ETV Bharat / politics

542 ଆସନରେ ଆସିଲା ଟ୍ରେଣ୍ଡ: ସଂଖ୍ୟା ଗରିଷ୍ଠତା ଅତିକ୍ରମ କଲା NDA, ବିଭିନ୍ନ ସ୍ଥାନରେ କର୍ମୀଙ୍କ ସେଲିବ୍ରେସନ - BJP led NDA alliance

author img

By ETV Bharat Odisha Team

Published : Jun 4, 2024, 12:01 PM IST

Lok Sabha Election results 2024: କେନ୍ଦ୍ର ସହ ଓଡିଶା ଓ ଆନ୍ଧ୍ରରେ ସଂଖ୍ୟା ବହୁମତ ଆଡକୁ ବଢୁଛି ବିଜେପି । କେନ୍ଦ୍ରରେ ‘ଏନଡିଏ’ର ହ୍ୟାଟ୍ରିକ, ଓଡିଶାରେ ଅପ୍ରତ୍ୟାଶିତ ଫଳାଫଳ ଓ ଆନ୍ଧ୍ରରେ ମଧ୍ୟ ଜଗନ ସରକାରର ବିଦାୟୀ ସଙ୍କେତ । ଅଧିକ ପଢନ୍ତୁ

ଆସିଲା ସମସ୍ତ 543 ଆସନରେ ଆସିଲା ଟ୍ରେଣ୍ଡ, ସଂଖ୍ୟା ଗରିଷ୍ଠତା ଅତିକ୍ରମ କଲା NDA, ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ସେଲିବ୍ରେସନ
ଆସିଲା ସମସ୍ତ 543 ଆସନରେ ଆସିଲା ଟ୍ରେଣ୍ଡ, ସଂଖ୍ୟା ଗରିଷ୍ଠତା ଅତିକ୍ରମ କଲା NDA, ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ସେଲିବ୍ରେସନ (ETV Bharat Odisha)

ହାଇଦ୍ରାବାଦ: ଦେଶରେ ସାଧାରଣ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଆଜି ସକାଳୁ ଆରମ୍ଭ ହୋଇଥିବା ଗଣତିରେ ସମସ୍ତ 542 ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ସ୍ପଷ୍ଟ ହୋଇସାରିଛି । ଟ୍ରେଣ୍ଡ ଅନୁସାରେ, ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ସଂଖ୍ୟା ବହୁମତ ଅତିକ୍ରମ କରିସାରିଛି । ଏବେ ସୁଦ୍ଧା ‘ଏନଡିଏ’ 294 ଆସନରେ ଆଗରେ ରହିଛି । ବିଭିନ୍ନ ରାଜ୍ୟର ବିଭିନ୍ନ ଆସନରେ ବିଜେପି ଓ ସହଯୋଗୀ ଦଳର ପ୍ରାର୍ଥୀମାନେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ଠାରୁ ଆଗରେ ରହିଛନ୍ତି । କେନ୍ଦ୍ରରେ ସଂଖ୍ୟା ବହୁମତ ପାଇଁ 272 ଆସନ ଆବଶ୍ୟକ ଥିବା ବେଳେ ଏବେ ସୁଦ୍ଧା ‘ଏନଡିଏ’ ପ୍ରାୟ 3ଶହ ଆସନରେ ଆଗରେ ରହିଛି । ଯଦି ଟ୍ରେଣ୍ଡର ଏହି ଧାରା ଅପରାହ୍ନ ପର୍ଯ୍ୟନ୍ତ ଜାରି ରହେ, ତେବେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ତୃତୀୟ ଥର ସରକାର କରିବା ଏକପ୍ରକାର ସ୍ପଷ୍ଟ ହୋଇଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରୁ, ଲକ୍ଷ୍ନୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗାନ୍ଧୀନଗରରୁ ଅମିତ ଶାହ, ଆମେଠିରୁ ସ୍ମୃତି ଇରାନୀ, ଥିରଅନନ୍ତପୁରମରୁ ରାଜୀବ ଚନ୍ଦ୍ରଶେଖର, ନାଗପୁରରୁ ନୀତିନ ଗଡକରୀ, କର୍ଣ୍ଣାଟକ ଧରଓ୍ବାଡରୁ ପ୍ରହ୍ଲାଦ ଯୋଶୀ ଓ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଭଲ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ଆଗରେ ଚାଲିଛନ୍ତି । ଏକାଧିକ ହାଇ ପ୍ରୋଫାଇଲ ଆସନରେ ବିଜେପି ପ୍ରାର୍ଥୀଙ୍କ ସହ କଂଗ୍ରେସ ପ୍ରାର୍ଥୀଙ୍କ ଟକ୍କର ହେଉଛି ।

