ETV Bharat / politics

କ୍ରୀତଦାସଙ୍କୁ ନେଇ ଚାଲେନାହିଁ ଦଳ; ସତକୁ ଯିଏ ବୁଝେନି, ଅଧିକ ଦିନ ତିଷ୍ଠିନି: ସୌମ୍ୟ ପଟ୍ଟନାୟକ - Soumya Ranjan on BJD defeat - SOUMYA RANJAN ON BJD DEFEAT

Soumya Ranjan on BJD defeat: ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । କହିଲେ, କ୍ରୀତଦାସଙ୍କୁ ନେଇ ଦଳ ଚାଲେ ନାହିଁ । ସତକୁ ଯିଏ ବୁଝେନି, ସିଏ ଅଧିକ ଦିନ ତିଷ୍ଠିନି । ଅଧିକ ପଢନ୍ତୁ

କ୍ରୀତଦାସଙ୍କୁ ନେଇ ଚାଲେନାହିଁ ଦଳ; ସତକୁ ଯିଏ ବୁଝେନି, ଅଧିକ ଦିନ ତିଷ୍ଠିନି: ସୌମ୍ୟ ପଟ୍ଟନାୟକ
Etv କ୍ରୀତଦାସଙ୍କୁ ନେଇ ଚାଲେନାହିଁ ଦଳ; ସତକୁ ଯିଏ ବୁଝେନି, ଅଧିକ ଦିନ ତିଷ୍ଠିନି: ସୌମ୍ୟ ପଟ୍ଟନାୟକ (ETV Bharat Odisha)
author img

By ETV Bharat Odisha Team

Published : Jun 6, 2024, 9:04 AM IST

Updated : Jun 6, 2024, 11:16 AM IST

ଭୁବନେଶ୍ବର: ବଦଳିଛି ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟ । ସରକାର ଗଢିବାକୁ ମିଳିସାରିଛି ବିଜେପିକୁ ଜନାଦେଶ । 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ରହିବା ସହିତ ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ନେତା ନବୀନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି । ଏହି ପରିବର୍ତ୍ତନ ମଧ୍ୟରେ ଓଡ଼ିଶା ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ । କ୍ରୀତଦାସଙ୍କୁ ନେଇ ଦଳ ଚାଲେ ନାହିଁ କହିବା ସହ ସତକୁ ଯିଏ ବୁଝେନି, ସିଏ ଅଧିକ ଦିନ ତିଷ୍ଠିନି ବୋଲି କହି ବିଜେଡି ଟପ୍ ଲିଡରସିପକୁ ଟାର୍ଗେଟ କରିଛନ୍ତି ସୌମ୍ୟ ।

କ୍ରୀତଦାସଙ୍କୁ ନେଇ ଚାଲେନାହିଁ ଦଳ; ସତକୁ ଯିଏ ବୁଝେନି, ଅଧିକ ଦିନ ତିଷ୍ଠିନି: ସୌମ୍ୟ ପଟ୍ଟନାୟକ (ETV Bharat Odisha)

ବରିଷ୍ଠ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ପାଇବାରେ କାର୍ପଣ୍ୟତା କରିନାହାନ୍ତି । ଓଲଟା ଜନସାଧାରଣଙ୍କ ଭଲପାଇବା ବଦଳରେ ନବୀନ ତାଙ୍କୁ କ’ଣ ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ନବୀନ ପଟ୍ଟନାୟକଙ୍କୁ ଲୋକେ ଅଧିକରୁ ଅଧିକ ଭୋଟ ଦେଲେ । ହେଲେ ଏଥର କାହିଁକି ଭୋଟ କମେଇଦେଲେ । ନବୀନଙ୍କୁ ଗୋଟିଏ ଜାଗାରେ ହରାଇ ମଧ୍ୟ ଦେଲେ । ଯେଉଁଠି ମଧ୍ୟ ଜିତାଇଲେ ଦୟାକରି ଜିତାଇଲେ । ମାତ୍ର 4 ହଜାର ଭୋଟରେ ନବୀନ ଜିତିଛନ୍ତି । ଏଥିରୁ ସ୍ପଷ୍ଟ ବାର୍ତ୍ତା ଆସୁଛି ଯେ, ରାଜନେତା ହିସାବରେ ନବୀନ ବାବୁଙ୍କର କ'ଣ କରିବା ଉଚିତ ଥିଲା ।

