ETV Bharat / politics

‘ବିଜେଡିର ଦୀର୍ଘ ବର୍ଷ ଶାସନରେ କେନ୍ଦ୍ରାପଡା ଜିଲ୍ଲା ଅବହେଳର ଶିକାର ହୋଇଛି’ - Archana Nayak targets BJD - ARCHANA NAYAK TARGETS BJD

Archana Nayak targets BJD: ବିଜେଡି ଶାସନରେ କେନ୍ଦ୍ରାପଡା ଅବହେଳାର ଶିକାର ହୋଇଥିବା ଅଭିଯୋଗରେ ପ୍ରେସମିଟରେ ବର୍ଷିଲେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ । ଅଧିକ ପଢନ୍ତୁ

‘ବିଜେଡିର ଦୀର୍ଘ ବର୍ଷ ଶାସନରେ କେନ୍ଦ୍ରାପଡା ଜିଲ୍ଲା ଅବହେଳର ଶିକାର ହୋଇଛି’
‘ବିଜେଡିର ଦୀର୍ଘ ବର୍ଷ ଶାସନରେ କେନ୍ଦ୍ରାପଡା ଜିଲ୍ଲା ଅବହେଳର ଶିକାର ହୋଇଛି’ (ETV Bharat Odisha)
author img

By ETV Bharat Odisha Team

Published : May 25, 2024, 8:03 AM IST

‘ବିଜେଡିର ଦୀର୍ଘ ବର୍ଷ ଶାସନରେ କେନ୍ଦ୍ରାପଡା ଜିଲ୍ଲା ଅବହେଳର ଶିକାର ହୋଇଛି’ (ETV Bharat Odisha)

କେନ୍ଦ୍ରାପଡା: ବିଜୁ ଜନତା ଦଳ ଶାସନରେ ଜିଲ୍ଲାରେ ବିକାଶର ଚିହ୍ନଟିଏ ମଧ୍ୟ ନାହିଁ । ବିଭିନ୍ନ କ୍ଷେତ୍ରରେ ଜିଲ୍ଲାରେ ଯେଉଁ ବିକାଶମୂଳକ ପ୍ରକଳ୍ପ ହେବା ନେଇ ପ୍ରତିଶ୍ରୁତି ମିଳିଥିଲା, ତାହା ପ୍ରତାରଣାରେ ପରିଣତ ହୋଇଛି । ନିଯୁକ୍ତି, ଶିକ୍ଷା, କୃଷି, ଶିଳ୍ପ ପରି ବିଭିନ୍ନ କ୍ଷେତ୍ରରେ ଜିଲ୍ଲା ଆଜି ବେଶ ପଛରେ ରହିଛି । ଏପରି ଅଭିଯୋଗ ଆଣି ଗତକାଲି (ଶୁକ୍ରବାର) ସନ୍ଧ୍ୟାର ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳ ଉପରେ ଭୀଷଣ ବର୍ଷିଛନ୍ତି ବିଜେପି ନେତ୍ରୀ ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ।

ଗରାପୁରର ଏକ ଘରୋଇ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ରାଜ୍ୟ ସରକାର କେନ୍ଦ୍ରାପଡ଼ାବାସୀଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଏକ କୃଷିପ୍ରାଧାନ୍ୟ ଜିଲ୍ଲା ହୋଇଥିବା ବେଳେ ନଳିତା ଚାଷରେ ଏହା ଏକଦା ସାରା ରାଜ୍ୟରେ ଏକନମ୍ବର ସ୍ଥାନ ଅଧିକାର କରିଥିଲା। ହେଲେ କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନଥିବାରୁ ଆଜି ଜିଲ୍ଲାରେ ନଳିତା ଚାଷ ବୁଡି ଯାଇଯାଇଛି । ସେହିପରି ରବି ଓ ଖରିଫ ଚାଷ ପାଇଁ ରାଜ୍ୟ ସରକାରଙ୍କ ଅବଦାନ ଅତ୍ୟନ୍ତ ନ୍ୟୁନ । ଚାଷ ଜମିକୁ କେତେବେଳେ ପାଣି ମାଡୁନଥିବା ବେଳେ ଚାଷ ଜମିରୁ ବର୍ଷା ଜଳ ନିଷ୍କାସନ ଚିନ୍ତାର ବିଷୟ ପାଲଟିଛି ବୋଲି ଅର୍ଚ୍ଚନା ଅଭିଯୋଗ କରିଛନ୍ତି ।

ଆହୁରି ମଧ୍ୟ ଅର୍ଚ୍ଚନା କହିଛନ୍ତି, ୨୦୧୪ ନିର୍ବାଚନ ପୁର୍ବରୁ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ନଦୀଭିତ୍ତିକ ବନ୍ଦରର ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହିଯାଇଛି । ନା ନଦୀଜଳକୁ ରୋକାଯାଇ ପାରିଛି ନା ବନ୍ଦର ତିଆରି ହୋଇପାରିଛି । ରାଜ୍ୟ ସରକାରଙ୍କ ଘୋଷଣା କେବଳ ଘୋଷଣାରେ ହିଁ ରହିଯାଇଛି । ସେହିପରି ନିଯୁକ୍ତି ସୁଯୋଗ ନଥବାରୁ କେନ୍ଦ୍ରାପଡା ଯୁବକ ଦାଦନ ଖଟିବାକୁ ସୁଦୂର ସୁରଟ, କେରଳ, ମହାରାଷ୍ଟ୍ର ଓ ତାମିଲନାଡୁ ଆଦି ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି ପ୍ରତିଶ୍ରୁତି ଦେଇ ଆସି ଜିଲ୍ଲାବାସୀଙ୍କୁ ଠକିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଓଡ଼ିଶା ବିଧାନସଭା ନିର୍ବାଚନ 2024; ତୃତୀୟ ପର୍ଯ୍ୟାୟରେ 383 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା - Odisha Third phase polling

ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ,କୃଷି ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ରାପଡା ଅବହେଳିତ ବୋଲି ବିଜେପି ଅଭିଯୋଗ କରିବା ସହ ରାଜ୍ୟ ସରକାର ଜନତାଙ୍କୁ ଏହାର ଜବାବ ଦିଅନ୍ତୁ ବୋଲି ବିଜେପି ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମିଡିଆ ସଂଯୋଜକ ନେହେରୁ ସାହୁ ଓ ବିଜେପି ନେତା ପ୍ରଫୁଲ୍ଲ କୁମାର ସ୍ଵାଇଁ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.