ETV Bharat / politics

ଚତୁର୍ଥ ପର୍ଯ୍ୟାୟରେ କଂଗ୍ରେସ ସହ ବିଜେଡିର ଲଢେଇ ହେବ: ତାରା ବାହିନୀପତି - Congress Reaction Over 4th Phase - CONGRESS REACTION OVER 4TH PHASE

Congress Reaction Over 4th Phase: ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । କଂଗ୍ରେସ-ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ

LOKSABHA ELECTION 2024
LOKSABHA ELECTION 2024 (ETV Bharat Odisha)
author img

By ETV Bharat Odisha Team

Published : May 31, 2024, 8:30 PM IST

ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟରେ କଂଗ୍ରେସ-ବିଜେଡି ମଧ୍ୟରେ ଲଢେଇ ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଚାର ମାଧ୍ୟମରେ ଭୋଟରମାନଙ୍କ ସମର୍ଥନ ସାଉଣ୍ଟିବାକୁ ସରିଛି ପ୍ରାଣମୂର୍ଚ୍ଛା ଉଦ୍ୟମ । ଗତ ତିନି ପର୍ଯ୍ୟାୟ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟରେ କଂଗ୍ରେସ ଉତ୍ସାହଜନକ ପ୍ରଦର୍ଶନ କରିବ ବୋଲି ଦଳ ଦମ୍ଭୋକ୍ତି ଦେଖାଇଛି । ଶେଷ ନିର୍ବାଚନ ମତଦାନ ପୂର୍ବରୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି,"ବିଜେଡି ଏବଂ କଂଗ୍ରେସ ମଧ୍ୟରେ ନିର୍ବାଚନର ଶେଷ ଲଢେଇ ହେବ । ଏହି ଲଢେଇରେ କଂଗ୍ରେସ 50 ଭାଗ ସିଟ୍ ନିଶ୍ଚିନ୍ତ ନେବ । ମୁଖ୍ୟତଃ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ 80 ଭାଗ ସିଟରେ କଂଗ୍ରେସ ଦଳ ବିଜୟୀ ହେବ । ବିଜେଡି ଏବଂ ବିଜେପିର ଅହଙ୍କାରର ଜବାବ ଜନତା ନିଶ୍ଚିନ୍ତ ଦେବେ ।"

LOKSABHA ELECTION 2024 (ETV Bharat Odisha)

"ପ୍ରଧାନମନ୍ତ୍ରୀ ଯେଉଁଭଳି ଭାଷଣ ଦେଉଛନ୍ତି ଗାଁ ସରପଞ୍ଚ ମଧ୍ୟ ଏଭଳି ଭାଷଣ ଦେବେନାହିଁ । ସେହିଭଳି ରାଜ୍ୟରେ ମଧ୍ୟ 25 ବର୍ଷ ମଧ୍ୟରେ ବିଜେପି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଗୋଟିଏ ଥର ବି ବିରୋଧ କରିନାହାନ୍ତି । କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା କଥା ବିଜେଡି କହୁଥିଲା । କିନ୍ତୁ ବିଜେପି ସରକାରବେଳେ ଏ ସମ୍ପର୍କରେ କୌଣସି ସ୍ୱର ଉତ୍ତୋଳନ ହେଉନାହିଁ । ଏହାର ଅର୍ଥ ଉଭୟ ସରକାର ମିଶିକି ରହିଛନ୍ତି । ରାଜ୍ୟରେ ବିଜେଡି ବିରୋଧରେ ଜନମତ ହୋଇସାରିଛି । ସେହିଭଳି କଂଗ୍ରେସ ସପକ୍ଷରେ ଏକ ବିରାଟ ଜନମତ ଆସିସାରିଛି । ବିଜେପି କହୁଥିଲା 120 ମିଶନରେ ରାଜ୍ୟରେ ସରକାର କରିବ । ହେଲେ ରାଜ୍ୟରେ କେତେ ସିଟରେ ବିଜେପି ବିଜୟୀ ହେଲା ତାହା ସମସ୍ତେ ଜାଣିଛନ୍ତି" ବୋଲି କହିଛନ୍ତି ତାରା ବାହିନୀପତି ।

ଆସନ୍ତାକାଲି 6 ଲୋକସଭାମଣ୍ଡଳୀର 42ଟି ବିଧାନସଭା କ୍ଷେତ୍ରରେ ହେବ ନିର୍ବାଚନ । ପାଖାପାଖି 1 କୋଟି ଭୋଟର ନିଜର ମତଦାନ ସାବ୍ୟସ୍ତ କରିବାକୁ ଯାଉଛନ୍ତି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା , ଯାଜପୁର ଏବଂ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ହେବ ମତଦାନ । 2019ରେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବିଜେପି କ୍ଲିନ ସୁଇପ କରିଥିଲା । କେବଳ ମୋରଡ଼ାରେ ବିଜେଡିର ରାଜୁ ଦାସ ଜିତିଥିଲେ । ସେହିପରି ବାଲେଶ୍ୱରରେ ପ୍ରତାପ ଷଡଙ୍ଗୀ ବିଜେପି ସାଂସଦ ଭାବେ ଜିତି ବାଲେଶ୍ୱରରେ ଗୋଟିଏ ସିଟରେ ଜିତିଥିଲା। ଭଦ୍ରକରେ ବିଜେଡି ସାଂସଦ ଭାବେ ମଞ୍ଜୁଳତା ମଣ୍ଡଳ ବାଜିମାତ କରିଥିଲେ ।

ଏହା ବି ପଢନ୍ତୁ...କାହାର ହେବ ଉତ୍ତର-ଉପକୂଳ : 2019ରେ 4-2 ଥିଲେ ବିଜେଡି-ବିଜେପି, ଏଥର ହେବ କି ଫଟୋ ଫିନିସ୍ ? - LAST PHASE ELECTION IN ODISHA

ସବୁ ବିଧାନସଭାରେ ବିଜେଡି ଜିତିଥିବାବେଳେ ଧାମନଗର ଆସନଟି ବିଜେପି ହାତକୁ ଯାଇଥିଲା । କେନ୍ଦ୍ରାପଡ଼ାରେ ଅନୁଭବ ମହାନ୍ତି ବିଜେଡିରୁ ଜିତି ସଂସଦକୁ ଯାଇଥିଲେ । କେନ୍ଦ୍ରାପଡ଼ାରେ ବିଜେପି ଖାତା ଖୋଲି ପାରିନଥିଲା । ଯାଜପୁରରେ ଶର୍ମିଷ୍ଠା ସେଠୀ ସାଂସଦ ଭାବେ ଜିତିଥିଲେ । ସେହିପରି ଜଗତସିଂହପୁରରେ ମଧ୍ୟ ରାଜଶ୍ରୀ ମଲ୍ଲିକ ସାଂସଦ ଭାବେ ଜିତିଥିଲେ । ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସବୁ ସିଟ ବିଜେଡି ଖାତାକୁ ଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.