ETV Bharat / politics

କିଏ ହେବ ମହାକାଳପଡ଼ା ମହାରାଜା ? ରିପିଟ୍‌ କରିବେ ଅତନୁ, ନା ଚେକ୍‌ ଦେବେ ବିରୋଧୀ ! - Mahakalpada Assembly Election 2024

Mahakalpada Assembly Election 2024: ଶେଷ ପର୍ଯ୍ୟାୟରେ ଭୋଟ ଦେବ ମହାକାଳପଡ଼ା । ବିଜେଡିରୁ ହ୍ୟାଟ୍ରିକ ବିଜୟ ପାଇବା ପରେ ୪ର୍ଥ ଥର ଗଡ଼ ହାତେଇବା ଲକ୍ଷ୍ୟରେ ଅତନୁ ସବ୍ୟସାଚୀ ନାୟକ । କଡ଼ ଟକ୍କର ଦେବାକୁ ତୟାର ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : May 29, 2024, 10:35 PM IST

Mahakalpada Assembly Election 2024
Mahakalpada Assembly Election 2024 (ETV Bharat Odisha)

କେନ୍ଦ୍ରାପଡ଼ା: ମହାକାଳପଡ଼ା ହେଉଛି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ । ମହାକାଳପଡ଼ା ବ୍ଲକର ୩୧ଟି ଓ ମାର୍ଶାଘାଇ ବ୍ଲକର ୧୭ ଟି ପଞ୍ଚାୟତ ତଥା ମୋଟ ୪୮ଟି ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନୀମଣ୍ଡଳୀ । ୨୦୦୯ ମସିହାରେ ସୀମା ପୁନଃ ନିର୍ଦ୍ଧାରଣ ପରେ ଏହା ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ହେବା ପରଠାରୁ ମହାକାଳପଡ଼ା ବିଜେଡି କବଜାରେ ରହିଆସିଛି । ସବୁଥର ଭଳି ଚଳିତ ଥର ମଧ୍ୟ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଏଠାରୁ ତିନି ଥର ବିଧାୟକ ରହିଆସିଛନ୍ତି ଅତନୁ ସବ୍ୟସାଚୀ ନାୟକ । ଅନ୍ୟପଟେ ଯୁବନେତା ଦୁର୍ଗାପ୍ରସନ୍ନ ନାୟକଙ୍କୁ ବିଜେପି ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ମଧ୍ୟ ନୂଆ ଚେହେରାକୁ ଭରଷା କରିଛି । ମହାକାଳପଡ଼ାରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଲୋକନାଥ ମହାରଥୀ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବିଧାନସଭା ଆସନରେ ଏଥର ହେବାକୁ ଯାଉଛି ପୁରୁଖା ବନାମ ନବାଗତ ଫାଇଟ୍ ।

BJD Candidate
BJD Candidate (ETV Bharat Odisha)

ଗଡ଼ ବଜାୟ ଲକ୍ଷ୍ୟରେ ବିଜେଡି: ମହାକାଳପଡ଼ା ଆସନରେ ବିଜେଡି ଟିକଟରୁ ଲଢି ଲଗାତାର ଜିତିବା ସହ ମନ୍ତ୍ରୀ ମଧ୍ୟ ରହିଆସିଛନ୍ତି ଅତନୁ ସବ୍ୟସାଚୀ ନାୟକ । ଏପରିକି ନିର୍ବାଚନ ପରିଚାଳନାରେ ମଧ୍ୟ ଅତନୁ ସବ୍ୟସାଚୀଙ୍କର ବେଶ ଅଭିଜ୍ଞତା ରହିଛି । ୨୦୦୪ ମସିହାରେ ପାଟକୁରାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଅତନୁ ସବ୍ୟସାଚୀ ନାୟକ ଗତ ୩ଟି ସାଧାରଣ ନିର୍ବାଚନରେ ମହାକାଳପଡ଼ାରୁ ନିର୍ବାଚିତ ହୋଇଛନ୍ତି । ଏଥର ମଧ୍ୟ ସେ ଗଡ଼ ବଜାୟ ରଖିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ ନିଜେ କରିଥିବା ବିକାଶମୂଳକ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଏବଂ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କ ପାଖକୁ ଯିବେ ଏବଂ ପୂର୍ବାପେକ୍ଷା ଅଧିକ ମାର୍ଜିନରେ ଜିତିବେ ବୋଲି କହିଛନ୍ତି ।