‘ଏନଡିଏ’ ଏଥର 4ଶହ ପାର କରି କେନ୍ଦ୍ରରେ ତୃତୀୟ ପାଳିର ସରକାର କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମେଣ୍ଟ ପ୍ରାୟ 3 ଶହ ଆସନ ନିକଟବର୍ତ୍ତୀ ସହ ଆଗରେ ରହିଛି । ବିଜେପି ଗୁୁଜୁରାଟରେ ଗୋଟିଏ ଆସନରେ ଅପ୍ରଦ୍ବନ୍ଦ୍ବୀ ଭାବେ ବିଜୟ ହାସଲ କରିଥିବାରୁ ଏବେ 542 ଆସନରେ ଭୋଟ ଗଣତି ହେଉଛି । ଦଳ ଦକ୍ଷିଣ-ରାଜ୍ୟ ତାମିଲନାଡୁ ଓ କେରଳରେ ମଧ୍ୟ ଖାତା ଖୋଲିବାର ସମ୍ଭବନା ରହିଛି ।

ଓଡିଶାରେ ପରିବର୍ତ୍ତନ:

ବିଜେପି ଆଶ୍ଚର୍ଯ୍ୟଜନକ ଭାବେ ଓଡିଶାରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତାଧୀନ ଦଳ ‘ବିଜେଡି’କୁ ପଛରେ ପକାଇ ସଂଖ୍ୟା ଗରିଷ୍ଠତା ଆଡକୁ ଅଗ୍ରସର ହେଉଛି । ଏବେ ସୁଦ୍ଧା ବିଜେପି ପ୍ରାୟ 70ରୁ ଅଧିକ ଆସନରେ ଆଗରେ ଚାଲିଛି । ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ 74 ଆସନ ଥିବା ବେଳେ ବିଜେଡି 50 ଆସନରେ ଆଗରେ ରହିଛି । ରାଜ୍ୟରେ ଲୋକସଭାରେ ମଧ୍ୟ ଦଳ 21 ଆସନରୁ 15 ଆସନରେ ଆଗରେ ରହି ବିଜେଡିକୁ ବହୁ ବ୍ୟବଧାନରେ ପଛରେ ଛାଡିଛି ।

ଆନ୍ଧ୍ର ପ୍ରଦେଶ:

ଆନ୍ଧ୍ରରେ ମଧ୍ୟ ଏଥର କ୍ଷମତା ପରିବର୍ତ୍ତନ ସଙ୍କେତ ଦେଇସାରିଲାଣି ଗଣତି ଟ୍ରେଣ୍ଡ । ରାଜ୍ୟରେ 275 ଆସନ ମଧ୍ୟରୁ ବିଜେପି ଓ ଟିଡିପି ମେଣ୍ଟ ବହୁମତ ଆଡକୁ ଅଗ୍ରସର ହେଉଛନ୍ତି । ଶାସନରେ ଥିବା ଜଗନ ରେଡ୍ଡୀଙ୍କ ଓ୍ବାଏସର- କଂଗ୍ରେସ ପଛରେ ରହିଛି । ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏଥର ଆନ୍ଧ୍ରରେ ପରିବର୍ତ୍ତନର ସଙ୍କେତ ଦେଇଥିଲେ । ଉଭୟ କେନ୍ଦ୍ର ଓ ଦୁଇ ରାଜ୍ୟ ଆନ୍ଧ୍ର ଓ ଓଡିଶାରେ ବିଜେପି ସଂଖ୍ୟା ଗରିଷ୍ଠତା ଆଡକୁ ଅଗ୍ରସର ହେବାରେ ଲାଗିଛି । ଦିଲ୍ଲୀରୁ ବିଭିନ୍ନ ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ବିଜେପି କର୍ମୀମାନେ ଉତ୍ସବ ପାଳନ କରିବାର ଆରମ୍ଭ କରିସାରିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.