ETV Bharat / politics

ବିଗୁଡୁଛି ମଧ୍ୟ-ନିର୍ବାଚନ ମଣ୍ଡଳୀ ସ୍ଥିତି, ୬ ନମ୍ବରରେ ରାଜନୈତିକ ହିଂସାକାଣ୍ଡ ! - Electoral Violence

author img

By ETV Bharat Odisha Team

Published : May 15, 2024, 2:17 PM IST

Electoral Violence In Bhubaneswar: ବିଜେଡି-ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ନିର୍ବାଚନବେଳେ ଅଶାନ୍ତ ହୋଇଛି ରାଜଧାନୀ ଭୁବନେଶ୍ବର। ଅଧିକ ପଢନ୍ତୁ

Electoral Violence
Electoral Violence (ETV Bharat Odisha)
Electoral Violence In Bhubaneswar (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ବେଳେ ଅଶାନ୍ତ ହେଉଛି ରାଜଧାନୀ। କ୍ୟାପିଟାଲ ଥାନା‌ ୬ ମ୍ବରରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ବିଜେପି କର୍ମୀଙ୍କୁ ବିଜେଡି ସମର୍ଥକଙ୍କ ମାଡ ମାରିଥିବା ଅଭିଯୋଗ ହୋଇଛି । ଆଖଣ୍ଡଳମଣି ବସ୍ତି ନିକଟରେ ଏଭଳି ହିଂସାକାଣ୍ଡ ଘଟିଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଯାହାକୁ ନେଇ ରାତି ତମାମ ଥାନା ସମ୍ମୁଖରେ ଚାପା ଉତ୍ତେଜନା ଲାଗି ରହିଥିଲା। ଅଭିଯୋଗ ଅନୁସାରେ, "୬ନମ୍ବରର ୪୬ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର ପ୍ରାର୍ଥିନୀ ମମତା ମଲିକ ଏଥର ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ। ସେହି ସମୟରେ ଆଖଣ୍ଡଳମଣି ବସ୍ତି ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପ୍ରଥମେ କଥା କଟାକଟି ଓ ପରେ ବିଜେଡି କର୍ପୋରେଟରଙ୍କ ସ୍ୱାମୀଙ୍କ ସମର୍ଥକ ବିଜେପି କର୍ମୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ମମତା ମଲ୍ଲିକ। ଏହି ଘଟଣାକୁ ନେଇ ବିଜେପି ମଧ୍ୟରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ତାଙ୍କ ସମର୍ଥକ ଥାନାରେ ଏନେଇ ଅଭିଯୋଗ ଆଣିଥିଲେ।

ଏନେଇ ଜଗନ୍ନାଥ ପ୍ରଧାନ କହିଛନ୍ତି, "ପୋଲିସର ଟାଳଟୁଳ ନୀତି ଯୋଗୁଁ ସେମାନେ ଏଭଳି କାଣ୍ଡ ଘଟାଉଛନ୍ତି। ବିଜେଡି ରକ୍ତମୁଖା ହୋଇଛି। ବିଜେଡି କର୍ପୋରେଟରଙ୍କ ସ୍ବାମୀ ମଧୁ ରେଡ୍ଡୀ ଓ ତାଙ୍କ କିଛି ସମର୍ଥକ ମରଣାନ୍ତକ ଆକ୍ରମଣ କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରୁନାହିଁ । ଆକ୍ରମଣ ସହ ମମତା ମଲ୍ଲିକ ଓ ତାଙ୍କ ସ୍ବାମୀଙ୍କୁ ଜାତିଆଣ ଆକ୍ଷେପ ଓ ମାଡ଼ ମାରିଛନ୍ତି । ୨୦୧୯ ନିର୍ବାଚନ ସମୟରେ‌ ମଧ୍ୟ ହିଂସା ଦେଖିବାକୁ ମିଳିଥିଲା। ସେମାନେ ଏହି ଭଳି ଭାବେ ନିର୍ବାଚନରେ ଜିତିବାକୁ ହେବାକୁ ଚାହୁଁଛନ୍ତି । ଏଭଳି ଘଟଣାକୁ ବରଦାସ୍ତ କରାଯିବନାହିଁ। ଆଗକୁ ତୀବ୍ର ବିରୋଧ କରାଯିବ ଲୋକେ ଏହାର କଡ଼ା ଜବାବ ଦେବେ ।"

ଏହା ବି ପଢନ୍ତୁ...ଭୁବନେଶ୍ୱରରେ ନିର୍ବାଚନି ହିଂସା ! ପ୍ରଚାର ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ - ELECTION VIOLENCE

ଅନ୍ୟପଟେ କର୍ପୋରେଟରଙ୍କ ସ୍ବାମୀ ମଧୁ ରେଡ୍ଡୀ କହିଛନ୍ତି ଯେ, ତାଙ୍କ ମାଁଙ୍କ ଦେହ ଖରାପ ଯୋଗୁଁ ସେ ହସ୍ପିଟାଲରେ ଥିଲେ। ଘଟଣା ସ୍ଥଳରେ ସେ ନଥିଲେ। ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଏଭଳି ଘଟଣା ନୂଆ ନୁହେଁ, ପୂର୍ବରୁ ନୟାପଲ୍ଲୀ ଅଞ୍ଚଳରେ ୬ନମ୍ବରରେ ଦୁଇ ଥର ଏଭଳି ଘଟଣା ଘଟିଥିବାର ନଜିର ରହିଛି। ପୋଲିସ ଏନେଇ କଣ ପଦକ୍ଷେପ ନେବ ତାହାକୁ ଅପେକ୍ଷା ରହିଥିବାବେଳେ ରାଜଧାନୀ ଅଶାନ୍ତ ପାଲଟିଥିବାରୁ ପୋଲିସର ଚିନ୍ତା ବଢିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.