BJP Candidate
BJP Candidate (ETV Bharat Odisha)

ପରିବର୍ତ୍ତନ ଆଶାରେ ବିଜେପି: ଏଠାରେ ଅତନୁଙ୍କ ବିପକ୍ଷରେ ବିଜେପି ଯୁବ ନେତା ତଥା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ପୂର୍ବତନ ଉପସଭାପତି ଦୁର୍ଗାପ୍ରସନ୍ନ ନାୟକଙ୍କୁ ମଇଦାନକୁ ଓହ୍ଲାଇଛି । ଦୁର୍ଗାଙ୍କ ଦାଦା ଗନ୍ଧର୍ବ ନାୟକ ୨୦୦୯ରେ ମହାକାଳପଡାରୁ ବିଜେପି ଟିକଟରେ ଅତନୁଙ୍କ ବିରୋଧରେ ଲଢି ପରାଜିତ ହୋଇଥିଲେ । ଏଥର ଦାଦାଙ୍କ ପରିବର୍ତ୍ତେ ପୁତୁରାଙ୍କ ଉପରେ ବିଜେପି ଦଳ ଭରସା କରିଛି । ଜଣେ ସୁସଂଗଠକ ଭାବେ ଦୁର୍ଗାଙ୍କର ମଧ୍ୟ ବେଶ ପରିଚୟ ରହିଛି । ତେବେ ସେ ମୋଦି ଗ୍ୟାରେଣ୍ଟି ଓ ବିଜେଡି ପ୍ରାର୍ଥୀଙ୍କ ବିଫଳତା ନେଇ ମୈଦାନକୁ ଯିବେ ଓ ନିଶ୍ଚୟ ଜିତିବେ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ।

Congress Candidate
Congress Candidate (ETV Bharat Odisha)

ମୁଦ୍ଦାକୁ ନେଇ ନିର୍ବାଚନ ଲଢ଼ୁଛି କଂଗ୍ରେସ: ମହାକାଳପଡ଼ାରେ ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ । ଏଠାରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଲୋକନାଥ ମହାରଥୀ । ସେ ପ୍ରଥମ ଥର ପ୍ରତ୍ୟେକ୍ଷ ନିର୍ବାଚନକୁ ଓହ୍ଲାଇଛନ୍ତି । ପୂର୍ବରୁ ସେ ରାଜ୍ୟ ଯୁବ କଂଗ୍ରେସ ସଭାପତି ମଧ୍ୟ ରହି ସାରିଛନ୍ତି । ତେବେ ଏଥର ସେ ମହାକାଳପଡ଼ାବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଲଢ଼ୁଥିବା କହିଛନ୍ତି । ଲେକଙ୍କ ସମସ୍ୟାକୁ ନେଇ ନିର୍ବାଚନ ଲଢ଼ିବା ସହଜ ବୋଲି ସେ କହିଛନ୍ତି । ତେବେ ତ୍ରିମୁଖୀ ଲଢ଼େଇରେ ଲୋକେ କଂଗ୍ରେସକୁ ଭରସା କରିବେ ବୋଲି କହିଛନ୍ତି ଲୋକନାଥ ।

ପୁରୁଖା ବନାମ ନବାଗତ: ଏହି ତିନି ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କର ରାଜନୈତିକ ଅଭିଜ୍ଞତା ରହିଛି । ବିଜେପିର ଦୁର୍ଗା ପ୍ରସନ୍ନ ଏବଂ କଂଗ୍ରେସର ଲୋକନାଥ ମହାରଥୀ ହେଉଛନ୍ତି ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ଚେହେରା । ହେଲେ ଭୋଟରଙ୍କ ପାଖରେ ପହଞ୍ଚି ନିଜ ସପକ୍ଷରେ ଜନମତ ସଂଗ୍ରହ କରାଇବାରେ ତିନି ପ୍ରାର୍ଥୀ ଦିନ ରାତି ଏକ କରିଦେଇଥିବା ଦେଖିବାକୁ ମିଳିଥିଲା ।

