ETV Bharat / politics

ଓଡିଶାରେ ନିର୍ବାଚନ ଲଢିବ AAP, ବିଜେପି-ବିଜେଡି ମେଣ୍ଟକୁ ଅପ୍ରାକୃତିକ କହିଲେ ସୌରଭ ଭରଦ୍ବାଜ

author img

By ETV Bharat Odisha Team

Published : Mar 9, 2024, 9:40 PM IST

Delhi-minister-Saurabh-bharadwaj On BJD-BJP: ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢିବ ଆମ ଆଦମୀ ପାର୍ଟି । ବିଜେପି-ବିଜେଡି ମେଣ୍ଟ ଅପ୍ରାକୃତିକ କହିଲେ ଦଳର ମନ୍ତ୍ରୀ ସୌରଭ ଭରଦ୍ବାଜ । ଅଧିକ ପଢନ୍ତୁ

ଓଡିଶାରେ ନିର୍ବାଚନ ଲଢିବAAP, ବିଜେପି-ବିଜେଡି ମେଣ୍ଟ ଅପ୍ରାକୃତିକ କହିଲେ ଦଳୀୟ ମନ୍ତ୍ରୀ ସୌରଭ ଭରଦ୍ବାଜ

ଓଡିଶାରେ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ, କହିଲେ ବିଜେପି-ବିଜେଡି ମେଣ୍ଟ ଅପ୍ରାକୃତିକ

ଭୁବନେଶ୍ବର: ଆଗାମୀ ନିର୍ବାଚନରେ ଓଡ଼ିଶାରେ ନିର୍ବାଚନ ଲଢିବ ‘ଆମ ଆଦମୀ ପାର୍ଟି’ । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦେବ ଦଳ । ଏନେଇ ଓଡିଶା ଗସ୍ତରେ ଆସି ସୂଚନା ଦେଇଛନ୍ତି ଦିଲ୍ଲୀ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ । ସୌରଭ ଭରଦ୍ୱାଜ ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟକୁ କଡା ଭାଷାରେ ସାମାଲୋଚନା କରିଛନ୍ତି । ଉଭୟ ଦଳର ଏହି ମେଣ୍ଟ ଅପ୍ରାକୃତିକ ଓ ଉଭୟ ଦଳର ନେତା ଏହାକୁ ନେଇ ଅସନ୍ତୋଷ ଅଛନ୍ତି ବୋଲି କହିଛନ୍ତି ସୌରଭ ।

ଆଜି ଭୁବନେଶ୍ବରରେ ରାଜ୍ୟ ଅତିଥି ଭବନରେ ସାମ୍ବାଦିକ ସମ୍ମିଳନୀ କରି ସୌରଭ କହିଛନ୍ତି, ଯଦି ଏହି ମେଣ୍ଟ ହୁଏ ତେବେ ଏହା ଏକ ଅଘୋଷିତ ମେଣ୍ଟ ବୋଲି କୁହାଯିବ । ଏହି ମେଣ୍ଟ ଚର୍ଚ୍ଚାକୁ ନେଇ ଓଡ଼ିଶା ରାଜନୀତି ଦୃଶ୍ୟପଟ୍ଟରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁ ପରିବର୍ତ୍ତନକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ତାଙ୍କୁ ଓ ପାର୍ଟିର ଓଡିଶା ପ୍ରଭାରୀ ବୀରେନ୍ଦ୍ର ସିଂ କାତିଆନଙ୍କୁ ଦଳର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଓଡିଶା ପଠାଇଛନ୍ତି ।