ଏହା ମଧ୍ୟ ପଢନ୍ତୁ: 40 ବର୍ଷର ସଂଘର୍ଷ; ଦିନେ ଥିଲେ ଜଣେ ବିଧାୟକ, ଆଜି ‘ବିଜେଡି ଦୁର୍ଗ’ ଭାଙ୍ଗି ଗଢିଲେ ସରକାର - Odisha Election Results 2024

ନବୀନଙ୍କ ଖଣ୍ଡି ଓଡ଼ିଆ ଭାଷା କହିବାକୁ ଟାର୍ଗେଟ କରିଛନ୍ତି ସୌମ୍ୟ । ମୁଁ ତୁମକୁ ଭଲ ପାଉଛି, ଅନ୍ତତଃ ତୁମେ ମୋ ଭାଷାକୁ ଭଲ ପାଇବ । କ’ଣ ମୁଖ୍ୟମନ୍ତ୍ରୀ ଚେଷ୍ଟା କରିଥିଲେ ୨୫ ବର୍ଷରେ ଓଡ଼ିଆ ଭାଷା ଶିଖିପାରିନଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ । ଏହାସହ କ୍ରୀତଦାସ, ଓଡ଼ିଆ ଅସ୍ମିତା କଥା ନେଇ ସେ ବର୍ଷିଛନ୍ତି । ସ୍ବର୍ଗତ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଚାକର ଉକ୍ତି ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କ୍ରୀତଦାସ କଥାକୁ ଉଦାହରଣ ଦେଇ ଟାର୍ଗେଟ କରିଛନ୍ତି ସୌମ୍ୟ । ସେହିପରି ଭିକେ ପାଣ୍ଡିଆନଙ୍କ ବିଷୟରେ ଆଲୋଚନା କରି ମୁଁ ତାଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହେଁନି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜୁ ଜନତା ଦଳରେ ଥିବାବେଳେ ପ୍ରଥମେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେଉଥିଲା । କିଛି ପରାମର୍ଶ ମଧ୍ୟ ଦିଆନିଆ ହେଉଥିଲା । ହେଲେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଏକୁଟିଆ ହେଇଗଲେ । ଆଉ ପରାମର୍ଶ ଦେବାର କି ନେବାର ସୁଯୋଗ ରହିଲାନାହିଁ । ତାର କୁପରିଣାମ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭୋଗୁଛନ୍ତି । ଦିନେ ମୁଖ୍ୟମନ୍ତ୍ରୀ ମୋତେ ତାଙ୍କ ଦଳର ସମ୍ପତ୍ତି ବୋଲି କହୁଥିଲେ । ହେଲେ ସେହି ସମ୍ପତ୍ତି କିପରି ବିପତ୍ତି ହେଇଗଲା ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ ନବୀଙ୍କ ପରାଜୟର କାରଣ ସମ୍ପର୍କରେ ମଧ୍ୟ ସୌମ୍ୟ ମତ ରଖିଛନ୍ତି । ସେ କହିଛନ୍ତି ଯେ, ଯେଉଁ ରାଜନେତାମାନେ ସତକୁ ବୋଝ ମଣନ୍ତି, ତାଙ୍କର ଭାଗ୍ୟରେ ପରିବର୍ତ୍ତନ ହୁଏନାହିଁ । ଭବିଷ୍ୟତ ବେଶ ଉଜ୍ଜଳ ହୁଏନାହିଁ । ତେବେ ବିରୋଧୀ ଦଳ ହିସାବରେ ସେ ଆଦର୍ଶ ଦେଖାଇବା ସହ ଦଳକୁ ଗଣତାନ୍ତ୍ରିକ ଉପାୟରେ ଚଲାଇବାକୁ ସେ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 6, 2024, 11:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.