୨୦୦୯ ନିର୍ବାଚନ ଫଳାଫଳ: ୨୦୦୯ରେ ମୋଟ ମତଦାତାଙ୍କ ସଂଖ୍ୟା ୧ଲକ୍ଷ ୪୪ହଜାର ୬୭୩ ଥିଲା । ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅତନୁ ସବ୍ୟସାଚୀ ନାୟକ ୭୦ହଜାର ୪୩୩ ଖଣ୍ଡ ଭୋଟ ଅର୍ଥାତ୍ ୪୮.୬୯% ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ଦ୍ବିତୀୟରେ ରହିଥିଲେ କଂଗ୍ରେସର ବଳରାମ ପରିଡା । ସେ ୫୦ ହଜାର ୮୩୮ଖଣ୍ଡ ଭୋଟ ପାଇଥିଲେ । ସେହିପରି ତୃତୀୟ ସ୍ଥାନରେ ରହିଥିବା ବିଜେପି ପ୍ରାର୍ଥୀ ଗନ୍ଧର୍ବ ନାୟକଙ୍କୁ ୧୮ ହଜାର ୬୩୩ ଖଣ୍ଡ ଭୋଟ ମିଳିଥିଲା ।

୨୦୧୪ ନିର୍ବାଚନ ଫଳାଫଳ: ୨୦୧୪ରେ ମୋଟ ମତଦାତାଙ୍କ ସଂଖ୍ୟା ୧ଲକ୍ଷ ୮୨ହଜାର ୧୬୪ ଥିଲା । ଏହି ବର୍ଷ ମଧ୍ୟ ବିଜେଡିର ଅତନୁ ସବ୍ୟସାଚୀ ନାୟକ ବାଜିମାତ କରିଥିଲେ । ଅତନୁଙ୍କୁ ମିଳିଥିଲା ୮୧ ହଜାର ୦୫୦ ଖଣ୍ଡ ବା ୪୭.୬୨% ଭୋଟ । ୨୦୧୪ରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ବିଜୟ ମହାପାତ୍ର । ସେ ପାଇଥିଲେ ୫୭ହଜାର ୮୦୪ ଖଣ୍ଡ ଭୋଟ୍ । ଭୋଟ୍ ପ୍ରତିଶତ ରହିଥିଲା ୩୩.୯୬% । ସେହିପରି କଂଗ୍ରେସର ବଳରାମ ପରିଡା ୨୭ ହଜାର ୧ ଖଣ୍ଡ ଅର୍ଥାତ୍ ୧୫.୮୬% ଭୋଟ୍ ପାଇ ତୃତୀୟ ସ୍ଥାନରେ ଥିଲେ ।

୨୦୧୯ ନିର୍ବାଚନ ଫଳାଫଳ: ୨୦୧୯ରେ ମୋଟ ମତଦାତା ୧ଲକ୍ଷ ୭୭ହଜାର ୪୪୩ ଜଣ ରହିଥିଲେ । ବିଜେଡି ପୁଣି ଥରେ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ଏଥର ତାଙ୍କୁ ଆହୁରି ଅଧିକ ଭୋଟ୍ ମିଳିଥିଲା । ୯୩ହଜାର ୧୯୭ ଖଣ୍ଡ ଅର୍ଥାତ୍ ୫୧.୨୯% ଭୋଟରେ ବିଜୟୀ ହୋଇଥିଲେ । ବିଜେପିର ବିଜୟ ପ୍ରଧାନ ୭୭ ହଜାର ୫୩୪ ଖଣ୍ଡ ଅର୍ଥାତ୍ ୪୨.୬୭% ଭୋଟ୍ ପାଇଥିଲେ । ସେହିପରି କଂଗ୍ରେସ ପୁଣି ଥରେ ତୃତୀୟ ସ୍ଥାନରେ ରହିଥିଲା । କଂଗ୍ରେସ ପ୍ରାର୍ଥୀ ବିଭ୍ରାଂଶୁ ଶେଖର ଲେଙ୍କା ୮ ହଜାର ୩୧୮ ଖଣ୍ଡ(୪.୫୮%) ଭୋଟ୍ ପାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଭଦ୍ରକ ନିର୍ବାଚନୀ ମୈଦାନରେ ଅଭିଜ୍ଞ ବନାମ ନବାଗତ, ନିର୍ଣ୍ଣାୟକ ହେବ ସଂଖ୍ୟାଲଘୁ ଭୋଟ - Bhadrak Assembly Constituency

