ETV Bharat / politics

ବିଜେଡିରେ ମିଶିଲେ ଗଣେଶ୍ୱର, କିଛିଦିନ ତଳେ ଛାଡ଼ିଥିଲେ କଂଗ୍ରେସ - Ganeswar Behera Joins BJD

author img

By ETV Bharat Odisha Team

Published : Apr 7, 2024, 4:12 PM IST

Updated : Apr 7, 2024, 4:25 PM IST

Ganeswar Behera Joins BJD: ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା । ସେ କିଛିଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଅଧିକ ପଢ଼ନ୍ତୁ

Ganeswar Behera Joins BJD
Ganeswar Behera Joins BJD
Ganeswar Behera Joins BJD

ଭୁବନେଶ୍ବର: ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ାର ବରିଷ୍ଠ ନେତା ଗଣେଶ୍ବର ବେହେରା । ସେ ଚଳିତ ମାସ (ଏପ୍ରିଲ) ୨ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଜି ନିଜ ଶତାଧିକ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଶଙ୍ଖ ଭବନ ଆସି ବିଜେଡିରେ ଯୋଗ ଦେଇଛନ୍ତି ଗଣେଶ୍ବର । ସେ ଦୁଇ ଥର କଂଗ୍ରେସରୁ ବିଧାୟକ ହୋଇଥିଲେ । ନିକଟରେ କଂଗ୍ରେସ ଛାଡ଼ିବା ପରେ ସେ ବିଧାୟକ ହେବା ପାଇଁ କଂଗ୍ରେସ ଛାଡ଼ିଥିବା କହିଥିଲେ । ଆଜି ବିଜୁ ଜନତା ଦଳରେ ଗଣେଶ୍ବର ଓ ତାଙ୍କ ସମର୍ଥକଙ୍କୁ ମୁଖ୍ୟମନ୍ତ୍ରୀ ଓ ଦଳର ସଂଗଠନ ସମ୍ପାଦକଙ୍କ ପକ୍ଷରୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର ।

ଏହି ମିଶ୍ରଣ ପର୍ବରେ ସସ୍ମିତ କହିଛନ୍ତି, "ଗଣେଶ୍ବର ଭାଇଙ୍କ ପାଇଁ ଯେଉଁ ଭଲ ପାଇବା ଅଛି, ତାହା ରହୁ । ଗଣେଶ୍ବର ଓଡ଼ିଶାର ଜଣେ ବରିଷ୍ଠ ନେତା । ସେ ପିସିସି ଉପସଭାପତି ଥିଲେ । 'Intellectual' ଭାଷାର ସେ ପରିଭାଷା । ତାଙ୍କ ସହ ୪୯ ଜଣ ପଞ୍ଚାୟତ କଂଗ୍ରେସ ସଭାପତି ମଧ୍ୟ ବିଜେଡିରେ ମିଶିଛନ୍ତି ।" ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା କହିଛନ୍ତି, "ଗଣେଶ୍ବର ଜଣେ କ୍ରାନ୍ତିକାରୀ, ଲଢୁଆ ଓ ପୁରୁଖା ନେତା । ଆଜି ବିଜେଡି ତାଙ୍କୁ ପାଇ ବହୁତ ଖୁସି । ବିଶ୍ବାସ ଅଛି ଯେ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମକୁ ସମସ୍ତେ ମିଳିମିଶି ଆହୁରି ତ୍ବରାନ୍ବିତ କରିବା । କେନ୍ଦ୍ରାପଡ଼ା ଓ ଓଡ଼ିଶାର ବିକାଶ କରିବା ।" କେନ୍ଦ୍ରାପଡ଼ା ବିଧାୟକ ଶଶୀ ବେହେରା କହିଛନ୍ତି, "ସମସ୍ତଙ୍କୁ ଶୁଭେଚ୍ଛା । ମୁଖ୍ୟମନ୍ତ୍ରୀଙ୍କ ବିକାଶରେ ଆକର୍ଷିତ ହୋଇ ସମସ୍ତେ କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି । ସେ ଆହୁରି ନିଷ୍ଠାର ସହ କାମ କରିବେ । ତୃଣମୂଳସ୍ତରର ସଂଗଠନ ଆହୁରି ସଂଗଠିତ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ଲେଖାଶ୍ରୀ ସାମନ୍ତସିଂହାର, ଆଜି ଛାଡିଥିଲେ ବିଜେପି - Lekhashree joins BJD

ସେହିଭଳି ଗଣେଶ୍ବର ବେହେରା କହିଛନ୍ତି, "ଆଜିର ମିଶ୍ରଣ ପର୍ବରେ ବିଜେଡିରେ ଯୋଗ ଦେଲି । ବିଜେଡି ସଭାପତି ନବୀନ ପଟ୍ଟନାୟକ ବିକାଶ ପୁରୁଷ, ତାଙ୍କୁ ନମସ୍କାର । ଆକାଶରୁ ବହୁଥିବା ଜଳ ଯେପରି ସମୁଦ୍ରରେ ମିଶେ, ଆଜିର ଏହି ସମ୍ବର୍ଦ୍ଧନା ମୋ ପାଇଁ ନୁହେଁ, ଏହା ମୁଖ୍ୟମନ୍ତ୍ରୀଙ୍କ ପାଇଁ । ସେ ବିଶ୍ବାସ କରନ୍ତି ଓଡ଼ିଶାର ବିକାଶ, ସମବିକାଶ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ବିକାଶରେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରାପଡ଼ା ଓ ଓଡ଼ିଶା ବିକାଶକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ବିଜେଡିରେ ମିଶିଛି । ମୁଖ୍ୟମନ୍ତ୍ରୀ, କାର୍ତ୍ତିକ ପାଣ୍ଡିଆନ ଓ ସଂଗଠନ ସମ୍ପାଦକଙ୍କୁ ଧନ୍ୟବାଦ । ମୁଁ ଲୋକଙ୍କ ସେବା ଓ ଦଳ ପାଇଁ କାମ କରିବି । କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କାମ କରିବି । ମୋ ସହିତ କଂଗ୍ରେସ ଛାଡି ଆସିଥିବା ନେତାଙ୍କୁ ଧନ୍ୟବାଦ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗୋଟେ କଥା, ଗୁଣ ଚିହ୍ନେ ଗୁଣିଆ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 7, 2024, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.