗ ଆରମ୍ଭ ହେବ ।"

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲେଖିଛନ୍ତି, "ବିଜେପି ବିଧାୟକ ଦଳ ବୈଠକରେ ମନୋନୀତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ପ୍ରଭାତୀ ପରିଡ଼ା ଓ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ ଦିଗରେ ନୂଆ ନେତୃତ୍ଵ କାର୍ଯ୍ୟ କରିବେ ବୋଲି ମୋର ଆଶା ।"

ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ଲେଖିଛନ୍ତି, " ନୂଆ ଓଡିଶାର ନୂଆ ବିନ୍ଧାଣି...1980 ମସିହାରେ ବିଜେପି ପ୍ରତିଷ୍ଠାର ଦୀର୍ଘ 44 ବର୍ଷ ପରେ ପ୍ରଥମ କରି ଓଡିଶାରେ ନିରଙ୍କୁଶ ଭାବେ ଏକାକୀ ସରକାର ଗଠନ କରିଛି... ଯାହାର ନେତୃତ୍ବ ନେଲେ ନୂତନ ମୁଖ୍ୟମନ୍ତ୍ରୀ ଖାଣ୍ଟି ଓଡ଼ିଆ ପୁଅ ଶ୍ରୀଯୁକ୍ତ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡା । "

ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ଲେଖିଛନ୍ତି , "ଓଡିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମୋହନ ମାଝୀ ଓ ଶ୍ରୀ କେଭି ସିଂ ଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ ପାଇଁ ଅଭିନନ୍ଦନ । ଏହା ଓଡିଶା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଷ୍ଟୋନ ହେବ । ମୋର ବିଶ୍ବାସ ଅଛି ଯେ ସେମାନଙ୍କର ନେତୃତ୍ବରେ ରାଜ୍ୟର ଉତ୍ତରୋତ୍ତର ଉନ୍ନତି ଓ ପ୍ରଗତି ହେବ । ଏବଳି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ସେମାନଙ୍କୁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ।"

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ," ବିଜେପି ବିଧାୟକ ଦଳ ବୈଠକରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ମୋର ବନ୍ଧୁ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଚୟନ ହୋଇଥିବା କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତି ପ୍ରଭାତି ପରିଡ଼ାଙ୍କୁ ଅଶେଷ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ଆପଣମାନଙ୍କ ନେତୃତ୍ବରେ ରାଜ୍ୟ ବିକାଶର ନୂଆ ଶିଖର ଛୁଇଁବ ବୋଲି ମୋର ବିଶ୍ବାସ ।"

କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଲେଖିଛନ୍ତି, "ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ପାଇଁ ଶ୍ରୀ ମୋହନ ଚରଣ ମାଝୀ ସର୍ବସମ୍ମତିକ୍ରମେ ଚୟନ ହୋଇଥିବାରୁ ତାଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସରକାରରେ ଆଦିବାସୀଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିବା ବେଳେ ଶ୍ରୀ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ ।"

କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡା ଲେଖିଛନ୍ତି, " ଓଡ଼ିଶା ଭାରତୀୟ ଜନତା ପାର୍ଟି ବିଧାୟକ ଦଳ ନେତା ତଥା ନୂତନ ମୁଖ୍ୟମନ୍ତ୍ରୀ ରୂପେ ମନୋନୀତ ହୋଇଥିବା ମୋହନ ଚରଣ ମାଝୀ ଏବଂ ଉପ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିବା କନକ ବର୍ଦ୍ଦନ ସିଂ ଦେଓ ଏବଂ ପ୍ରଭାତୀ ପରିଡାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଡ଼ବଲ ଇଞ୍ଜିନ ସରକାର ଓଡ଼ିଶାର ସାମଗ୍ରିକ ବିକାଶ ଏବଂ ଓଡ଼ିଆ ଅସ୍ମିତା ପାଇଁ କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ । ଜୟ ଜଗନ୍ନାଥ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.