୨୦୨୪ରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ: ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀର ମୋଟ ମତଦାତାଙ୍କ ସଂଖ୍ୟା ୨ଲକ୍ଷ ୫୩ହଜାର ୨୫୯ ଜଣ । ଯେଉଁଥିରେ ପୁରୁଷ ମତଦାତାଙ୍କ ସଂଖ୍ୟା ୧ଲକ୍ଷ ୩୨ହଜାର ୫୫୮ ଜଣ ଓ ମହିଳା ମତଦାତା ୧ଲକ୍ଷ ୨୦ହଜାର ୬୯୭ ଜଣ । ସେହିପରି ତୃତୀୟ ଲିଙ୍ଗୀ ମତଦାତାଙ୍କ ସଂଖ୍ୟା ୪ ରହିଛି । ନିର୍ବାଚନ ମଣ୍ଡଳୀର ମୋଟ ୨୮୪ ଟି ବୁଥରେ ମତଦାନ ହେବାକୁ ଥିବାବେଳେ ଏଥିମଧ୍ୟରୁ ୨୨୬ ଟି ସାଧାରଣ ବୁଥ, ୫୮ଟି ସମ୍ବେଦନଶୀଳ ବୁଥ,୧୫ଟି ଅତି ସମ୍ବେଦନଶୀଳ ବୁଥ,୧୬ଟି ସଖି ବୁଥ ରହିଛି । ସେହିପରି ଗୋଟିଏ ଭିନ୍ନକ୍ଷମ ବୁଥ ଓ ୫ଟି ୟୁବା ବୁଥ ରହିଛି । ତେବେ ଏହି ମତଦାତାଙ୍କ ମଧ୍ୟରେ ଭିନ୍ନକ୍ଷମ ଭୋଟର ୨ହଜାର ୮୦୭ ଜଣ ରହିଥିବାବେଳେ (୮୫-୧୨୦ ବର୍ଷ) ବୟସ୍କ ବରିଷ୍ଠ ଭୋଟରଙ୍କ ସଂଖ୍ୟା ୪ ହଜାର ୫୩୧ ରହିଛି । ନୂଆ ବା ଯୁବ(୧୮-୧୯ ବର୍ଷ) ଭୋଟର ସଂଖ୍ୟା ୫୬୩୧ ଜଣ ରହିଛି । ୨୦୧୯ ନିର୍ବାଚନ ସମୟରେ ଏଠାରେ ମୋଟ ୨ଲକ୍ଷ ୩୩ହଜାର ୭୨୪ ଜଣ ମତଦାତାଙ୍କ ମଧ୍ୟରୁ ୧ଲକ୍ଷ ୭୭ହଜାର ୪୪୩ ଜଣ ମତଦାନ କରିଥିଲେ । ମତଦାନ ପ୍ରତିଶତ ୭୫.୯୨% ରହିଥିଲା । ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ତଥା ଦେଶର ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଜୁନ ୧ ତାରିଖ ଦିନ ଭୋଟ ଦେବେ ମହାକାଳପଡ଼ା ବାସିନ୍ଦା । ତେବେ ମହାକାଳପଡ଼ାବାସୀ ପୁଣି ଥରେ ଅତନୁଙ୍କୁ ବାଛିବେ ନା ନବାଗତଙ୍କୁ ସୁଯୋଗ ଦେବେ ତାହା ଫଳାଫଳ ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.