ETV Bharat / politics

କଂଗ୍ରେସ ଅଣଦେଖା କରିବାରୁ ବିଜେଡିରେ ଯୋଗ ଦେଲି: ଆକାଶ ମିଶ୍ର - Akash Joins BJD - AKASH JOINS BJD

Akash Joins BJD: ବଲାଙ୍ଗୀରର ପୂର୍ବତନ କଂଗ୍ରେସ ସାଧାରଣ ସମ୍ପାଦକ ଆକାଶ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ସମର୍ଥକମାନେ ମଧ୍ଯ ଦଳରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Akash Joins BJD
Akash Joins BJD
author img

By ETV Bharat Odisha Team

Published : Apr 27, 2024, 6:56 AM IST

Akash Joins BJD

ଭୁବନେଶ୍ବର: ବଲାଙ୍ଗୀରର ପୂର୍ବତନ କଂଗ୍ରେସ ସାଧାରଣ ସମ୍ପାଦକ ଆକାଶ ମିଶ୍ର ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଆକାଶଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଶଙ୍ଖ ଫୁଙ୍କିଛନ୍ତି । ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, କଣ୍ଟାବାଞ୍ଜି ଏବଂ ପଦ୍ମପୁର ନିର୍ବାଚନମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ ମୌସମ ମିଶ୍ରଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ଆକାଶଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ବିଜେଡି ନେତା ସ୍ୱାଗତ କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ବଲାଙ୍ଗୀର ଜିଲ୍ଲାର ଆକାଶ ମିଶ୍ର କଂଗ୍ରେସ ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବଲାଙ୍ଗୀର ଜିଲ୍ଲା କଂଗ୍ରେସ ସହିତ ସେ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ । ବଲାଙ୍ଗୀର ଲୋକସଭା କ୍ଷେତ୍ରର ଯୁବ କଂଗ୍ରେସ ସଭାପତି ଥିଲେ‌ ଆକାଶ ।"

ସୂଚନା ଅନୁସାରେ, ବାଳ ଗୋପାଳ ମିଶ୍ରଙ୍କ ପୁଅ ହେଉଛନ୍ତି ଆକାଶ ମିଶ୍ର । ୨୦୦୪ ରେ ସ୍ବାଧୀନ ଭାବେ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଆକାଶ । ଆକାଶଙ୍କ ଯୋଗଦାନ ଦ୍ବାରା ଦଳ ଅଧିକ ସୁଦୃଢ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ଆକାଶ ଓ ଅନ୍ୟ କଂଗ୍ରେସ ନେତାଙ୍କୁ ଆଜି ସ୍ୱାଗତ କରାଯାଇଛି । ବିଜେଡିରେ ସାମିଲ ହେବା ପରେ ଆକାଶ ମିଶ୍ର କହିଛନ୍ତି , "୨୦୧୫ରୁ ୨୦୨୪ ପର୍ଯ୍ୟନ୍ତ କଂଗ୍ରେସରେ ରହିଲି । ସଂଗଠନ ପାଇଁ କାମ କଲି । କିନ୍ତୁ କଂଗ୍ରେସ ଦଳ ଅଣଦେଖା କଲା । କଂଗ୍ରେସ ଦଳ ମୂଳ ଲକ୍ଷ୍ୟରୁ ଦୂରେଇ ସାରିଛି । ଓଡ଼ିଶାର ଜନପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶୁଛି । ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ସାଂଗଠନିକ ସମ୍ପାଦକ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ।"

ଏହା ବି ପଢନ୍ତୁ...ବିଜେଡିରେ ସାମିଲ ହେଲେ AICC ସଦସ୍ୟ ବିଦୁ ଭୂଷଣ ତ୍ରିପାଠୀ - Congress Leaders Joined BJD

ଏହି ମିଶ୍ରଣ ପର୍ବରେ ଗୀତାଞ୍ଜଳି ଦାସ, ରତ୍ନାକର ମିଶ୍ର, ରତି ସାହୁ, ବିଜୟ ବେହେରା, ବୃନ୍ଦାବନ ସେଠ, ପ୍ରମିଳା ସାହୁ, ଲିନା ମିଶ୍ର, ତାପସ ସେଠ, ପ୍ରଶାନ୍ତ ତ୍ରିପାଠୀ, ଶ୍ରୀନିବାସ ମଲ୍ଲିକ, ବନିତା ନାୟକ, କୁମାର ସେଠ, ସୁଜାତା ମାଝୀ, ନରେଶ କୁମାର ସାହୁ, ପବିତ୍ର ପ୍ରଧାନ, ବିଳାସୀନ ଭୋଇ, ପୁଷ୍ପାଞ୍ଜଳି ବେହେରା, ଯଶୋଦା ଦଳେଇ, ପାର୍ବତୀ ତ୍ରିପାଠୀ ଓ ବିରେନ୍ଦ୍ର ଶାହା ପ୍ରମୁଖ ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.