ସୌରଭ କହିଛନ୍ତି, ‘‘ଏଠାରେ ମେଣ୍ଟର ଚର୍ଚ୍ଚାକୁ ନେଇ ଆମେ ରାଜନୈତିକ ସମୀକ୍ଷକ, ବରିଷ୍ଠ ସାମ୍ବାଦିକ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ମିଶି ରାଜ୍ୟର ଏହି ପରିବର୍ତ୍ତିତ ରାଜନୀତିକୁ ଵୁଝିବାକୁ ପ୍ରୟାସ କଲୁ । ଜାଣିବାକୁ ପାଇଲୁ ଯଦି ଏଠାରେ ଦୁଇ ଦଳ ଅର୍ଥାତ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହୁଏ ତେବେ ଏହା ଏକ ଅଘୋଷିତ ମେଣ୍ଟ ବା ଅପ୍ରାକୃତିକ ମେଣ୍ଟ ହେବ । କାରଣ ଏହି ପ୍ରକ୍ରିୟା ଦୁଇ ଦଳର କାର୍ଯ୍ୟକର୍ତ୍ତାଙ୍କୁ ବ୍ୟଥିତ କରୁଛି । ସାଧାରଣ ଲୋକଙ୍କୁ ଦ୍ବନ୍ଦରେ ରଖୁଛି । ଏଭଳି ସ୍ଥିତିରେ ଓଡ଼ିଶାର ଜନତା ଏକ ପରିବର୍ତ୍ତିତ ସ୍ଵଚ୍ଛ ସରକାର ଚାହୁଁଛନ୍ତି । ଯାହା ଦିଲ୍ଲୀରେ ଚାଲୁଥିବା ‘ଆପ’ର ମଡେଲ ସରକାର କରିପାରିବ । କାରଣ ଓଡ଼ିଶାରେ ଅନେକ ମଧ୍ୟବିତ୍ତ ଏବଂ ନିମ୍ନ-ମଧ୍ୟବିତ୍ତ ପରିବାର ଅଛନ୍ତି । ଦିଲ୍ଲୀ ଆମ ଆଦମୀ ପାଟିର ଅନେକ ଯୋଜନା (ମାଗଣା ବିଜୁଳି, ବସ ସେବା, ୧୮ ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କ ପାଇଁ ଭତ୍ତା) ଦ୍ବାରା ଓଡ଼ିଶା ଲୋକ ଉପକୃତ ହୋଇପାରିବେ । ଏଥିପାଇଁ ହିଁ ଓଡ଼ିଶାରେ ଆପ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିବାର ପ୍ରସ୍ତୁତି ଆରମ୍ଭ କରିଛି ।’’

ଏହା ମଧ୍ୟ ପଢନ୍ତୁ:- CEOଙ୍କୁ ଫେରାଦ ହେଲା BJP, 3 ବର୍ଷରୁ ଅଧିକ ସମୟ ଥିବା କମିଶନରେଟ ପୋଲିସ ଅଧିକାରୀଙ୍କୁ ବଦଳି ଦାବି

ସେହିପରି ଓଡିଶା ପ୍ରଭାରୀ ବୀରେନ୍ଦ୍ର ସିଂ କାତିଆନ କହିଛନ୍ତି, ଓଡ଼ିଶାରେ ଯେଉଁ ମେଣ୍ଟ ହେବାର ଚର୍ଚ୍ଚା ହେଉଛି ତାହା ଏକ ଅପ୍ରାକୃତିକ ମେଣ୍ଟ ଏହାକୁ ସାଧାରଣ ଲୋକେ ନା ପସନ୍ଦ କରୁଛନ୍ତି । ଓଡ଼ିଶାରେ ବିଜେପି ଏକ ମୁଖ୍ୟ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ବେଳେ ଦୁଇ ଦଳ ଉତ୍ତର ଓ ଦକ୍ଷିଣର ଦିଗ ଭଳି । ସେମାନେ କେଉଁ କାରଣରୁ ମିଶୁଛନ୍ତି ବିଜେଡି ଉପରେ ବିଜେପିର ଚାପ ରହିଛି କି ତାହା ଏକ ବଡ ପ୍ରଶ୍ନ ହୋଇରହିଛି । ସେହିପରି ଦଳର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି, ସମ୍ପୂର୍ଣ୍ଣ ଶକ୍ତି ସହ ରାଜ୍ୟରେ ଦଳ ନିର୍ଵାଚନ ଲଢ଼ିବ । ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ଦଳ ଓଡ଼ିଶାରେ ଲଢ଼ିବ ଓ ଲୋକଙ୍କ ମତକୁ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.