ETV Bharat / politics

ମୟୂରଭଞ୍ଜ ଲୋକସଭା ଆସନରେ ବିଗ୍ ଫାଇଟ, ସୁଦାମ ନା ନବ କାହାକୁ ଭରସା କରିବେ ଜନତା ? - Lok Sabha Election 2024 - LOK SABHA ELECTION 2024

Mayurbhanj Lok Sabha constituency: ମୟୂରଭଞ୍ଜ ଲୋକସଭା ଆସନରେ ଏଥର ବିଜେପି ଓ ବିଜେଡି ମଧ୍ୟରେ ହେବ ଜୋରଦାର ଟକ୍କର । କାହାକୁ ଭରସା କରିବେ ଜନତା ? କାହା ଖାତାକୁ ଯିବ ଲୋକସଭା ଆସନ ? ଦେଖନ୍ତୁ ଆମର ଏହି ରିପୋର୍ଟ

Mayurbhanj Lok Sabha constituency
Mayurbhanj Lok Sabha constituency
author img

By ETV Bharat Odisha Team

Published : Apr 12, 2024, 4:08 PM IST

ମୟୂରଭଞ୍ଜ ଲୋକସଭା ଆସନରେ ବିଗ୍ ଫାଇଟ

ରାଇରଙ୍ଗପୁର : ବାଜି ସାରିଛି ନିର୍ବାଚନୀ ବିଗୁଲ। ପାଖଉଛି ନିର୍ବାଚନ ତାରିଖ । ସରଗରମ ପ୍ରଚାର ମଇଦାନ । ନିର୍ବାଚନୀ ବୈତରଣୀ ପାର ହେବାକୁ ସହରର ଗଳି ,ଗନ୍ଦି ସବୁଠି ଚାଲିଛି ନିର୍ବାଚନୀ ପ୍ରଚାର । ଭୋଟ ହାତେଇବାକୁ କସରତ ଚଳାଇଛନ୍ତି ପ୍ରାର୍ଥୀ । ଏଥର ମୟୂରଭଞ୍ଜ ଲୋକସଭା ସଂରକ୍ଷିତ ଆସନରେ ଫାଇଟ ହେବ ଟାଇଟ । ବିଜେଡି ଓ ବିଜେପି ମଧ୍ୟରେ ହେବ ଜୋରଦାର ଟକ୍କର । ମୟୂରଭଞ୍ଜ ଲୋକସଭା ଆସନ ପାଇଁ ବିଜେଡ଼ିରୁ ସୁଦାମ ମାରାଣ୍ଡି ପ୍ରାର୍ଥୀ ହୋଇଥିବା ବେଳେ ନବ ଚରଣ ମାଝୀଙ୍କୁ ଟିକେଟ ଦେଇଛି ବିଜେପି । ଉଭୟ ଦଳ ସହିତ ଉଭୟ ପ୍ରାର୍ଥୀ ମଧ୍ୟ ନିର୍ବାଚନ ରଣାଙ୍ଗନରେ ବେଶ ଧୁରନ୍ଧର ।

ଏଥର ମୟୂରଭଞ୍ଜ ଲୋକସଭା (ସଂରକ୍ଷିତ) ସଂସଦୀୟ କ୍ଷେତ୍ରରେ ହେବ ଦୁଇ ହେଭିୱେଟ୍ ନେତାଙ୍କ ମହା ସଂଗ୍ରାମ। ଜଣେ ହେଉଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ ଓ ଅନ୍ୟଜଣେ ବିଜେଡ଼ି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି । ମୟୂରଭଞ୍ଜ ଜିଲ୍ଲାରେ ଦୁହିଁଙ୍କ ବେଶ୍ ଲୋକପ୍ରିୟତା ରହିଛି। ଦୁହେଁ ହେଭିୱେଟ୍ ନେତା ଭାବେ ମଧ୍ୟ ବେଶ ପରିଚିତ। ଉଭୟ ବିଜେପି ଓ ବିଜେଡ଼ି ଦଳର ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଜିଲ୍ଲାରେ ନିର୍ବାଚନୀ ଉଷ୍ମତା ଜୋର ଧରିଛି। ଦୁଇ ପ୍ରମୁଖ ଦଳ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ସୃଷ୍ଟି ହୋଇଛି।

