ETV Bharat / politics

ମଝିଘରିଆଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଉଲାକାଙ୍କ ବିରାଟ ଶୋଭାଯାତ୍ରା - Saptagiri Sankar Ulaka Rally

author img

By ETV Bharat Odisha Team

Published : Apr 4, 2024, 10:47 PM IST

Saptagiri Sankar Ulaka holds big rally: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ସପ୍ତଗିରି ବଜାଇଲେ କଂଗ୍ରେସର ନିର୍ବାଚନ ବିଗୁଲ । ଶକ୍ତି ପ୍ରଦର୍ଶନରେ ସାମିଲ ହେଲେ କୋରାପୁଟ ସଂସଦୀୟ କ୍ଷେତ୍ରର ୬ କଂଗ୍ରେସ ବିଧାୟକ ପ୍ରାର୍ଥୀ । ଅଧିକ ପଢନ୍ତୁ

Saptagiri Sankar Ulaka
Saptagiri Sankar Ulaka
ମଝିଘରିଆଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଉଲାକାଙ୍କ ବିରାଟ ଶୋଭାଯାତ୍ରା

ରାୟଗଡ଼ା: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି ସମସ୍ତ କୋରାପୁଟ ସଂସଦୀୟ କ୍ଷେତ୍ରର ୬ କଂଗ୍ରେସ ବିଧାୟକ ପ୍ରାର୍ଥୀ । ଏହାପରେ କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲ୍ଲାକା ଏକ ବିରାଟ ଶୋଭା ଯାତ୍ରାରେ ଶକ୍ତି ପ୍ରଦର୍ଶନ କରିଥିଲେ । ଶକ୍ତି ପ୍ରଦର୍ଶନରେ ସାମିଲ ହେଲେ କୋରାପୁଟ ସଂସଦୀୟ କ୍ଷେତ୍ରର ୬ କଂଗ୍ରେସ ବିଧାୟକ ପ୍ରାର୍ଥୀ ।

ଏହା ବି ପଢନ୍ତୁ- ସପ୍ତଗିରି ଉଲାକାଙ୍କ ସହ ସାକ୍ଷାତକାର, କହିଲେ ଜନସାଧାରଣଙ୍କ ପୁଣି ମିଳିବ ଆଶୀର୍ବାଦ

ଏଥିରେ ସାମିଲ ହୋଇଥିଲେ କୋରାପୁଟ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ରାୟଗଡ଼ାର ପ୍ରାର୍ଥୀ ଆପଲାଗମୀ ଜାତ୍ରାକା, ଗୁଣପୁର ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ, ବିଷମକଟକ ପ୍ରାର୍ଥୀ ନୀଳମାଧବ ହିକ୍‌କା, ପଟ୍ଟାଙ୍ଗି ପ୍ରାର୍ଥୀ ରାମଚନ୍ଦ୍ର କାଡାମ୍, କୋରାପୁଟ ପ୍ରାର୍ଥୀ କୃଷ୍ଣଚନ୍ଦ୍ର କୁଳଦାପ ଓ ଲକ୍ଷ୍ମୀପୁର ପ୍ରାର୍ଥୀ ପବିତ୍ର ସାରକା ପ୍ରମୁଖ। ପ୍ରଥମେ ସେମାନେ ସମସ୍ତେ ରାୟଗଡା ସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଏକତ୍ରିତ ହୋଇଥିଲେ । ସେଠାରୁ ପଦଯାତ୍ରାରେ ବାହାରି ଶ୍ରଦ୍ଧା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା ପରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ମନ୍ଦିରରେ ପହଞ୍ଚିଥିଲେ। ସମସ୍ତ ପ୍ରାର୍ଥୀ ମା'ଙ୍କ ଶରଣାପନ୍ନ ହୋଇ ପୂଳାର୍ଜନା କରିଥିଲେ ।

ଏହା ବି ପଢନ୍ତୁ- 8 ଲୋକସଭା, 47 ବିଧାନସଭା ଆସନ ସହ ଖାତା ଖୋଲିଲା କଂଗ୍ରେସ: ନୂଆପଡାରୁ ଶରତ, ନର୍ଲାରୁ ଭକ୍ତ ଓ ପାରାଳାଖେମୁଣ୍ଡିରୁ ବିଜୟ

ଏହି ଅବସରରେ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା କହିଛନ୍ତି, "କୋରପୁଟ ସଂସଦୀୟ କ୍ଷେତ୍ର ଓ ଏହାର ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରେ କଂଗ୍ରେସ ଜିତିବ । ଫଳାଫଳ ଘୋଷଣା ଦିନ ମା'ଙ୍କ ଆଶୀର୍ବାଦ ସମସ୍ତଙ୍କୁ ଦେଖାଦେବ ।" ତେବେ ଅବିଭକ୍ତ କୋରାପୁଟ ଜିଲ୍ଲା କଂଗ୍ରେସର ଗଡ଼ ରହିଥିଲା । ଆଉ ସେହି ଗଡ଼ ପୁଣି କଂଗ୍ରେସ ଖାତାକୁ ଫେରିବ ବୋଲି ବିଧାନସଭା ପ୍ରାର୍ଥୀମାନେ ବି ଦୃଢତାର ସହ କହିଛନ୍ତି । ଏଣେ କୋରାପୁଟ ସଂସଦୀୟ କ୍ଷେତ୍ରରେ ପ୍ରଚାର ପାଇଁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ଅନ୍ୟ ତାରକା ଆସିବେ ବୋଲି ଉଲକା ସୂଚନା ଦେଇଛନ୍ତି ।

ସୂଚନା ଥାଉ କି ପୂର୍ବରୁ ୨୦୧୯ ନିର୍ବାଚନରେ ଓଡି଼ଶାର ଏକମାତ୍ର କୋରାପୁଟ ଲୋକସଭା ଆସନରୁ ବିଜୟ ଲାଭ କରି ସପ୍ତଗିରି ଉଲାକା ଦେଶର ଚର୍ଚ୍ଚିତ ଚେହେରା ଭାବେ ଉଭା ହୋଇଥିଲେ । ୨୦୧୯ ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ କୌଶଲ୍ୟା ହିକକାଙ୍କୁ ୩ ହଜାର ୬୧୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.