5ଥର ବିଧାୟକ ଓ ଥରେ ସାଂସଦ ହୋଇଛନ୍ତି ସୁଦାମ ମାରାଣ୍ଡି: ମନ୍ତ୍ରୀ ତଥା ହେଭିୱେଟ ନେତା ସୁଦାମ ମାରାଣ୍ଡି ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର ଘରେ ଘରେ ବେଶ ପରିଚିତ। ଆଦିବାସୀ ନେତା ଭାବେ ଜିଲ୍ଲା ବ୍ୟାପି ତାଙ୍କର ସୃଦୁଢ଼ ସଙ୍ଗଠନ ରହିଛି। ସୁଦାମ ମାରାଣ୍ଡିଙ୍କ ଛାତ୍ର ଜୀବନରୁ ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା। ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ଭାବେ ୧୯୯୦-୯୫ ପର୍ଯ୍ୟନ୍ତ ପ୍ରଥମ ବିଧାୟକ ହୋଇ ବିଧାନସଭାରେ ପାଦ ଥାପିଥିଲେ। ଏଥିପରେ ତତ୍କାଳୀନ କୁଳିଅଣା ନିର୍ବାଚନ ମଣ୍ଡଳୀରୁ ୧୯୯୫-୨୦୦୦ ଏବଂ ୨୦୦୦-୦୪ପର୍ଯ୍ୟନ୍ତ ଦୁଇ ଥର ବିଧାୟକ ରହିଥିଲେ। ଜେଏମଏମ ଦଳରୁ ୨୦୦୪-୦୯ ପର୍ଯ୍ୟନ୍ତ ମୟୁରଭଞ୍ଜ ଲୋକସଭା ସାଂସଦ ରହିଥିଲେ। ଏଥିପରେ ସେ ବିଜେଡିରେ ଯୋଗଦାନ କରି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ୨୦୧୪-୧୯ ଏବଂ ୨୦୧୯-୨୪ ପର୍ଯ୍ୟନ୍ତ ଦୁଇ ଥର ବିଧାୟକ ହୋଇଥିଲେ। ବିଧାୟକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ କ୍ରୀଡା ଓ ଯୁବ ବ୍ୟାପାର, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମଣ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଭାର ଗ୍ରହଣ କରି କାର୍ଯ୍ୟ ନିର୍ବାହ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଲୋକସଭା ନିର୍ବାଚନ ଲଢିବା ପାଇଁ ଟିକେଟ୍ ପ୍ରଦାନ ସହ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି। ସେଥିପାଇଁ ସୁଦାମ ଙ୍କୁ ଜିଲ୍ଲାବ୍ୟାପି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରେ ମହାଲଢେଇ; ମୈଦାନରେ ଦୁଇ ହେଭିୱେଟ, ସହଜ ହେବନି ଧର୍ମେନ୍ଦ୍ର ଓ ବବିଙ୍କ ପାଇଁ ବିଜୟ - PRANAB VS DHARMENDRA

ପ୍ରଥମ ଥର ସାଂସଦ ଭାବେ ନିର୍ବାଚନ ଲଡିବେ ନବ: ସେହିପରି ରାଇରଙ୍ଗପୁର ର ଭଦ୍ର, ନମ୍ର ଓ ଲୋକପ୍ରିୟ ତଥା ହେଭିୱେଟ୍ ନେତା ନବ ଚରଣ ମାଝି ଗତ ୨୦୧୯ ବିଧାନସଭା ନିର୍ବାଚନ ରେ ବିଜେଡ଼ି ପ୍ରାର୍ଥୀ ଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଜେପିରୁ ବିଧାୟକ ପାର୍ଥr ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୮ ମସିହାରୁ ୨୦୧୩ ମସିହାରେ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ହୋଇଥିଲେ। ନବ ଚରଣ ମାଝୀ ଛାତ୍ର ଜୀବନରୁ ରାଜନୀତି ପ୍ରତି ରୁଚି ଥିବାରୁ ପ୍ରଥମେ ଆଜସୁ ପାର୍ଟିରେ ଯୋଗ ଦେଇଥିଲେ। ରାଇରଙ୍ଗପୁର କଲେଜ ରେ ସେ ଆଜସୁ ପାର୍ଟି ର ଛାତ୍ର ନେତା ଥିଲେ। ତେବେ ୨୫ ବର୍ଷରୁ ଉର୍ଦ୍ଧ୍ବ ହେବ ସେ ଭାରତୀୟ ଜନତା ପାର୍ଟିରେ ଅଛନ୍ତି। ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ସଭାପତି ଥିବାବେଳେ ବର୍ତ୍ତମାନ ନବ ଚରଣ ମାଝୀ ବିଜେପି ରେ ରାଜ୍ୟ ମୁଖପାତ୍ର ଭାବେ ଦାୟିତ୍ଵ ତୁଲାଉଛନ୍ତି। ତେଣୁ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ନବ ଚରଣ ଙ୍କ ବେଶ ଦବଦବା ରହିଛି। ଏଥି ପରେ ୨୦୨୪ ରେ ବିଜେପି ଦଳ ପକ୍ଷରୁ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି ନବ ଚରଣ ମାଝୀ। ବିଜେପି ପକ୍ଷରୁ ତାଙ୍କ ନାମ ଘୋଷଣା ହେବା ପରେ ଦଳୀୟ କର୍ମୀମାନଙ୍କ ଗହଣରେ ଜିଲ୍ଲାର ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା ଜାରି ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ହୋଇଥିବାରୁ ମୟୂରଭଞ୍ଜ ଜିଲ୍ଲା ଲୋକସଭା ଆସନ ହାତେଇବା ନେଇ ବିଜେପିର ଦୃଷ୍ଟି ରହିଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ରୁ ବିଶେଶ୍ୱର ଟୁଡୁ ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ହୋଇ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ର ଦେବାଶିଷ ମାରାଣ୍ଡି ଙ୍କୁ ୨୫୨୫୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ। ସେହି କ୍ରମରେ ଚଳିତ ଥର ମଧ୍ୟ ମୋଦି ଲହର ହିଁ ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚନ ବୈତରଣୀ ପାରି ହେବାରେ ସହଯୋଗ କରିବ ବୋଲି ସାଧାରଣରେ ଆଲୋଚନା ହେଉଛି।

2019 ଲୋକସଭା ନିର୍ବାଚନ ଫଳାଫଳ
ଦଳପ୍ରାର୍ଥୀଫଳାଫଳ
ବିଜେପିବିଶେଶ୍ବର ଟୁଡୁ4,83,812
ବିଜେଡିଦେବାଶିଷ ମାରାଣ୍ଡି 4,58,556
ଜେଏମଏମଅଞ୍ଜାନି ସୋରେନ1,35,552

2019ରେ ବିଜେଡିକୁ ହରାଇଥିଲା ବିଜେପି: ଗତ ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନରେ ବିଜେଡ଼ିର ସାଂସଦ ପ୍ରାର୍ଥୀ ବିଜେପିର ସାଂସଦ ପ୍ରାର୍ଥୀ ଙ୍କ ଠାରୁ ପରାଜୟ ହୋଇଥିଲେ। ବର୍ତ୍ତମାନ ମୟୂରଭଞ୍ଜର ସାଂସଦ ରହିଛନ୍ତି ବିଜେପିର ବିଶେଶ୍ବର ଟୁଡୁ । 2019 ଲୋକସବା ନିର୍ବାଚନରେ 4 ଲକ୍ଷ 83 ହଜାର 812 ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେଡି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି 4 ଲକ୍ଷ 58 ହଜାର 556 ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ଜେଏମଏମର ଅଞ୍ଜାନି ସୋରେନ 1 ଲକ୍ଷ 35 ହଜାର 552 ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

ପ୍ରଚାରରେ କମ୍ପୁଛି ମୟୂରଭଞ୍ଜ: ରାଜନୀତି ମଇଦାନରେ ଟକ୍କର ଦେବାକୁ ଥ‌ିବା ଦୁଇ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଦଳୀୟ ରଣନୀତି ଆରମ୍ଭ ହୋଇଛି । ଭାଜପା ପକ୍ଷରୁ ରାଇରଙ୍ଗପୁର ବିଧାୟକ ନବଚରଣ ମାଝି ଓ ବିଜେଡି ପକ୍ଷରୁ ବାଙ୍ଗରିପୋଷି ବିଧାୟକ ସୁଦାମ ମାରାଣ୍ଡିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା ପରେ ଏବେ ପଞ୍ଚାୟତ ସ୍ତରରୁ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ ରହିଛନ୍ତି ଦୁଇ ହେଭିୱେଟ। କାରଣ ମୟୁରଭଞ୍ଜ ଜିଲ୍ଲାରେ ବାଙ୍ଗିରିପୋଷି ବିଧାୟକ ତଥା ମନ୍ତ୍ରୀ ଭାବରେ ସୁଦାମଙ୍କ ଲୋକପ୍ରିୟତା ବେଶୀ ରହିଥିବା ବେଳେ ରାଇରଙ୍ଗପୁର ବିଧାୟକ ତଥା ବିଜେପି ର ରାଜ୍ୟ ମୁଖପାତ୍ର ଭାବରେ ନବ ଚରଣଙ୍କ ଲୋକପ୍ରିୟତା ମଧ୍ୟ ସାରା ଜିଲ୍ଲାରେ ରହିଛି ।

ଗୋଟିଏ ପଟେ ମୋଦି ଲହର ତ ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ଏଥର ମୟୂରଭଞ୍ଜ ରାଜନୀତି ରେ ଟକ୍କରର ଲଢେଇ ହେବ। ସୁଦାମ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ପ୍ରଚାର କରୁଥିବା ବେଳେ ନବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ବାର୍ତ୍ତାକୁ ନେଇ ପ୍ରଚାର କରୁଛନ୍ତି। ତେଣୁ ଚଳିତ ନିର୍ବାଚନ ବେଶ ରୋମାଞ୍ଚକ ହେବ ବୋଲି ଆଶା କରା ଯାଉଥିବା ବେଳେ ବହୁତ କମ୍ ଭୋଟ ବ୍ୟବଧାନରେ ହାର ଜିତ ହେବ ବୋଲି ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଓ ବରିଷ୍ଠ ଆଇନଜୀବୀ ମତବ୍ୟକ୍ତ କରିଛନ୍ତି। ବିଜେପି ଓ ବିଜେଡ଼ି ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ହେବ ନିର୍ବାଚନୀ ମହାସଂଗ୍ରାମ, ଏଥିରେ ସନ୍ଦେହ ନାହିଁ। ତେବେ ଆଗକୁ ଜନତା ଜନାର୍ଦ୍ଦନ କାହା ସପକ୍ଷରେ ନିଜର ଅମୂଲ୍ୟ ମତଦାନ ସାବ୍ୟସ୍ତ କରି ବିଜୟ ମୁକୁଟ ପିନ୍ଧାଇବେ ତାହାକୁ ହିଁ ଅପେକ୍ଷା।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.